ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଭିମସାର (VIMSAR)ର ଏଷ୍ଟାବ୍ଲିଶମେଣ୍ଟ ଅଫିସର ଧନୁର୍ଧର ବିଶ୍ୱାଳଙ୍କ ବିଭିନ୍ନ ସମ୍ପତ୍ତି ଉପରେ ଏକକାଳୀନ ଚଢ଼ାଉ କରିଛି। ଏହି ଚଢ଼ାଉରେ ଦୁଇ ମହଲା ବିଶିଷ୍ଟ ଘର, ପ୍ରାୟ ୨୦ଟି ମୂଲ୍ୟବାନ ପ୍ଲଟ୍, ଏକ ହାଇଭା ଟ୍ରକ୍, ଦୁଇଟି ଟ୍ରାକ୍ଟର, ସୁନା ଅଳଙ୍କାର ଓ ବିପୁଳ ପରିମାଣର ନଗଦ ଟଙ୍କା ଠାବ ହୋଇଛି।
ସମ୍ବଲପୁର ଭିଜିଲାନ୍ସ ସ୍ପେଶାଲ୍ ଜଜ୍ଙ୍କ ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କରାଯାଇଥିଲା।
ଧନୁର୍ଧର ବିଶ୍ୱାଳଙ୍କ ବିରୋଧରେ ସମ୍ବଲପୁରର ଚାରିଟି ସ୍ଥାନରେ ତଲାସି କରାଯାଇଥିଲା। ଧନକଉଡ଼ାରେ ଥିବା ଦୁଇ ମହଲା ବିଶିଷ୍ଟ ଘର ସମେତ ସମ୍ବଲପୁର ସହର ଉପକଣ୍ଠରେ ପ୍ରାୟ ୨୦ଟି ମୂଲ୍ୟବାନ ପ୍ଲଟ୍ ଚିହ୍ନଟ ହୋଇଛି। ଏଥିସହ ଏକ ହାଇଭା ଟ୍ରକ୍, ଦୁଇଟି ଟ୍ରାକ୍ଟର ଓ ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି।
ସେହିପରି ଭିମସାରର ଷ୍ଟିୱାର୍ଡ ଅଶ୍ୱିନୀ ମେହେରଙ୍କ ବିରୋଧରେ ମଧ୍ୟ ପାଞ୍ଚଟି ସ୍ଥାନରେ ଚଢ଼ାଉ କରାଯାଇଛି। ତାଙ୍କ ଚଳ ଓ ଅଚଳ ସମ୍ପତ୍ତିର ଯାଞ୍ଚ ଜାରି ରହିଛି।
ଏହି ଅଭିଯାନରେ ପାଞ୍ଚଜଣ ଡିଏସପି, ପାଞ୍ଚଜଣ ଇନ୍ସପେକ୍ଟର, ତିନିଜଣ ଏଏସଆଇ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଥିଲେ।
ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ଚଢ଼ାଉ ଓ ସମ୍ପତ୍ତି ଯାଞ୍ଚ ସମ୍ପୂର୍ଣ୍ଣ ହେବା ପରେ ଜବତ ସମ୍ପତ୍ତିର ମୋଟ ମୂଲ୍ୟ ସ୍ପଷ୍ଟ ହେବ।
ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...
ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବ...
ଆମେରିକା ଯାତ୍ରା କରୁଥିବା ଭାରତୀୟ ବିମାନ ଯାତ୍ରୀଙ୍କ ପାଇଁ...
ଦୀପାବଳି ପୂର୍ବରୁ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ାଇଛି...
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...
ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ନଭେମ୍ବର ୫ ତାରିଖରେ ପରଦାକୁ...
ଭାରତର ମହାନ ସଙ୍ଗୀତଜ୍ଞ, ଗାୟକ, କବି ଓ ଚଳଚ୍ଚିତ୍ର ନିର୍ମା...
ଜମ୍ମୁ-କଶ୍ମୀରର ରାଜନୀତିରେ ଏବେ ହଟଚମଟ। ଶାସକ ନ୍ୟାସନାଲ କ...