ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଲକ ଅନ୍ତର୍ଗତ କଡ଼ପଡ଼ା ଗ୍ରାମର ପାହାଡ଼ ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ପଥରଗଡ଼ ଅଞ୍ଚଳ ‘ଦ୍ୱିତୀୟ ଶ୍ରୀକ୍ଷେତ୍ର’ ବା ‘ଦ୍ୱିତୀୟ କପିଳାସ’ ଭାବେ ପରିଚିତ। ଏହାର ଧାର୍ମିକ ମହତ୍ତ୍ୱ ଓ ପର୍ଯ୍ୟଟନ ସମ୍ଭାବନା ଥିଲେ ମଧ୍ୟ ବର୍ଷ ବର୍ଷ ଧରି ଏଠାରେ ବିକାଶ କାର୍ଯ୍ୟ ଠପ୍ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି।
ପୂର୍ବ ସରକାର ସମୟରେ ପଥରଗଡ଼କୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିଲା। ସେତେବେଳେ ବିଦ୍ୟୁତ ସଂଯୋଗ, ବିଶ୍ରାମାଗାର ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଭଳି କିଛି ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ହୋଇଥିଲା। କିନ୍ତୁ ତା’ପରେ ଉଲ୍ଲେଖନୀୟ ବିକାଶ ହୋଇନଥିବା ସ୍ଥାନୀୟ ଲୋକ କହିଛନ୍ତି।
ସ୍ଥାନୀୟ ବାସିନ୍ଦା ନରେନ୍ଦ୍ର ରାଉତଙ୍କ କହିବା ଅନୁଯାୟୀ, ଏଠାରେ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ସହଯୋଗ ମିଳୁନାହିଁ। ଏକ କଲ୍ୟାଣ ମଣ୍ଡପ, ସନ୍ଧ୍ୟା ଆଳତି ପାଇଁ ସ୍ୱତନ୍ତ୍ର ସ୍ଥାନ ଏବଂ ଭକ୍ତମାନଙ୍କ ବସିବା ପାଇଁ ଛାୟାଯୁକ୍ତ ବ୍ୟବସ୍ଥାର ଆବଶ୍ୟକତା ରହିଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବର୍ଷସାରା ଏହି ସ୍ଥାନକୁ ବହୁ ସଂଖ୍ୟକ ଭକ୍ତ ଓ ପର୍ଯ୍ୟଟକ ଆସୁଥିବା ବେଳେ ଆବଶ୍ୟକ ଭିତ୍ତିଭୂମିର ଅଭାବ ଦେଖାଦେଇଛି।
ପଥରଗଡ଼ ଆଶ୍ରମର ପୂଜକ ବାବା ପଙ୍କଜାନନ୍ଦ ପୁରୀ କହିଛନ୍ତି ଯେ, ଏହି ଧାର୍ମିକ କ୍ଷେତ୍ରର ପ୍ରାୟ ହଜାର ବର୍ଷର ଇତିହାସ ରହିଛି। ଏଠାରେ ପ୍ରାଚୀନ ଗୁମ୍ଫା ଓ ଏକ ଛୋଟ ଝରଣା ମଧ୍ୟ ରହିଛି। ଜଗନ୍ନାଥ ମନ୍ଦିର, କେଦାରନାଥ ଶିବ ମନ୍ଦିର ଓ ବିଷ୍ଣୁ ମନ୍ଦିରରେ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ଆସିଥାନ୍ତି।
ମନ୍ଦିର କମିଟି ସଭାପତି ବୌରୀବନ୍ଧୁ ରାଉତ କହିଛନ୍ତି ଯେ, ଏଠାରେ ‘ବାର ମାସରେ ତେର ପର୍ବ’ ପାଳନ କରାଯାଏ। ଜଗନ୍ନାଥ ମନ୍ଦିର, କେଦାରନାଥ ଶିବ ମନ୍ଦିର, ବିଷ୍ଣୁ ମନ୍ଦିର, ଆଶ୍ରମ, ଯଜ୍ଞ ମଣ୍ଡପ ଓ ମୌନୀ ବାବାଙ୍କ ସମାଧି ଏହି କ୍ଷେତ୍ରର ପ୍ରମୁଖ ଆକର୍ଷଣ।
ବର୍ତ୍ତମାନ ମନ୍ଦିରର ନୀତିକାନ୍ତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସ୍ଥାନୀୟ ଗ୍ରାମବାସୀ, ମନ୍ଦିର କମିଟି ଏବଂ ଭକ୍ତମାନଙ୍କ ଦାନ ମାଧ୍ୟମରେ ପରିଚାଳିତ ହେଉଛି।
ସ୍ଥାନୀୟ ଲୋକ ଓ ମନ୍ଦିର କର୍ତ୍ତୃପକ୍ଷ ସରକାରଙ୍କୁ ପଥରଗଡ଼ର ବିକାଶ ପାଇଁ ଆବଶ୍ୟକ ପାଣ୍ଠି ଯୋଗାଇବା, ପର୍ଯ୍ୟଟନ ଭିତ୍ତିଭୂମି ଗଢ଼ିବା ଏବଂ ଐତିହ୍ୟର ସଂରକ୍ଷଣ ପାଇଁ ଦାବି କରିଛନ୍ତି।
ସେମାନଙ୍କ ମତରେ, ଯଥେଷ୍ଟ ସରକାରୀ ସହଯୋଗ ମିଳିଲେ ପଥରଗଡ଼ ଆଗାମୀ ଦିନରେ ଓଡ଼ିଶାର ଏକ ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନ କେନ୍ଦ୍ର ଭାବେ ଉଭା ହୋଇପାରିବ।
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ଚଣ୍ଡୀଗଡ଼: ପଞ୍ଜାବରେ ସ୍ୱାଇନ୍ ଫ୍ଲୁକୁ ନେଇ ଚିନ୍ତା ବଢ଼ିଛ...
ସାଗର: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ...
ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେ...
ଇନ୍ଦୋର: ବନ୍ଦେ ମାତରମ୍‌କୁ ନେଇ କଂଗ୍ରେସର ଆଭିମୁଖ୍ୟ...