ପେଟ୍ରୋଲ-ଡିଜେଲ ବଞ୍ଚାଇବାକୁ ପାକିସ୍ତାନର କଡ଼ା ପଦକ୍ଷେପ! ସରକାରୀ ଡିନର୍ ବନ୍ଦ, ବିବାହ ଉତ୍ସବରେ ଲାଗିଲା କଟକଣା

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଓ ଅନ୍ତର୍ଜାତୀୟ ତୈଳ ମୂଲ୍ୟ ବୃଦ୍ଧି ମଧ୍ୟରେ ପାକିସ୍ତାନ ସରକାର ଇନ୍ଧନ ସଂରକ୍ଷଣ ଓ ସରକାରୀ ଖର୍ଚ୍ଚ କମାଇବା ପାଇଁ ନୂଆ କଟକଣା ଲାଗୁ କରିଛନ୍ତି।
Pakistan announces fuel conservation measures including 50 percent cut in official vehicle fuel and wedding restrictions
Pakistan announces fuel conservation measures including 50 percent cut in official vehicle fuel and wedding restrictions

ପାକିସ୍ତାନରେ ଇନ୍ଧନ ଓ ଅନ୍ତର୍ଜାତୀୟ ତୈଳ ମୂଲ୍ୟକୁ ନେଇ ଚାପ ବଢ଼ିବା ପରେ ସରକାର ଇନ୍ଧନ ସଂରକ୍ଷଣ ଓ ଖର୍ଚ୍ଚ କମାଇବା ପାଇଁ ଏକ ନୂଆ Austerity and Fuel Conservation Package ଲାଗୁ କରିଛନ୍ତି। ପାକିସ୍ତାନର କ୍ୟାବିନେଟ୍ ଡିଭିଜନ୍ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ ଏହି ପଦକ୍ଷେପଗୁଡ଼ିକ ତୁରନ୍ତ ଲାଗୁ ହୋଇଛି।

ସରକାରୀ ଗାଡ଼ି ପାଇଁ ୫୦% କମିଲା ଇନ୍ଧନ

ନୂଆ ନିୟମ ଅନୁସାରେ ସରକାରୀ ଯାନଗୁଡ଼ିକ ପାଇଁ ଇନ୍ଧନ ଆବଣ୍ଟନ ୩ ମାସ ପାଇଁ ୫୦% କମାଯାଇଛି। ତେବେ ସଶସ୍ତ୍ର ବାହିନୀ, ଆଇନ ଶୃଙ୍ଖଳା ବାହିନୀ, ଜରୁରୀ ସେବା ଏବଂ କିଛି ଅପରେସନାଲ୍ ଯାନକୁ ଏଥିରୁ ବାଦ ଦିଆଯାଇଛି।

ଏହା ସହ ସମସ୍ତ ପ୍ରକାର ନୂଆ ସରକାରୀ ଯାନ କିଣା ଉପରେ ପ୍ରତିବନ୍ଧକ ଲଗାଯାଇଛି। IT ସମ୍ବନ୍ଧୀୟ ଆବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟାନ୍ୟ Durable Goods କିଣା ମଧ୍ୟ ବନ୍ଦ କରାଯାଇଛି।

୩ ମାସ ପାଇଁ ବିଦେଶ ଯାତ୍ରା ବନ୍ଦ

ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ବିଦେଶ ଯାତ୍ରା ଉପରେ ୩ ମାସ ପାଇଁ ରୋକ ଲଗାଯାଇଛି। କିଛି ନିର୍ଦ୍ଦିଷ୍ଟ ଛାଡ଼ ବ୍ୟତୀତ ଏହି ନିୟମ ଲାଗୁ ହେବ। ଅତ୍ୟାବଶ୍ୟକ ବିଦେଶ ଯାତ୍ରା ହେଲେ ମନ୍ତ୍ରୀ ଓ ଅଧିକାରୀମାନଙ୍କୁ Economy Classରେ ଯାତ୍ରା କରିବାକୁ କୁହାଯାଇଛି।

