ଭାରତରେ ହେବାକୁ ଥିବା ପୁରୁଷ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଅଂଶଗ୍ରହଣ କରିବ। ପଞ୍ଜାବରେ ଅକ୍ଟୋବର ୨୭ରୁ ନଭେମ୍ବର ୫ ଯାଏଁ ଏହି ପ୍ରତିଯୋଗିତା ଆୟୋଜିତ ହେବ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ସୋମବାର ପାକିସ୍ତାନର ଅଂଶଗ୍ରହଣ ନେଇ ସୂଚନା ଦେଇଛନ୍ତି।
ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଦଳ—ଭାରତ, ପାକିସ୍ତାନ, ଚୀନ୍, ଜାପାନ, ମାଲେସିଆ ଓ କୋରିଆ—ଅଂଶଗ୍ରହଣ କରିବେ। ଲିଗ୍ ପର୍ଯ୍ୟାୟର ମ୍ୟାଚ୍ଗୁଡ଼ିକ ଜଲନ୍ଧରରେ ଖେଳାଯିବ। ଏହାପରେ ସେମିଫାଇନାଲ୍ ଓ ଫାଇନାଲ୍ ମୋହାଲିର ହକି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ।
ପାକିସ୍ତାନର ଅଂଶଗ୍ରହଣ ନେଇ ଭଗବନ୍ତ ମାନ୍ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କ୍ରୀଡ଼ା ସିରିଜ୍ ଉପରେ ପ୍ରତିବନ୍ଧକ ଥିଲେ ମଧ୍ୟ ବହୁଦେଶୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଉଭୟ ଦେଶ ପରସ୍ପର ବିପକ୍ଷରେ ଖେଳିପାରିବେ।
ସରକାରଙ୍କ ନୀତି ଅନୁସାରେ, Olympic Charterର ନିୟମକୁ ଅନୁସରଣ କରି ଭାରତ ଓ ପାକିସ୍ତାନ ବହୁଦେଶୀୟ ଟୁର୍ଣ୍ଣାମେଣ୍ଟରେ ଅଂଶ ନେଇପାରିବେ। ତେବେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କ୍ରୀଡ଼ା ସମ୍ପର୍କ ପୂର୍ବଭଳି ନୁହେଁ।
ଭାରତ ଏହି ଟୁର୍ଣ୍ଣାମେଣ୍ଟର ଡିଫେଣ୍ଡିଂ ଚାମ୍ପିୟନ୍। ଭାରତୀୟ ଦଳ ୨୦୨୩ରେ ଚେନ୍ନାଇରେ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ପରେ ୨୦୨୪ରେ ଚୀନ୍ର ହୁଲୁନବୁଇରରେ ମଧ୍ୟ ଟାଇଟଲ୍ ବଜାୟ ରଖିଥିଲା।
ଏଥର ମଧ୍ୟ ଭାରତ ଟାଇଟଲ୍ ରକ୍ଷା କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ।
ହକି ଇଣ୍ଡିଆର ସାଧାରଣ ସମ୍ପାଦକ ଭୋଲାନାଥ ସିଂହ ଭାରତ ଓ ପାକିସ୍ତାନର ହକି ଫେଡେରେସନ୍ ମଧ୍ୟରେ ସମ୍ପର୍କକୁ “ଉତ୍କୃଷ୍ଟ” ବୋଲି ବର୍ଣ୍ଣନା କରିଛନ୍ତି। ପଡ଼ିଆରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଥିଲେ ମଧ୍ୟ ଉଭୟ ଦେଶର ଖେଳାଳି ଓ ଅଧିକାରୀଙ୍କ ମଧ୍ୟରେ ପାରସ୍ପରିକ ସମ୍ମାନ ରହିଥିବା ସେ କହିଛନ୍ତି।
ପଞ୍ଜାବ ସରକାର ମଧ୍ୟ ଟୁର୍ଣ୍ଣାମେଣ୍ଟକୁ ସଫଳ ଭାବେ ଆୟୋଜନ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ ଦେବ ବୋଲି ଆଶ୍ୱାସନ ଦେଇଛି।
ଅକ୍ଟୋବର ୨୭ରେ ଜଲନ୍ଧରରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ଏବଂ ନଭେମ୍ବର ୫ରେ ମୋହାଲିରେ ଫାଇନାଲ୍ ଖେଳାଯିବ। ଓମାନ୍ ଓ ବାଂଲାଦେଶକୁ ରିଜର୍ଭ ଦଳ ଭାବେ ରଖାଯାଇଛି।
ଦେଶରେ ଗବେଷଣା ଓ ନୂତନ ଉଦ୍ଭାବନକୁ ଉତ୍ସାହିତ କରିବା ଲକ୍ଷ୍...
ନୂଆଦିଲ୍ଲୀ: ‘ଆମେ ଶ୍ରୀକୃଷ୍ଣଙ୍କ ବଂଶଧର, କାହାକୁ ଡ...
ଶ୍ରୀନଗର: ଜମ୍ମୁ-କଶ୍ମୀରର ରାଜନୀତିରେ ନୂଆ ବିବାଦ। ନ୍ୟାସନ...
ବିହାର ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୦୨୭ ବାର୍ଷିକ ପରୀ...
ନୂଆଦିଲ୍ଲୀ: ନିର୍ବାଚନମଣ୍ଡଳୀରେ ଅନୁସୂଚିତ ଜାତି (SC) ଓ ଅ...
‘ଅରାଜକତା ହଟାଅ, ଗଣତନ୍ତ୍ର ବଞ୍ଚାଅ’ ସ୍ଲୋଗା...
ଗବେଷଣା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ନୂଆ ସହଯୋଗ ଉଚ୍ଚଶିକ...
ପଞ୍ଜାବରେ ନିଶାଦ୍ରବ୍ୟ ସମସ୍ୟା ଏବଂ ରାଜ୍ୟ ସରକାରଙ୍କ କାର୍...