ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ସମୃଦ୍ଧ ଓଡ଼ିଶା-୨୦୩୬’ ଏବଂ ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟ ହାସଲ ପାଇଁ ସିଙ୍ଗାପୁର ଓଡ଼ିଶାର ଏକ ପ୍ରାକୃତିକ ଓ ବିଶ୍ୱସ୍ତ ସହଯୋଗୀ ହୋଇପାରିବ।
ସେ କହିଥିଲେ ଯେ, ସହରାଞ୍ଚଳ ଯୋଜନା, ସ୍ୱଚ୍ଛ ଶକ୍ତି, ବନ୍ଦର ପରିଚାଳନା, ଡିଜିଟାଲ ପ୍ରଯୁକ୍ତି ଓ ଆଧୁନିକ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସିଙ୍ଗାପୁରର ଦକ୍ଷତା ଓଡ଼ିଶାର ଦୀର୍ଘମିଆଦୀ ବିକାଶ ଲକ୍ଷ୍ୟ ପୂରଣରେ ବଡ଼ ଭୂମିକା ନେବ।
ବୈଠକରେ ହୋଇଥିବା ବୁଝାମଣା ଓ ସହଯୋଗକୁ ଔପଚାରିକ ରୂପ ଦେବା ପାଇଁ ମୋଟ ୮ଟି ଗୁରୁତ୍ୱପୂର୍ଣ୍ଣ ସମଝୋତା ସ୍ମାରକ (MoU) ସ୍ୱାକ୍ଷର କରାଯାଇଛି।
ସିଙ୍ଗାପୁରର ଉଚ୍ଚାୟୁକ୍ତଙ୍କ ଉପସ୍ଥିତିରେ ରାଜ୍ୟ ସରକାର ଓ ପାଞ୍ଚଟି ପ୍ରମୁଖ ବିଭାଗ ମଧ୍ୟରେ ଏହି ଚୁକ୍ତିଗୁଡ଼ିକ ସମ୍ପନ୍ନ ହୋଇଥିଲା।
ଏହି ଏମଓୟୁଗୁଡ଼ିକ ମାଧ୍ୟମରେ ଉଭୟ ପକ୍ଷ ମଧ୍ୟରେ ପ୍ରଯୁକ୍ତିଗତ ସହଯୋଗ, ଜ୍ଞାନ ଆଦାନ-ପ୍ରଦାନ, କୌଶଳ ବିକାଶ ଏବଂ ପୁଞ୍ଜି ନିବେଶ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସୃଷ୍ଟି ହେବ।
ରାଜ୍ୟ ସରକାରଙ୍କ ମତରେ, ଏହି ଚୁକ୍ତିଗୁଡ଼ିକ ଭବିଷ୍ୟତରେ ଓଡ଼ିଶାରେ ଅଧିକ ବିଦେଶୀ ନିବେଶ ଆକର୍ଷଣ କରିବା ସହିତ ଶିଳ୍ପ, ଭିତ୍ତିଭୂମି, ରୋଜଗାର ଓ ଆର୍ଥିକ ବିକାଶକୁ ନୂଆ ଗତି ଦେବ।
ଜମ୍ମୁ-କଶ୍ମୀରର କେନ୍ଦ୍ରୀୟ କଶ୍ମୀର ଅନ୍ତର୍ଗତ ବଡଗାମ ଜିଲ୍...
ଜନ୍ତର ମନ୍ତରରେ କକ୍ରୋଚ୍ ଜନତା ପାର୍ଟି (CJP) ଆନ୍ଦୋଳନ ସମ...
ତେଲେଙ୍ଗାନାର ରାଜନ୍ନା ସିରିସିଲ୍ଲା ଜିଲ୍ଲାର ସିରିସିଲ୍ଲା...
ବିହାରରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡ଼ିଛି। ସରକାରୀ ବୁଲେ...