ସରକାରୀ ଡିନର୍‌ରେ କଟକଣା

ସରକାରୀ ଖର୍ଚ୍ଚରେ ଆୟୋଜିତ Official Dinner ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। କେବଳ ବିଦେଶୀ ପ୍ରତିନିଧିମଣ୍ଡଳୀଙ୍କ ସମ୍ମାନରେ ଆବଶ୍ୟକ ଡିନର୍‌କୁ ଛାଡ଼ ଦିଆଯାଇଛି। ସରକାରୀ ଅର୍ଥରେ ଅନାବଶ୍ୟକ ସେମିନାର, ଟ୍ରେନିଂ ଓ କନଫରେନ୍ସ ଆୟୋଜନକୁ ମଧ୍ୟ ନିୟନ୍ତ୍ରଣ କରାଯାଇଛି।

ବିବାହରେ କେବଳ ଗୋଟିଏ ଡିସ୍‌

ଇନ୍ଧନ ଓ ଖର୍ଚ୍ଚ ସଂରକ୍ଷଣ ପାଇଁ ବିବାହ ଏବଂ ଅନ୍ୟାନ୍ୟ ଉତ୍ସବରେ କେବଳ ଗୋଟିଏ ପ୍ରକାର ଖାଦ୍ୟ ପରିବେଷଣ କରିବାକୁ ନିର୍ଦ୍ଦେଶ ରହିଛି। ଏହା ସହ ମ୍ୟାରେଜ୍ ହଲ୍, ମାର୍କି ଓ ଅନ୍ୟାନ୍ୟ ଉତ୍ସବ ସ୍ଥଳକୁ ରାତି ୧୦ଟା ସୁଦ୍ଧା ବନ୍ଦ କରିବାକୁ ପଡ଼ିବ।

ରାତି ୯ଟାରେ ବନ୍ଦ ହେବ ବଜାର

ଦୋକାନ, ବଜାର, ସପିଂ ମଲ୍‌, ବଜାର ଅଞ୍ଚଳ ଏବଂ ସାଧାରଣ ଦୋକାନଗୁଡ଼ିକୁ ରାତି ୯ଟା ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି। ରେଷ୍ଟୁରାଣ୍ଟ, କାଫେ ଓ ଫୁଡ୍ ଆଉଟଲେଟ୍‌ଗୁଡ଼ିକ ରାତି ୧୧ଟା ପର୍ଯ୍ୟନ୍ତ ଚାଲିପାରିବେ। ହସ୍ପିଟାଲ, ଫାର୍ମାସି, ପେଟ୍ରୋଲ-ସିଏନ୍‌ଜି ପମ୍ପ, EV ଚାର୍ଜିଂ ସେଣ୍ଟର, ଜିମ୍‌, IT କମ୍ପାନି ଓ କଲ୍ ସେଣ୍ଟର ଭଳି ଜରୁରୀ କ୍ଷେତ୍ରକୁ ଏହି ସମୟସୀମାରୁ ଛାଡ଼ ଦିଆଯାଇଛି।

ପାକିସ୍ତାନ ସରକାରଙ୍କ ଅନୁସାରେ, ଅନ୍ତର୍ଜାତୀୟ ତୈଳ ମୂଲ୍ୟ ବୃଦ୍ଧି ଓ ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବରେ ଦେଶରେ ଇନ୍ଧନ ଓ ସରକାରୀ ଖର୍ଚ୍ଚ ଉପରେ ଚାପ ବଢ଼ିଛି। ଏହି ପରିସ୍ଥିତିରେ ଇନ୍ଧନ ସଂରକ୍ଷଣ ଓ ସରକାରୀ ଖର୍ଚ୍ଚ କମାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି।

LIVE TV
LIVE
Latest News
୭ ଦିନିଆ ଦିଲ୍ଲୀ ଗସ୍ତ ଶେଷ, ଆଜି ଓଡ଼ିଶା ଫେରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ

୭ ଦିନିଆ ଦିଲ୍ଲୀ ଗସ୍ତ ଶେଷ, ଆଜି...

