ଫିଫା ବିଶ୍ୱକପ୍ ୨୦୨୬ରେ ବଡ଼ ଅଘଟଣ ଘଟାଇଛି ପାରାଗୁଏ। ଚାରିଥରର ବିଶ୍ୱକପ୍ ବିଜେତା ଜର୍ମାନୀକୁ ପେନାଲ୍ଟି ସୁଟ୍ଆଉଟ୍ରେ ୪-୩ ଗୋଲ୍ରେ ପରାସ୍ତ କରି ଦଳ ପ୍ରି-କ୍ୱାର୍ଟରଫାଇନାଲ୍ରେ ପ୍ରବେଶ କରିଛି। ଏହି ପରାଜୟ ସହ ଜର୍ମାନୀର ପଞ୍ଚମ ବିଶ୍ୱକପ୍ ଜିତିବା ସ୍ୱପ୍ନ ଅଧାରେ ଭାଙ୍ଗିଯାଇଛି।
ନିର୍ଦ୍ଧାରିତ ୯୦ ମିନିଟ୍ ଖେଳ ଏବଂ ଅତିରିକ୍ତ ୩୦ ମିନିଟ୍ ସମୟ ଶେଷ ସୁଦ୍ଧା ମ୍ୟାଚ୍ ୧-୧ ଗୋଲ୍ରେ ବରାବର ରହିଥିଲା। ଫଳରେ ମ୍ୟାଚ୍ର ନିଷ୍ପତ୍ତି ପେନାଲ୍ଟି ସୁଟ୍ଆଉଟ୍ରେ ହୋଇଥିଲା। ପେନାଲ୍ଟିରେ ଜର୍ମାନୀର କାଇ ହାଭର୍ଟଜ୍, ନିକ୍ ୱୋଲ୍ଟେମାଡେ ଏବଂ ଜୋନାଥନ ତାହ ନିଜ ନିଜ ସଟ୍ ମିସ୍ କରିଥିବାବେଳେ ପାରାଗୁଏର ଗୋଲ୍କିପର ଅର୍ଲାଣ୍ଡୋ ଗିଲ୍ ଚମତ୍କାର ପ୍ରଦର୍ଶନ କରି ଦଳକୁ ଐତିହାସିକ ବିଜୟ ଦେଇଥିଲେ।
ମ୍ୟାଚ୍ର ୪୨ତମ ମିନିଟ୍ରେ ଜୁଲିଓ ଏନ୍ସିସୋ ପାରାଗୁଏ ପାଇଁ ପ୍ରଥମ ଗୋଲ୍ କରିଥିଲେ। ଦ୍ୱିତୀୟାର୍ଦ୍ଧର ୫୪ତମ ମିନିଟ୍ରେ କାଇ ହାଭର୍ଟଜ୍ଙ୍କ ହେଡର ଗୋଲ୍ରେ ଜର୍ମାନୀ ସ୍କୋରକୁ ୧-୧ କରିଥିଲା। ଏହା ପରେ ଉଭୟ ଦଳ ଅନେକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଆଉ କୌଣସି ଗୋଲ୍ ହୋଇନଥିଲା।
ଏହି ପରାଜୟ ସହ ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ପାଇଁ ଜର୍ମାନୀ ପେନାଲ୍ଟି ସୁଟ୍ଆଉଟ୍ରେ ବିଦାୟ ନେଇଛି। ଅନ୍ୟପଟେ ପାରାଗୁଏ ନିଜ ବିଶ୍ୱକପ୍ ଇତିହାସର ଅନ୍ୟତମ ସ୍ମରଣୀୟ ବିଜୟ ହାସଲ କରିଛି।
ଐତିହାସିକ ବିଜୟ ପରେ ପାରାଗୁଏର ରାଷ୍ଟ୍ରପତି ସାଣ୍ଟିଆଗୋ ପେନା ସାରା ଦେଶରେ ଗୋଟିଏ ଦିନର ଜାତୀୟ ଛୁଟି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଏହି ବିଜୟ କେବଳ ଫୁଟ୍ବଲ୍ର ନୁହେଁ, ବରଂ ପାରାଗୁଏବାସୀଙ୍କ ସାହସ, ସଙ୍କଳ୍ପ ଓ ଜାତୀୟ ଏକତାର ପ୍ରତୀକ। ବିଜୟ ପରେ ଦେଶବ୍ୟାପୀ ଉତ୍ସବର ମାହୋଲ୍ ସୃଷ୍ଟି ହୋଇଛି।
ମେଷ : ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମ...
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ସୋମବାର ସ୍ପଷ...
ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଓଡ଼ିଶା ଭି...
ଭଦ୍ରକ ଜିଲ୍ଲାରେ ଏକତରଫା ପ୍ରେମକୁ କେନ୍ଦ୍ର କରି ଏକ ଚାଞ୍ଚ...
ଓଡ଼ିଶାରଏନ୍ଆଇଟି ରାଉରକେଲା (NIT Rourkela)ପୁଣିଥରେ ଗବେଷ...
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା ପକ୍ଷରୁ ପ...
ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିକୁ ନେଇ ଓଡ...
ମଧ୍ୟପ୍ରଦେଶର ଅଶୋକନଗର ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସା...
ଓଡ଼ିଶାରେ ସନ୍ଦିଗ୍ଧ ଚୋରି ଘଟଣାକୁ କେନ୍ଦ୍ର କରି ପୁଣି ଏକ...