ଆଫଗାନିସ୍ତାନ ସୀମା ସଂଲଗ୍ନ ଅଞ୍ଚଳରେ ପାକିସ୍ତାନ ବଡ଼ ଧରଣର ସାମରିକ ଅପରେସନ୍ ଚଳାଇଥିବା ଦାବି କରିଛି। ପାକିସ୍ତାନର କହିବା ଅନୁଯାୟୀ, ଏହି ଅଭିଯାନରେ ଆତଙ୍କବାଦୀଙ୍କ ଗୁପ୍ତ ଆଡ୍ଡାକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି ଏବଂ ଏଥିରେ ଅତି କମରେ ୨୯ ଜଣଙ୍କ ମୃତ୍ୟୁ ଘଟିଛି।
ପାକିସ୍ତାନ ସରକାର କହିଛି ଯେ, ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ମିଲିଟାଣ୍ଟ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଏହି ସାମରିକ ଅଭିଯାନ ଚଳାଯାଇଛି। ସୂଚନା ମନ୍ତ୍ରୀ ଆତାଉଲ୍ଲା ତାରାର୍ ସୋସିଆଲ ମିଡିଆରେ କହିଛନ୍ତି ଯେ ଏହି ଅପରେସନ୍ରେ ଜାମାତ୍-ଉଲ୍-ଆହରାର୍, ଫିତନା ଅଲ୍-ଖ୍ୱାରିଜ୍ ଏବଂ ପାକିସ୍ତାନରେ ନିଷିଦ୍ଧ ତେହେରିକ୍-ଇ-ତାଲିବାନ୍ (ଟିଟିପି)ର ଆଡ୍ଡାଗୁଡ଼ିକୁ ଟାର୍ଗେଟ୍ କରାଯାଇଛି।
ଏହା ପୂର୍ବରୁ ଶନିବାର ରାତିରେ କରାଚିସ୍ଥିତ ସିନ୍ଧ ରେଞ୍ଜର୍ସ ମୁଖ୍ୟାଳୟ ଉପରେ ସଶସ୍ତ୍ର ଆକ୍ରମଣ ହୋଇଥିଲା। ବନ୍ଧୁକଧାରୀମାନେ ଗାଡ଼ି ସହ ମୁଖ୍ୟ ଗେଟ୍ ଭାଙ୍ଗି ପରିସର ଭିତରକୁ ପ୍ରବେଶ କରି ଗୁଳିଚାଳନା ଓ ଗ୍ରେନେଡ୍ ଆକ୍ରମଣ କରିଥିଲେ। ସୁରକ୍ଷା ବାହିନୀର ପାଲଟା କାର୍ଯ୍ୟାନୁଷ୍ଠାନରେ ତିନିଜଣ ଆକ୍ରମଣକାରୀ ନିହତ ହୋଇଥିବାବେଳେ ଜଣେ ଆହତ ଆଫଗାନ୍ ନାଗରିକଙ୍କୁ ଗିରଫ କରାଯାଇଥିଲା।
ଜାମାତ୍-ଉଲ୍-ଆହରାର୍ ଏହି ଆକ୍ରମଣର ଦାୟିତ୍ୱ ନେଇଥିବା ଜଣାପଡ଼ିଛି। ପାକିସ୍ତାନ କହିଛି ଯେ ସେ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଚାହୁଁଛି, କିନ୍ତୁ ଦେଶର ସୁରକ୍ଷା ଓ ନାଗରିକଙ୍କ ନିରାପତ୍ତା ପ୍ରସଙ୍ଗରେ କୌଣସି ପ୍ରକାର ସମଝୌତା କରିବ ନାହିଁ।
ଅନ୍ୟପଟେ, ପାକିସ୍ତାନ ଦୀର୍ଘଦିନ ଧରି ଆଫଗାନିସ୍ତାନର ତାଲିବାନ ସରକାର ଉପରେ ଟିଟିପି ସଦସ୍ୟଙ୍କୁ ଆଶ୍ରୟ ଦେବାର ଅଭିଯୋଗ କରି ଆସୁଛି। ତେବେ କାବୁଲ ଏହି ଅଭିଯୋଗକୁ ପୁଣିଥରେ ଖଣ୍ଡନ କରିଛି।
ଉତ୍ତରପ୍ରଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା...
ଦେଶର ଅନେକ ସ୍ଥାନରେ ବର୍ଷା ହେଉଥିଲେ ମଧ୍ୟ ମୌସୁମୀ ଋତୁ ଆର...
ପୋଲିଓ ନିରାକରଣ ଅଭିଯାନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ଅବହେଳ...
ଓଡ଼ିଶାରେ ପ୍ରମାଣିତ ଧାନ ବିହନ ଉତ୍ପାଦନ କରୁଥିବା ହଜାର ହଜ...
ସ୍କୁଲ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପରିବେଷଣକୁ ନେଇ ଦେଖ...
ସୁବର୍ଣ୍ଣପୁର, ୨୬ ଜୁନ୍: ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା...
ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ୍ ବିନା ଜୀବନ କଳ୍ପନା କରିବା...
କେନ୍ଦ୍ରାପଡ଼ାରେ ରବିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ...
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଜଗତ ପ୍ରକା...
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଓଡ଼ିଶାରେ ସକ୍ରିୟ ହେ...
ମୌସୁମୀ ବାୟୁର ପୁନଃ ସକ୍ରିୟତା ଏବଂ ସମଗ୍ର ଓଡ଼ିଶାରେ ଏହାର...
ବ୍ରହ୍ମପୁର:ଜଳାଶୟରେ ମିଳୁଥିବା ଶୈବାଳ (Algae) ଉପରେ ଦୀର୍...