ଚାକିରି ସୁରକ୍ଷା ଏବଂ ସ୍ଥାୟୀ ନିଯୁକ୍ତି ଦାବିରେ ରାଜ୍ୟର ଶତାଧିକ ସ୍ୱାସ୍ଥ୍ୟ ମିତ୍ର ସୋମବାର ଭୁବନେଶ୍ୱରର ଲୋୟର ପିଏମଜି ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଲ୍ ଓଡ଼ିଶା ସ୍ୱାସ୍ଥ୍ୟ ମିତ୍ର ଆସୋସିଏସନ୍ର ଆହ୍ୱାନରେ ଆୟୋଜିତ ଏହି ଆନ୍ଦୋଳନରେ ମହିଳା କର୍ମଚାରୀମାନେ ନିଜ ଶିଶୁମାନଙ୍କ ସହ ଯୋଗଦେଇଥିଲେ।
ବିକ୍ଷୋଭକାରୀମାନଙ୍କ ମୁଖ୍ୟ ଦାବି ହେଉଛି ଚାଲିଥିବା ଛଟେଇ ପ୍ରକ୍ରିୟାକୁ ତୁରନ୍ତ ବାତିଲ କରିବା। ଏହାସହ ସମସ୍ତ ସ୍ୱାସ୍ଥ୍ୟ ମିତ୍ରଙ୍କୁ ସ୍ଥାୟୀ ନିଯୁକ୍ତି, ଚାକିରି ସୁରକ୍ଷା ପ୍ରଦାନ, ତୃତୀୟ ପକ୍ଷ ଆଉଟସୋର୍ସିଂ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ସମସ୍ତ କର୍ମଚାରୀଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ନିଶ୍ଚିତତା ସମିତି ଅଧୀନରେ ସିଧାସଳଖ ଅନ୍ତର୍ଭୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି।
ସ୍ୱାସ୍ଥ୍ୟ ମିତ୍ରମାନଙ୍କ କହିବା ଅନୁସାରେ, ୨୦୧୮ ମସିହାରେ ରାଜ୍ୟର ପ୍ରାୟ ୭୦୦ଟି ଚିକିତ୍ସା କେନ୍ଦ୍ରରେ ନିଯୁକ୍ତ ହୋଇଥିବା ପ୍ରାୟ ୧,୦୦୦ ଜଣ ସ୍ୱାସ୍ଥ୍ୟ ମିତ୍ରଙ୍କୁ ଗତ ମେ’ ୨୯ ତାରିଖରେ ଛଟେଇ ନୋଟିସ ଜାରି କରାଯାଇଥିଲା। ନୋଟିସରେ ସେମାନଙ୍କୁ ଜୁନ୍ ୩୦କୁ ଶେଷ କାର୍ଯ୍ୟଦିବସ ଭାବେ ଉଲ୍ଲେଖ କରାଯାଇଥିଲେ ମଧ୍ୟ ଛଟେଇର କୌଣସି ସ୍ପଷ୍ଟ କାରଣ ଦର୍ଶାଯାଇନଥିବା ଅଭିଯୋଗ ହୋଇଛି।
ଆନ୍ଦୋଳନକାରୀମାନେ କହିଛନ୍ତି ଯେ, ବିଏସକେୱାଇ ଓ ପରେ ଆୟୁଷ୍ମାନ ଭାରତ ଯୋଜନାରେ ସେମାନେ ରୋଗୀମାନଙ୍କୁ ନିଶୁଳ୍କ ଚିକିତ୍ସା ସୁବିଧା ପାଇବାରେ ସହାୟତା କରୁଥିଲେ। ରୋଗୀଙ୍କ ଇ-କେୱାଇସି, ଡକ୍ୟୁମେଣ୍ଟ ଯାଞ୍ଚ ଓ ହସ୍ପିଟାଲରେ ଅନାବଶ୍ୟକ ବିଲ୍ ଆଦାୟ ରୋକିବାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ।
ବିକ୍ଷୋଭକାରୀମାନଙ୍କ ଅଭିଯୋଗ ଅନୁଯାୟୀ, ବର୍ତ୍ତମାନ ସ୍ୱାସ୍ଥ୍ୟ ମିତ୍ରଙ୍କ ସ୍ଥାନରେ ଘରୋଇ ହସ୍ପିଟାଲର କର୍ମଚାରୀଙ୍କୁ ହେଲ୍ପ ଡେସ୍କରେ ନିଯୁକ୍ତ କରିବାର ଯୋଜନା ରହିଛି, ଯାହା ରୋଗୀ ସ୍ୱାର୍ଥ ପ୍ରତିକୂଳ ହୋଇପାରେ ବୋଲି ସେମାନେ ଦାବି କରିଛନ୍ତି।
ଆନ୍ଦୋଳନକାରୀମାନେ ଆହୁରି କହିଛନ୍ତି ଯେ, ସେମାନେ ଏହି ପ୍ରସଙ୍ଗରେ ସରକାରୀ ଅଧିକାରୀ ଓ ଜନପ୍ରତିନିଧିଙ୍କ ସହ ଆଲୋଚନା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ କୌଣସି ସକାରାତ୍ମକ ପ୍ରତିକ୍ରିୟା ପାଇନାହାନ୍ତି। ଖବର ଲେଖାଯିବା ସୁଦ୍ଧା ଜିଲ୍ଲା ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ କୌଣସି ଆଧିକାରିକ ବୟାନ ଜାରି କରାଯାଇନଥିଲା।
ରକିଂ ଷ୍ଟାର୍ ୟଶଙ୍କ ଅଭିନୀତ‘Toxic: A Fairy Tale...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...
ଭାରତୀୟ ସିନେମାରେ ମହିଳାଙ୍କୁ କିପରି ଉପସ୍ଥାପନ କରାଯାଉଛି,...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ପ୍ୟାରିସରେପ୍ରିୟଙ୍କା ଚୋପ୍ରା ଓ ଜେନିଫର ଲରେନ୍ସଙ୍କ ଏକ ମଜ...
‘ବିଗ୍ ବସ୍ ୨୦’ର ଗ୍ରାଣ୍ଡ ପ୍ରିମିୟର ଶୁଟିଂ...