ରାଜ୍ୟରେ ନୂଆ ହିତାଧିକାରୀଙ୍କୁ ମିଳୁଛି ସରକାରୀ ଭତ୍ତା। ଜିଲ୍ଲାରୁ ଜିଲ୍ଲା ବୁଲି ନୂଆ ବୃଦ୍ଧବୃଦ୍ଧା ଓ ବିଧବା ହିତାଧିକାରୀଙ୍କୁ ଭତ୍ତା ଟଙ୍କା ବାଣ୍ଟୁଛନ୍ତି ମନ୍ତ୍ରୀ ଓ ବିଧାୟକ। ହେଲେ ଏହି ଖୁସି ଭିତରେ ରହିଛି ଏକ ବଡ଼ ଅସନ୍ତୋଷ। ରାଜ୍ୟର ଲକ୍ଷାଧିକ ପୁରୁଣା ହିତାଧିକାରୀ ଦୀର୍ଘ ମାସ ହେଲା ନିଜର ଭତ୍ତା ଟଙ୍କା ପାଇନାହାନ୍ତି। ଏପରିକି କିଛି ହିତାଧିକାରୀଙ୍କୁ ୮ ମାସ ହେବ ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି।
ମୁଖ୍ୟମନ୍ତ୍ରୀ ବାଲେଶ୍ୱରରୁ ନୂଆ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ଓ ବିଧାୟକମାନେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟୁଛନ୍ତି। ବଲାଙ୍ଗୀରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ କଟକରେ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନୂଆ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଛନ୍ତି।
କିନ୍ତୁ ନୂଆ ହିତାଧିକାରୀଙ୍କୁ ଭତ୍ତା ମିଳୁଥିବା ବେଳେ ପୂର୍ବରୁ ଭତ୍ତା ପାଉଥିବା ଅନେକ ଲୋକଙ୍କ ଟଙ୍କା ବନ୍ଦ ହୋଇଯାଇଛି। ବ୍ୟାଙ୍କ ଜରିଆରେ ସୁବିଧାରେ ଭତ୍ତା ପାଇବା ଆଶାରେ ହିତାଧିକାରୀମାନେ ନିଜର ପାସ୍ବୁକ୍ ଓ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍ କରାଇଥିଲେ। ହେଲେ ଏହାପରେ ଅନେକଙ୍କ ଭତ୍ତା ଟଙ୍କା ଆସିବା ବନ୍ଦ ହୋଇଯାଇଥିବା ଅଭିଯୋଗ ହେଉଛି।
ଭତ୍ତା ଟଙ୍କା ହିଁ ବୟସ୍କ ଓ ଅସହାୟଙ୍କ ଭରସା
ବୟସର ଅପରାହ୍ନରେ ବୃଦ୍ଧବୃଦ୍ଧାଙ୍କ ପାଇଁ ସରକାରୀ ଭତ୍ତା ଏକ ବଡ଼ ସାହାରା। ବିଧବା ଓ ଅସହାୟ ଲୋକଙ୍କ ପାଇଁ ଏହା ହେଉଛି ଆର୍ଥିକ ସମ୍ବଳ। ଔଷଧ କିଣିବାଠାରୁ ଆରମ୍ଭ କରି ଦୈନନ୍ଦିନ ଖର୍ଚ୍ଚ ପର୍ଯ୍ୟନ୍ତ ଅନେକ କାମରେ ଏହି ଟଙ୍କା ସେମାନଙ୍କୁ ସାହାଯ୍ୟ କରିଥାଏ।
କିନ୍ତୁ ମାସ ପରେ ମାସ ବିତିଯାଉଥିଲେ ମଧ୍ୟ ଭତ୍ତା ମିଳୁନଥିବାରୁ ହିତାଧିକାରୀଙ୍କ ଚିନ୍ତା ବଢ଼ିଛି। ନିଜର ବକେୟା ଭତ୍ତା କେବେ ମିଳିବ, ସେନେଇ ସେମାନେ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି।
ଖୁବ୍ଶୀଘ୍ର ମିଳିବ ବକେୟା ଭତ୍ତା: ମନ୍ତ୍ରୀ
ଅନ୍ୟପଟେ ପୁରୁଣା ହିତାଧିକାରୀଙ୍କୁ ଖୁବ୍ଶୀଘ୍ର ବକେୟା ଭତ୍ତା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।
ସେହିପରି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ବୈଷୟିକ ତ୍ରୁଟି ଯୋଗୁଁ ଏହି ସମସ୍ୟା ଉପୁଜିଥିଲା। ଏହାର ସମାଧାନ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଅଧିକାଂଶ ହିତାଧିକାରୀ ଭତ୍ତା ପାଇସାରିଥିବା ବେଳେ ଆଉ କିଛି ଲୋକ ବାକି ରହିଛନ୍ତି। ସେମାନଙ୍କୁ ମଧ୍ୟ ଖୁବ୍ଶୀଘ୍ର ଭତ୍ତା ମିଳିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।
ଏହାସହ ଭତ୍ତା ବଣ୍ଟନ ପ୍ରକ୍ରିୟାକୁ ସହଜ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ଆପ୍ର ଶୁଭାରମ୍ଭ କରିଛନ୍ତି। ଏବେ ପୁରୁଣା ହିତାଧିକାରୀଙ୍କ ଅପେକ୍ଷା କେବେ ଶେଷ ହେବ ଏବଂ ସେମାନଙ୍କ ବକେୟା ଭତ୍ତା କେବେ ମିଳିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଛଠ୍ ପୂଜାରେ ରିଲିଜ୍ ହେଲା ‘ବୁଲାଏ ଛଠୀ ମା’!...
ଭାରତୀୟ କ୍ରିକେଟ୍ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି। ଦ...
OTTରେ ଆସିଲା ‘Jailer 2’, ହେଲେ ଫ୍ୟାନ୍ସଙ୍...
ଫୁଟବଲ୍ ମଇଦାନରେ ଦୀର୍ଘ ବର୍ଷ ଧରି ରାଜ୍ କରିବା ପରେ ଏବେ ଏ...
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ୍ ପ...
ବକ୍ସ ଅଫିସ୍‌ରେ ନୂଆ ଇତିହାସ ରଚିଛି ଫିଲ୍ମ ‘ର...
ଅଣ୍ଡର-୧୯ ଏସିଆ କପ୍‌ରେ ପୁଣି ଥରେ ଦେଖିବାକୁ...