ଓଡ଼ିଶାର ଭୋଗରାଇର ରିଜର୍ଭ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାକୁ ସପ୍ତାହେ ବିତିଥିଲେ ମଧ୍ୟ ଏହା ପଛର ରହସ୍ୟ ଏବେ ବି ଉନ୍ମୋଚିତ ହୋଇନାହିଁ। ଏହି ଓରାଙ୍ଗଉଟାନ୍ମାନଙ୍କୁ ଓଡ଼ିଶାକୁ ଆଣିବା ପଛରେ କିଏ ରହିଛି ଏବଂ ସେମାନଙ୍କୁ କେଉଁ ରାସ୍ତାରେ ରାଜ୍ୟକୁ ଅଣାଯାଇଥିଲା, ତାହା ଜାଣିବା ପାଇଁ ଓଡ଼ିଶା STF ତଦନ୍ତ ଜାରି ରଖିଛି।
ତଦନ୍ତ ଆରମ୍ଭରୁ ଦୀଘାର ଏକକଳା ରଙ୍ଗର SUVଏବଂ ଏକ ହୋଟେଲ୍ STFର ସ୍କାନରରେ ରହିଛି। ଦୀଘାର ହୋଟେଲ ମାଲିକଜୟନ୍ତ ମାଇତି ଓ ତାଙ୍କ ପୁଅ ସନ୍ଦୀପ ମାଇତିଙ୍କର ଏହି ଘଟଣା ସହ ସମ୍ଭାବ୍ୟ ସମ୍ପର୍କ ଥିବା ନେଇ ସନ୍ଦେହ ପ୍ରକାଶ କରାଯାଇଛି।
ରିପୋର୍ଟ ଅନୁସାରେ, ଉଭୟେ ବର୍ତ୍ତମାନ ଫେରାର ଥିବା ବେଳେ ହୋଟେଲ ମ୍ୟାନେଜର ଓ ୫ ଜଣ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି।
ଏହି ଓରାଙ୍ଗଉଟାନ୍ମାନଙ୍କୁ କଳା SUV ଯୋଗେ ଓଡ଼ିଶାକୁ ଅଣାଯାଇଥିବା ସନ୍ଦେହ ରହିଛି। ତେବେ ସେମାନଙ୍କୁ କିପରି ଓ କେଉଁଠାରୁ ଓଡ଼ିଶାକୁ ଅଣାଗଲା ଏବଂ ଏହା ପଛରେ କିଏ ରହିଛି, ସେନେଇ STF ଏପର୍ଯ୍ୟନ୍ତ ନିଶ୍ଚିତ ନିଷ୍କର୍ଷରେ ପହଞ୍ଚିନାହିଁ।
ସନ୍ଦିଗ୍ଧ ପଶୁ ତସ୍କରୀ ନେଟୱର୍କର ଚେର ଖୋଜିବା ପାଇଁ ଓଡ଼ିଶା STFଆସାମ, ମିଜୋରାମ ଓ ମହାରାଷ୍ଟ୍ର ପୁଲିସର ସହାୟତାନେବାକୁ ଯାଉଛି।
୫ଟି ଓରାଙ୍ଗଉଟାନ୍ କେଉଁଠାରୁ ଆସିଥିଲେ, କେଉଁମାନେ ସେମାନଙ୍କୁ ପରିବହନ କରିଥିଲେ ଏବଂ ଏହା ପଛରେ କୌଣସି ବଡ଼ ନେଟୱର୍କ ରହିଛି କି ନାହିଁ—ଏସବୁ ଦିଗରେ ତଦନ୍ତ ପାଇଁ ଅନ୍ୟ ରାଜ୍ୟର ପୁଲିସଠାରୁ ତଥ୍ୟ ସଂଗ୍ରହ କରାଯିବ।
ଅନ୍ୟପଟେ, ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ୍ଙ୍କୁ ନନ୍ଦନକାନନରେ ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଓ ଯତ୍ନ ଉପରେ ଏକଟେକ୍ନିକାଲ୍ ଟିମ୍ନଜର ରଖିଛି।
ଏହି ଟିମ୍ ନନ୍ଦନକାନନ ଯାଇ ଓରାଙ୍ଗଉଟାନ୍ମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ସେମାନଙ୍କ ପାଇଁ କରାଯାଉଥିବା ଯତ୍ନ ବ୍ୟବସ୍ଥାର ସମୀକ୍ଷା କରିଛି। ମଙ୍ଗଳବାର ରାତିରେ ନନ୍ଦନକାନନ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ ଓ SVOଙ୍କ ଉପସ୍ଥିତିରେ ଟିମ୍ ସଦସ୍ୟମାନେ ଓରାଙ୍ଗଉଟାନ୍ମାନଙ୍କ ସ୍ୱାସ୍ଥ୍ୟ ଏବଂ ଯତ୍ନ ବ୍ୟବସ୍ଥା ନେଇ ଆଲୋଚନା କରିଥିଲେ।
ଆଜି ମଧ୍ୟ ଟିମ୍ ପକ୍ଷରୁ ଯାଞ୍ଚ ଜାରି ରହିବ ଏବଂ ପରେ ଏକପର୍ଯ୍ୟବେକ୍ଷଣ ଓ ସୁପାରିସ ରିପୋର୍ଟଦାଖଲ କରାଯିବ।
ସେପ୍ଟେମ୍ବର ୮ ତାରିଖ ସକାଳେ ଭୋଗରାଇରରଣକୋଠା ରିଜର୍ଭ୍ ଝାଉ ଜଙ୍ଗଲରେ ୫ଟି ଓରାଙ୍ଗଉଟାନ୍ଙ୍କୁ ଦେଖିବାକୁ ମିଳିଥିଲା। ପରେ ସେମାନଙ୍କୁ ଉଦ୍ଧାର କରାଯାଇ ନନ୍ଦନକାନନକୁ ଅଣାଯାଇଥିଲା।
ଏହି ୫ଟି ଓରାଙ୍ଗଉଟାନ୍ କେଉଁଠାରୁ ଆସିଲେ ଏବଂ ସେମାନଙ୍କୁ ଜଙ୍ଗଲରେ କିପରି ଛାଡ଼ି ଦିଆଗଲା—ଏହାର ଉତ୍ତର ଖୋଜିବା ପାଇଁ STFର ତଦନ୍ତ ଜାରି ରହିଛି।
ଇଂଲଣ୍ଡ ଗସ୍ତରୁ ଫେରିବା ପରେ ପାକିସ୍ତାନର ଯୁବ କ୍ରିକେଟର ର...
ଭାରତରେ ପୁଣି Formula 1 ରେସ୍ ଆୟୋଜନ କରିବା ନେଇ ବଡ଼ ପଦକ...
ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ନିଜ ଅନ୍ତର୍ଜାତୀୟ...
ନୂଆ ସପ୍ତାହ ଆରମ୍ଭ ହେବା ସହ ଗ୍ରହ ଓ ନକ୍ଷତ୍ରଙ୍କ ଗତିରେ ମ...
ମହିଳା ଏସିଆ କପ୍ ଜିତିବା ପରେ ଭାରତୀୟ ଟିମ୍ ଟ୍ରଫି ଗ୍ରହଣ...