ଓଡ଼ିଶାରେ ଆୟୁର୍ବେଦ ଚିକିତ୍ସା, ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ରାଜ୍ୟ ସରକାରଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ (AIIA)ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କୁ ଆନୁଷ୍ଠାନିକ ପ୍ରସ୍ତାବ ପଠାଇଛନ୍ତି।
ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀମୁକେଶ ମହାଲିଙ୍ଗନୂଆଦିଲ୍ଲୀରେ କେନ୍ଦ୍ର AYUSH ରାଜ୍ୟମନ୍ତ୍ରୀପ୍ରତାପରାଓ ଯାଦବଙ୍କୁ ଭେଟି ଏହି ପ୍ରସ୍ତାବ ଦାଖଲ କରିଛନ୍ତି।
ରାଜ୍ୟ ସରକାରଙ୍କ ମତରେ, ଓଡ଼ିଶାରେ AIIA ପ୍ରତିଷ୍ଠା ହେଲେ ଉନ୍ନତ ଆୟୁର୍ବେଦ ଚିକିତ୍ସା, ଉଚ୍ଚମାନର ଗବେଷଣା ଓ ବିଶେଷଜ୍ଞ ମେଡିକାଲ୍ ଶିକ୍ଷାର ବିକାଶ ହେବ। ଏହା ସହ ରାଜ୍ୟରେମେଡିକାଲ୍ ଟୁରିଜମ୍କୁ ପ୍ରୋତ୍ସାହନ ମିଳିବା ସହ ପୂର୍ବ ଓ ମଧ୍ୟ ଭାରତର ରୋଗୀମାନେ ମଧ୍ୟ ଉନ୍ନତ ଆୟୁର୍ବେଦ ସେବା ପାଇପାରିବେ।
ଉଲ୍ଲେଖଯୋଗ୍ୟ ଯେ,୨୦୨୬-୨୭ କେନ୍ଦ୍ର ବଜେଟରେଦେଶରେ ଆହୁରି ତିନୋଟି ନୂଆଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦସ୍ଥାପନ ନେଇ ଘୋଷଣା କରାଯାଇଛି। ବର୍ତ୍ତମାନ ଏହାର ଚୟନ ପ୍ରକ୍ରିୟା ଚାଲିଥିବା ବେଳେ ଓଡ଼ିଶା ସରକାର ନିଜର ଦାବିକୁ ମଜବୁତ କରିବା ପାଇଁ ପ୍ରସ୍ତାବ ଦାଖଲ କରିଛନ୍ତି।
ପ୍ରସ୍ତାବ ଅନୁମୋଦନ ହେଲେ ରାଜ୍ୟରେ ଆୟୁର୍ବେଦ ଶିକ୍ଷା, ଗବେଷଣା, ବିଶେଷଜ୍ଞ ଚିକିତ୍ସା ଓ କୌଶଳ ବିକାଶରେ ନୂଆ ସୁଯୋଗ ସୃଷ୍ଟି ହେବ। ଏଥିସହ ଛାତ୍ରଛାତ୍ରୀ ଓ ରୋଗୀମାନଙ୍କୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।
ହସ୍ପିଟାଲଗୁଡ଼ିକରେ ଥରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ମେଡିକାଲ...
ଡର୍ମାଟୋଲୋଜିଷ୍ଟ ଡା. ଜୁଶ୍ୟା ଭାଟିଆ ସରିନ୍ ଭାରତୀୟ ତ୍ୱଚା...
ଶୁକ୍ର ବକ୍ରୀକୁ ନେଇ କ’ଣ କୁହୁଛି ଜ୍ୟୋତିଷ? ଜ୍ୟ...
ପଶ୍ଚିମ ଓଡ଼ିଶାର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ବୁର୍ଲା ଭ...
SMA ଔଷଧକୁ ନେଇ କେରଳରେ ଚର୍ଚ୍ଚା ଓ ବିବାଦ ମଧ୍ୟରେ ସ୍ୱାସ୍...
ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହରେ ଗ୍ରହନ...