୭ ଦିନିଆ ଦିଲ୍ଲୀ ଗସ୍ତ ଶେଷ କରି ଆଜି ଓଡ଼ିଶା ଫେରିବେ ବିଜୁ...

Defender, Porsche, ଚା’ ଏବଂ Gen Z: ABVP-NSUI ବାହାରେ ବଦଳୁଛି Delhi University ଛାତ୍ର ରାଜନୀତି

Defender, Porsche, ଚା’ ଏବଂ Gen Z:...

Delhi Universityରେ ସେପ୍ଟେମ୍ବର ଆସିଲେ ଛାତ୍ର ରାଜନୀତିର...

୨୦୨୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓଡ଼ିଶାରେ କଂଗ୍ରେସର ବଡ଼ ପ୍ରସ୍ତୁତି, ରାହୁଲ-ପ୍ରିୟଙ୍କାଙ୍କ ଗସ୍ତରେ ନଜର

୨୦୨୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓଡ଼ିଶାରେ କଂଗ୍ରେସର...

୨୦୨୭ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ଓଡ଼ିଶାରେ ନିଜର ସା...

୧୩ ବର୍ଷ ପରେ Jhiram Valley ମାମଲାରେ ବଡ଼ ରାୟ: ୧୦ ମାଓବାଦୀଙ୍କୁ ମୃତ୍ୟୁଦଣ୍ଡ

୧୩ ବର୍ଷ ପରେ Jhiram Valley ମାମଲାରେ...

୨୦୧୩ର Jhiram Valley ମାଓବାଦୀ ଆକ୍ରମଣ ମାମଲାରେ୧୩ ବର୍ଷ...

ଲୋକସେବା ଭବନ ହେଲା ‘ତମାଖୁମୁକ୍ତ ଅଞ୍ଚଳ’, ନିୟମ ଭାଙ୍ଗିଲେ ଗଣିବେ ଜରିମାନା

ଲୋକସେବା ଭବନ ହେଲା ‘ତମାଖୁମୁକ୍ତ ଅଞ୍ଚଳ’, ନିୟମ...

ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ପରିସରକୁ ‘ତମାଖୁମୁକ...

ଚୀନ୍ ବଦଳିଲା, CPM ବଦଳିଲା ନାହିଁ: ଭାରତର ଏକମାତ୍ର କମ୍ୟୁନିଷ୍ଟ ମନ୍ତ୍ରୀ CP John କହିଲେ ବାମପନ୍ଥର ଅବନତିର କାରଣ

ଚୀନ୍ ବଦଳିଲା, CPM ବଦଳିଲା ନାହିଁ: ଭାରତର...

ଭାରତରେ ବାମପନ୍ଥୀ ଦଳଗୁଡ଼ିକର ରାଜନୈତିକ ପ୍ରଭାବ ଗତ କିଛି...

୮ ପଞ୍ଚାୟତ ପାଇଁ ଜଣେ ଡାକ୍ତର! ରାୟଗଡ଼ା ଅମ୍ବାଦଳା PHCରେ ସ୍ୱାସ୍ଥ୍ୟସେବାକୁ ନେଇ ଚିନ୍ତା

୮ ପଞ୍ଚାୟତ ପାଇଁ ଜଣେ ଡାକ୍ତର! ରାୟଗଡ଼ା...

ବିଶ୍ୱ ରୋଗୀ ସୁରକ୍ଷା ଦିବସ ଅବସରରେ ରାୟଗଡ଼ା ଜିଲ୍ଲାର ଅମ୍...

୫ ଓରାଂଉଟାନ୍‌ ଉଦ୍ଧାର ପରେ ଖୋଲୁଛି ରହସ୍ୟ! ମହାରାଷ୍ଟ୍ରରୁ ମିଜୋରାମ ଯାଏଁ ରାକେଟ୍‌ ଲିଙ୍କ୍‌ ଖୋଜୁଛି STF

୫ ଓରାଂଉଟାନ୍‌ ଉଦ୍ଧାର ପରେ ଖୋଲୁଛି ରହସ୍ୟ!...

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ର ରଣକୋଠା ସଂରକ୍ଷି...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+