ରାୟଗଡା ଜିଲ୍ଲାର କୋଲନରା ବ୍ଲକରେ କାର୍ଯ୍ୟରତ RWSS ବିଭାଗର ସହକାରୀ ଯନ୍ତ୍ରୀ ମଲୟ କୁମାର ନାୟକଙ୍କ ବିରୋଧରେ ଅନୁପାତହୀନ ସମ୍ପତ୍ତି ରଖିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗୁରୁବାର ୭ଟି ସ୍ଥାନରେ ଏକାସାଥିରେ ଚଢାଉ କରିଛି। ବେରହମ୍ପୁର ସ୍ପେଶାଲ୍ ଭିଜିଲାନ୍ସ କୋର୍ଟର ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ତଲାଶି ଚାଲିଥିଲା।
ଭିଜିଲାନ୍ସର ୫ ଜଣ DSP, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଦଳ ଗଞ୍ଜାମ ଓ ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଚଢାଉ କରିଥିଲେ। ବେରହମ୍ପୁରର ଲୋଚାପଡା ସୌନ୍ଦର୍ଯ୍ୟ ନଗରରେ ଥିବା ତିନିତଳା ଘର, ଜଗନ୍ନାଥପ୍ରସାଦ ଥୋଲଣ୍ଡା ଗ୍ରାମର ପୈତୃକ ଘର, ବୁଗୁଡାର ବାଲି ପିଣ୍ଡି ସାହି ଓ ପଙ୍କାଳ ସାହିରେ ଥିବା ସମ୍ପର୍କୀୟଙ୍କ ଘର ତଲାଶି ହୋଇଥିଲା।
ଏହା ସହିତ ଗୋଳନ୍ଥରା ନିକଟ କମଳାପୁରରେ ଥିବା ଶ୍ୱଶୁର ଘର, ରାୟଗଡାର ରୋଇତ କଲୋନୀର ଭଡା ଘର ଏବଂ କୋଲନରା ବ୍ଲକ ଅଫିସରେ ଥିବା କାର୍ଯ୍ୟାଳୟ କକ୍ଷରେ ମଧ୍ୟ ଭିଜିଲାନ୍ସ ତଲାଶି କରିଥିଲା।
ଅଧିକାରୀମାନେ କହିଛନ୍ତି ଯେ, ମଲୟ କୁମାର ନାୟକ ତାଙ୍କ ଜଣାଶୁଣା ଆୟ ସୀମାଠାରୁ ଅଧିକ ସମ୍ପତ୍ତି ସଂଗ୍ରହ କରିଥିବା ଅଭିଯୋଗ ଉପରେ ତଦନ୍ତ ଚାଲିଛି। ତଲାଶି ସମୟରେ ମିଳିଥିବା ଦଲିଲ, ବ୍ୟାଙ୍କ ରେକର୍ଡ ଏବଂ ଚଳ-ଅଚଳ ସମ୍ପତ୍ତିର ମୂଲ୍ୟାୟନ କାର୍ଯ୍ୟ ଜାରି ରହିଛି। ଚଢାଉ ଶେଷ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସମ୍ପତ୍ତି ଜବତ ଓ ମୂଲ୍ୟାୟନ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...
ଭାରତୀୟ ଫୁଟବଲ ଦଳ ପାଇଁ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର FIF...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ଆଫଗାନିସ୍ତାନ ବିପକ୍ଷ ଆଗାମୀ T20I ସିରିଜ୍ ପାଇଁ ଭାରତୀୟ ଦ...
ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ଚାଇନା ମାଷ୍ଟର୍ସ ୨୦୨୬ରେ ଭାରତୀୟ ଅଭିଯାନ ନିରାଶାଜନକ ଭାବେ...