ଓଡ଼ିଶାରେ ଉଦ୍ଧାର ହୋଇଥିବା ବିଦେଶୀ ଓରାଙ୍ଗଉଟାନ୍ଙ୍କ ସୁରକ୍ଷା ଓ ଥଇଥାନ ଏବେ ବନବିଭାଗ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି। ନିଜ ପ୍ରାକୃତିକ ବାସସ୍ଥାନଠାରୁ ହଜାର ହଜାର କିଲୋମିଟର ଦୂରରେ ରହୁଥିବା ଏହି ବିରଳ ବନ୍ୟପ୍ରାଣୀଙ୍କୁ ଓଡ଼ିଶାର ପରିବେଶ ସହ ଖାପଖୁଆଇବା ଉପରେ ଏବେ ବିଶେଷ ଧ୍ୟାନ ଦିଆଯାଉଛି।
ଓରାଙ୍ଗଉଟାନ୍ମାନଙ୍କ ମୂଳ ବାସସ୍ଥାନ ଇଣ୍ଡୋନେସିଆ ଓ ମାଲେସିଆର ଘଞ୍ଚ ବର୍ଷାରଣ୍ୟ। ସେଠାକାର ତାପମାତ୍ରା, ଆର୍ଦ୍ରତା, ପରିବେଶ ଓ ଖାଦ୍ୟଶୈଳୀ ତୁଳନାରେ ଓଡ଼ିଶାର ପରିବେଶ ଭିନ୍ନ। ଏହି ପରିବର୍ତ୍ତନ ସେମାନଙ୍କ ଶାରୀରିକ ସ୍ୱାସ୍ଥ୍ୟ ସହ ମାନସିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇପାରେ।
ଅଜଣା ପରିବେଶରେ ରହିବା ଯୋଗୁଁ ଓରାଙ୍ଗଉଟାନ୍ମାନଙ୍କ ମଧ୍ୟରେ ଷ୍ଟ୍ରେସ୍ ବା ମାନସିକ ଚାପ ଦେଖାଦେଉଥିବା କୁହାଯାଉଛି। ଏହି ଚାପ କମାଇବା ଏବଂ ସେମାନଙ୍କୁ ନୂଆ ପରିବେଶରେ ଅଭ୍ୟସ୍ତ କରାଇବା ପାଇଁ ସ୍ୱତନ୍ତ୍ର ‘ମ୍ୟୁଜିକ୍ ଥେରାପି’ ଦିଆଯାଉଛି।
ଓରାଙ୍ଗଉଟାନ୍ ଅତ୍ୟନ୍ତ ବୁଦ୍ଧିମାନ ବନ୍ୟପ୍ରାଣୀ ହୋଇଥିବାରୁ ସେମାନଙ୍କ ଆଚରଣ ଓ ମାନସିକ ସ୍ଥିତି ଉପରେ ନଜର ରଖିବା ମଧ୍ୟ ଜରୁରୀ। କେବଳ ଶାରୀରିକ ସ୍ୱାସ୍ଥ୍ୟ ନୁହେଁ, ଦୀର୍ଘକାଳୀନ ଥଇଥାନ ପାଇଁ ସେମାନଙ୍କ ପରିବେଶ, ଖାଦ୍ୟ, ତାପମାତ୍ରା, ଆର୍ଦ୍ରତା ଓ ମାନସିକ ସୁସ୍ଥତାକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ।
ତେବେ ମ୍ୟୁଜିକ୍ ଥେରାପି ଓରାଙ୍ଗଉଟାନ୍ଙ୍କ ଷ୍ଟ୍ରେସ୍ କମାଇବାରେ କେତେଦୂର ପ୍ରଭାବଶାଳୀ ହେବ ଏବଂ ଓଡ଼ିଶାରେ ସେମାନଙ୍କ ଦୀର୍ଘକାଳୀନ ଜୀବନଯାପନ ପାଇଁ ଆଉ କେଉଁ ପଦକ୍ଷେପ ଆବଶ୍ୟକ, ତାହା ଉପରେ ନଜର ରହିଛି।
ମୁମ୍ବାଇର ଜିଓ ୱାର୍ଲ୍ଡ ପ୍ଲାଜାରେ ନକଲି ପ୍ରଧାନମନ୍ତ୍ରୀ କ...
ନୂଆଦିଲ୍ଲୀ:ଦୀର୍ଘ ୧୧ ବର୍ଷ ପରେ ଭାରତକୁ ଫେରାଇ ଅଣାଯାଇଛି...
ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଚାଲିଥିବା BRICS ସମ୍ମି...
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତିକୁ ନେଇ ଆଶା ସ...
ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଛାତିଥରା ହତ୍ୟାକାଣ୍ଡ ସା...
ନୂଆଦିଲ୍ଲୀରେ ଚାଲିଥିବା BRICS ସମ୍ମିଳନୀର ପ୍ରଥମ ଦିନ ଅନ୍...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆୟର୍ଲାଣ୍ଡ ଗସ...
୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାର ଦୋଷୀ ତଥା ଗ୍ୟାଙ...