ଭୁବନେଶ୍ୱର, ଅଗଷ୍ଟ ୨୦: ଓଡ଼ିଶାର ଗ୍ରାମାଞ୍ଚଳକୁ ଅଧିକ ସୁବିଧାସମ୍ପନ୍ନ କରିବା ଏବଂ ଗାଁରେ ସହର ଭଳି ଭିତ୍ତିଭୂମି ବିକଶିତ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ଯୋଜନା ଘୋଷଣା କରିଛନ୍ତି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଘୋଷିତ ଏହି ଯୋଜନାରେ ପଞ୍ଚାୟତ ସ୍ତରରେ ବିଭିନ୍ନ ମଡେଲ ଭିତ୍ତିଭୂମି ନିର୍ମାଣ କରାଯିବ।
ଏହି ଯୋଜନା ଅଧୀନରେ ମଡେଲ ଖେଳ ପଡ଼ିଆ, କଲ୍ୟାଣ ମଣ୍ଡପ, ଗ୍ରାମୀଣ ବଜାର, ମଡେଲ ପୋଖରୀ, ଗ୍ରାମୀଣ ପାର୍କ, ମଡେଲ ଲାଇବ୍ରେରୀ ଓ ଶ୍ମଶାନ ଘାଟ ଭଳି ସୁବିଧା ବିକଶିତ କରାଯିବ।
ସରକାରଙ୍କ ଯୋଜନା ଅନୁସାରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ପାଇଁ ନିର୍ଦ୍ଦିଷ୍ଟ ବଜେଟ୍ ରଖାଯାଇଛି।
ଏଥିସହ ପ୍ରତ୍ୟେକ ଗାଁରେ ପ୍ରତିବର୍ଷ ଅତି କମରେ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ ସରକାର ଯୋଜନା କରିଛନ୍ତି।
କେବଳ ଭିତ୍ତିଭୂମି ବିକାଶ ନୁହେଁ, ପରିବେଶ ସୁରକ୍ଷାକୁ ମଧ୍ୟ ଏହି ଯୋଜନାରେ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ୭୦୦ଟି ଗଛ ଲଗାଇବାକୁ ସରକାର ଯୋଜନା କରିଛନ୍ତି।
ସ୍ଥାନୀୟ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଗ୍ରାମସଭା ମାଧ୍ୟମରେ କେଉଁ ପ୍ରକଳ୍ପର ଆବଶ୍ୟକତା ଅଧିକ, ତାହା ଚିହ୍ନଟ କରାଯିବ। ଏହା ଆଧାରରେ ପ୍ରକଳ୍ପ ଚୟନ କରାଯିବ ବୋଲି ସରକାର କହିଛନ୍ତି।
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି ଯେ, ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଅତି କମରେ ଗୋଟିଏ ଆଦର୍ଶ ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ କରିବା ସରକାରଙ୍କ ଉଦ୍ଦେଶ୍ୟ।
ଏହି ପ୍ରକଳ୍ପଗୁଡ଼ିକ BJBU, CFC/SFC, CSR, DMF, MLA LAD ଏବଂ VB-G RAM G ସମେତ ବିଭିନ୍ନ ଯୋଜନା ଓ ପାଣ୍ଠିର ସମନ୍ୱୟରେ କାର୍ଯ୍ୟକାରୀ କରାଯିବ।
ତେବେ ସରକାରଙ୍କ ଏହି ଘୋଷଣାକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। ବିଜେଡି କହିଛି, ଗାଁରେ ସହର ଭଳି ସୁବିଧା ଯୋଗାଇବା ନିଶ୍ଚିତ ଭାବେ ଭଲ ପଦକ୍ଷେପ, କିନ୍ତୁ ସରକାରୀ ଘୋଷଣା ଓ ବାସ୍ତବ କାର୍ଯ୍ୟାନ୍ୱୟନ ମଧ୍ୟରେ ବଡ଼ ତଫାତ ରହିଛି।
ବିଜେଡି ବିଧାୟକ ଶାରଦା ଜେନା ଅଭିଯୋଗ କରିଛନ୍ତି ଯେ ପଞ୍ଚାୟତିରାଜ ବିଭାଗର ବଜେଟ୍ ଖର୍ଚ୍ଚ ନିମ୍ନ ସ୍ତରରେ ରହିଛି ଏବଂ ଗାଁଗୁଡ଼ିକରେ ଆବଶ୍ୟକ ବିକାଶମୂଳକ କାମ ହେଉନାହିଁ।
କଂଗ୍ରେସ ମଧ୍ୟ ଏହି ଘୋଷଣାକୁ ନେଇ ସରକାରଙ୍କୁ ସମାଲୋଚନା କରିଛି। ଆଗାମୀ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ସରକାର ଲୋକଙ୍କୁ ‘ରଙ୍ଗୀନ ସ୍ୱପ୍ନ’ ଦେଖାଉଛନ୍ତି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି।
ସରକାରଙ୍କ ଏହି ଯୋଜନା ବାସ୍ତବରେ କେତେ ଶୀଘ୍ର ଓ କେତେ ପରିମାଣରେ ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହେଉଛି, ତାହା ଉପରେ ଏବେ ନଜର ରହିବ।
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍ ଏବେ BWF ବି...
ତାମିଲନାଡୁର ରାଜନୀତିରେ ଅଭିନେତାରୁ ରାଜନେତା ହୋଇଥିବା ସି....
ଲିଓନେଲ୍‌ ମେସି ପୁଣିଥରେ ଗୋଲ୍‌ ସ୍କୋରରେ ଫେରି...
ଭାରତୀୟ ମହିଳା ଡବଲ୍ସ ଯୋଡ଼ି ଗାୟତ୍ରୀ ଗୋପୀଚାନ୍ଦ ଓ ତ୍ରିସ...
ପଶ୍ଚିମବଙ୍ଗ ବାର୍ କାଉନସିଲ ନିର୍ବାଚନରେ ତୃଣମୂଳ କଂଗ୍ରେସ...
ମେଷ ଏହି ସପ୍ତାହରେ ମେଷ ରାଶିର ବ୍ୟକ୍ତିମାନେ କର୍ମକ୍ଷେ...
ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...
୧୯୮୪ ମସିହାର ଶିଖ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ...
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବନ୍ଦେ ମାତରମ୍‌କୁ ନ...
ଆଗାମୀ ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ISL)...