ଡାଇବେଟିସ୍ ବା ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଡେନମାର୍କର ଔଷଧ ନିର୍ମାତା କମ୍ପାନିନୋଭୋ ନର୍ଡିସ୍କଭାରତରେ‘ଆୱିକ୍ଲି’ (Insulin Icodec)ନାମକ ସପ୍ତାହକୁ ଥରେ ନିଆଯାଉଥିବା ବେସଲ ଇନ୍ସୁଲିନ୍ ଲଞ୍ଚ କରିଛି। କମ୍ପାନି ଦାବି କରିଛି ଯେ, ଏହା ବିଶ୍ୱର ପ୍ରଥମ ସାପ୍ତାହିକ ବେସଲ ଇନ୍ସୁଲିନ୍।
ଏହି ଇନ୍ସୁଲିନ୍ଟାଇପ୍-୧ ଏବଂ ଟାଇପ୍-୨ ଡାଇବେଟିସ୍ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ। ଏହା ଫଳରେ ପ୍ରତିଦିନ ଇନ୍ସୁଲିନ୍ ନେବାର ଆବଶ୍ୟକତା କମିଯିବ ଏବଂ ବର୍ଷକୁ ୩୬୫ଟି ଇଞ୍ଜେକ୍ସନ୍ ପରିବର୍ତ୍ତେ ମାତ୍ର ୫୨ଟି ଇଞ୍ଜେକ୍ସନ୍ ନେବାକୁ ପଡ଼ିବ।
କମ୍ପାନିର କହିବା ଅନୁଯାୟୀ, ପ୍ରତିଦିନ ଇନ୍ସୁଲିନ୍ ନେବାର ଭୟ ଓ ଅସୁବିଧା କାରଣରୁ ଅନେକ ରୋଗୀ ସମୟରେ ଇନ୍ସୁଲିନ୍ ଥେରାପି ଆରମ୍ଭ କରୁନାହାନ୍ତି। ନୂଆ ସାପ୍ତାହିକ ଇନ୍ସୁଲିନ୍ ଏହି ସମସ୍ୟାକୁ କମାଇ ରୋଗୀଙ୍କ ପାଇଁ ଚିକିତ୍ସାକୁ ଅଧିକ ସହଜ କରିବ ବୋଲି କମ୍ପାନି ଆଶା ପ୍ରକାଶ କରିଛି।
ନୋଭୋ ନର୍ଡିସ୍କ ୭୦୦ ୟୁନିଟ୍ର ପ୍ୟାକ୍କୁ୨,୬୧୧ ଟଙ୍କାରେ ବଜାରକୁ ଆଣିଛି। ଏହାର ପ୍ରତି ୟୁନିଟ୍ ମୂଲ୍ୟ ପ୍ରାୟ୩.୭୩ ଟଙ୍କା, ଯାହା ବର୍ତ୍ତମାନ ବ୍ୟବହୃତ ଦୈନିକ ବେସଲ ଇନ୍ସୁଲିନ୍ ତୁଳନାରେ୩୦ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ଶସ୍ତାବୋଲି କମ୍ପାନି କହିଛି।
ଏହି ଇନ୍ସୁଲିନ୍ ପ୍ରି-ଫିଲ୍ଡ ପେନ୍ ଡିଭାଇସ୍ ମାଧ୍ୟମରେ ସପ୍ତାହର ନିର୍ଦ୍ଦିଷ୍ଟ ଦିନରେ ପେଟ, ଜଙ୍ଘ କିମ୍ବା ବାହୁରେ ଦିଆଯାଇପାରିବ। ନୋଭୋ ନର୍ଡିସ୍କ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ବିକ୍ରାନ୍ତ ଶ୍ରୋତ୍ରୀୟ କହିଛନ୍ତି, ଏହି ଔଷଧ ଲଞ୍ଚ କରିବାରେ ଭାରତ ବିଶ୍ୱର ସପ୍ତମ ଦେଶ ହୋଇଛି।
ଭାରତରେ ୧୦ କୋଟିରୁ ଅଧିକ ଲୋକ ଡାଇବେଟିସ୍ ଏବଂ ପ୍ରି-ଡାଇବେଟିସ୍ ସମସ୍ୟାରେ ପୀଡ଼ିତ ଥିବାରୁ ଏହି ନୂଆ ପଦକ୍ଷେପ ମଧୁମେହ ଚିକିତ୍ସାରେ ଏକ ବଡ଼ ପରିବର୍ତ୍ତନ ଆଣିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...
ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ନଭେମ୍ବର ୫ ତାରିଖରେ ପରଦାକୁ...
ନୂଆଦିଲ୍ଲୀ: ଏସିଆନ୍ ପାରା ଗେମ୍ସ ୨୦୨୬ରେ ଭାରତୀୟ ଖେଳାଳିମ...
♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...
ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...
ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବ...
ଏସିଆନ୍ ପାରା ଗେମ୍ସ ୨୦୨୬ରେ ଦେଶ ପାଇଁ ଗୌରବ ଆଣିଥିବା ଭାର...
ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳ ପାଇଁ ଫିଲ୍ଡିଂ ଏକ ବଡ଼ ଚ...