ରାଜ୍ୟରେ ବଢ଼ୁଥିବା ତୀବ୍ର ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଲୋକଙ୍କ ସୁରକ୍ଷା ପାଇଁ ନୂତନ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି ଯେ, ରାଜ୍ୟରେ ଭ୍ରାମ୍ୟମାଣ ହିଟୱେଭ୍ ସେଲଟର୍ ଚାଲୁ କରାଯିବ।
ସୂଚନା ଅନୁଯାୟୀ, ଯେଉଁ ଜିଲ୍ଲାଗୁଡ଼ିକରେ ହିଟ୍ୱେଭ୍ ଆଲର୍ଟ ଜାରି ହେବ, ସେଠାରେ ଏହି ଭ୍ରାମ୍ୟମାଣ ସେଲଟର୍ ଗାଡ଼ିଗୁଡ଼ିକୁ ପଠାଯିବ। ଗ୍ରୀଷ୍ମ ପ୍ରବାହ ସମୟରେ ରାସ୍ତାରେ ଯାତ୍ରୀ, ଶ୍ରମିକ ଓ ସାଧାରଣ ଲୋକମାନଙ୍କୁ ଅସ୍ଥାୟୀ ଆଶ୍ରୟ ଏବଂ ପାଣି ଭଳି ଆବଶ୍ୟକ ସୁବିଧା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ଚଳିତ ବର୍ଷ ଅସ୍ଥାୟୀ ଭ୍ରାମ୍ୟମାଣ ହିଟୱେଭ୍ ସେଲଟର୍ ନିର୍ମାଣ କାମ ଆରମ୍ଭ ହୋଇଛି। ଝାରସୁଗୁଡ଼ା ଏନଏଚ୍-୪୯ ରାସ୍ତାରେ ଏକ ଅସ୍ଥାୟୀ ହିଟୱେଭ୍ ସେଲଟର୍ ନିର୍ମାଣ ହୋଇସାରିଥିବା ଜଣାପଡ଼ିଛି।
ମନ୍ତ୍ରୀ କହିଛନ୍ତି ଯେ, ସ୍ଥାୟୀ ହିଟୱେଭ୍ ସେଲଟର୍ ପାଇଁ ଡିଜାଇନ୍ ମଧ୍ୟ ପ୍ରସ୍ତୁତ ହୋଇସାରିଛି। ଆସନ୍ତା ବର୍ଷ ଗ୍ରୀଷ୍ମ ଋତୁ ଆରମ୍ଭ ପୂର୍ବରୁ ସ୍ଥାୟୀ ସେଲଟର୍ ନିର୍ମାଣ କାମ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରହିଛି।
ଏହି ସେଲଟର୍ଗୁଡ଼ିକୁ କେବଳ ଖରା ସମୟରେ ନୁହେଁ, ଅନ୍ୟାନ୍ୟ ବିପର୍ଯ୍ୟୟ ସମୟରେ ମଧ୍ୟ ବ୍ୟବହାର କରିପାରିବା ପାଇଁ ବହୁମୁଖୀ ଭାବେ ବିକଶିତ କରିବା ଯୋଜନା ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ତୀବ୍ର ଗ୍ରୀଷ୍ମପ୍ରବାହରେ ଲୋକମାନଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପକୁ ସ୍ୱାଗତ କରାଯାଉଛି।
ଦିଲ୍ଲୀରେFire Safety NOC (No Objection Certificate)...
ଭାରତୀୟ କମ୍ପାନୀଗୁଡ଼ିକ ପାଇଁବ୍ୟବସାୟ କରିବାର ଖର୍ଚ୍ଚ ବଢ଼...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଭାରତରQ1 FY27 GDP ବୃଦ୍ଧି ୭.୮%ରହିବାକୁ ନେଇ ତଥ୍ୟର ବିଶ୍...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ଭାରତର ଅର୍ଥନୀତି ପାଇଁ ଆସିଛି ଏକ ବଡ଼କ୍ରେଡିଟ୍ ରେଟିଂ ଅପଗ...