ଦୁଇ ଦିନିଆ ଇଣ୍ଡୋନେସିଆ ଗସ୍ତ ଶେଷ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସବୁଠାରୁ ପ୍ରାଚୀନ ଏବଂ ବିଶାଳ ହିନ୍ଦୁ ମନ୍ଦିରପ୍ରମ୍ବାନନପରିଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ମନ୍ଦିର ପରିସର ବୁଲି ଦେଖିବା ସହ ସେ ନିଜକୁ ଭାଗ୍ୟଶାଳୀ ବୋଲି କହିଥିଲେ।
ଇଣ୍ଡୋନେସିଆର ରାଷ୍ଟ୍ରପତିପ୍ରବୋବୋ ସୁବିଆନ୍ତୋଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ପ୍ରମ୍ବାନନ ମନ୍ଦିର ପରିଦର୍ଶନ କରିଥିଲେ। ଉଭୟ ନେତା ମନ୍ଦିରରେ ସ୍ୱତନ୍ତ୍ର ପୂଜାପାଠ କରିବା ସହ ଏହାର ଐତିହ୍ୟ ଓ ସ୍ଥାପତ୍ୟକଳାକୁ ନିକଟରୁ ଅବଲୋକନ କରିଥିଲେ।
ଜାଭା ଦ୍ୱୀପରେ ଅବସ୍ଥିତ ପ୍ରମ୍ବାନନ ମନ୍ଦିର ଦକ୍ଷିଣ-ପୂର୍ବ ଏସିଆର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର ମଧ୍ୟରୁ ଗୋଟିଏ। ପ୍ରାୟ ୪୦ ହେକ୍ଟର ଅଞ୍ଚଳରେ ବିସ୍ତୃତ ଏହି ଐତିହାସିକ ପରିସରରେ ପ୍ରାୟ ୨୫୦ଟି ଛୋଟ ଓ ବଡ଼ ମନ୍ଦିର ରହିଛି, ଯାହା ବିଶ୍ୱ ଐତିହ୍ୟର ଏକ ଅନନ୍ୟ ନିଦର୍ଶନ।
ମନ୍ଦିର ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ଶତାବ୍ଦୀ ପୁରୁଣା ସାଂସ୍କୃତିକ, ଐତିହାସିକ ଏବଂ ସଭ୍ୟତାଗତ ସମ୍ପର୍କର ପ୍ରଶଂସା କରିଥିଲେ। ଦୁଇ ଦେଶର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ମଧ୍ୟ ସେ ଆଶା ପ୍ରକାଶ କରିଥିଲେ।
ଇଣ୍ଡୋନେସିଆ ଗସ୍ତ ଶେଷ କରି ଅଷ୍ଟ୍ରେଲିଆ ଗସ୍ତରେ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ କରି ସେମାନଙ୍କର ଅଭିବାଦନ ଗ୍ରହଣ କରିଥିଲେ।
ଓଡ଼ିଶାରେ ସଦ୍ୟ ଲଘୁଚାପ ଜନିତ ବର୍ଷାର ପ୍ରଭାବ ଜାରି ରହିଥି...
ବିଶ୍ୱକପ୍ର କ୍ୱାର୍ଟରଫାଇନାଲ୍ରେ ଶୁକ୍ରବାର ଇଂଲଣ୍ଡ ଓ ନରୱେ...
ଫିଫା ବିଶ୍ୱକପ୍ ୨୦୨୬ର ରାଉଣ୍ଡ ଅଫ୍-୧୬ ମ୍ୟାଚ୍ ଶେଷ ହେବା...
ଭାରତରଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତଅବସରରେ ଜୁଲାଇ ୯ (ଗୁ...
ଏଲ୍ ନିନୋ ପ୍ରଭାବ ଥିବା ବର୍ଷରେ ସାଧାରଣତଃ ଭାରତରେ ବର୍ଷା...
ଫିଫା ବିଶ୍ୱକପ୍-୨୦୨୬ର ପ୍ରି-କ୍ୱାର୍ଟର ଫାଇନାଲରେ ଆର୍ଜେଣ୍...
ଓଡ଼ିଶାରେ ଲଗାଣ ବର୍ଷା ଏବଂ ଛତିଶଗଡ଼ର ଉପରମୁଣ୍ଡ ଅଞ୍ଚଳରୁ...
ଓଡ଼ିଶାରେ ଗତ କିଛି ଦିନ ଧରି ଲାଗି ରହିଥିବା ପ୍ରବଳ ବର୍ଷା...
ଓଡ଼ିଶା-ଆନ୍ଧ୍ର ପ୍ରଦେଶ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥ...
ଭୁବନେଶ୍ୱର କୋର୍ଟକୁ ବୁଧବାରବୋମା ଧମକମିଳିବା ପରେ ସମଗ୍ର କ...
ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ସମ୍ପ୍ରତି ଘଟିଥିବା ଦୌସା...
ଇଂଲଣ୍ଡ ଗସ୍ତରେ ସଂଘର୍ଷ କରୁଥିବା ଶ୍ରେୟସ ଆୟରଙ୍କ ନେତୃତ୍ୱ...