ଓଡ଼ିଶାରେ ଭାରୀ ବର୍ଷା ଆଶଙ୍କା: ୧୦ ଜିଲ୍ଲାରେ ସ୍କୁଲ୍‌, କଲେଜ ବନ୍ଦ; କୋରାପୁଟରେ ରେଡ୍ ଆଲର୍ଟ

ବଙ୍ଗୋପସାଗରରେ ଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଏଥିପାଇଁ ୧୦ଟି ଜିଲ୍ଲାରେ ସ୍କୁଲ୍‌, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରାଯାଇଛି।
୧୦ ଜିଲ୍ଲାରେ ସ୍କୁଲ୍‌-କଲେଜ ବନ୍ଦ! କୋରାପୁଟରେ ରେଡ୍ ଆଲର୍ଟ
୧୦ ଜିଲ୍ଲାରେ ସ୍କୁଲ୍‌-କଲେଜ ବନ୍ଦ! କୋରାପୁଟରେ ରେଡ୍ ଆଲର୍ଟ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଭାରୀରୁ ଅତି ଭାରୀ ବର୍ଷା ହେବାର ଆଶଙ୍କା ଦେଖାଦେଇଛି। ସମ୍ଭାବ୍ୟ ବର୍ଷା ଓ ଏହାର ପ୍ରଭାବକୁ ନଜରରେ ରଖି ରାଜ୍ୟର ୧୦ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ମାଲକାନଗିରିରେ ସେପ୍ଟେମ୍ବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ୍‌, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ।

ଖୋର୍ଦ୍ଧା, ନବରଙ୍ଗପୁର, ଗଞ୍ଜାମ, କୋରାପୁଟ, ରାୟଗଡ଼ା ଓ ବଲାଙ୍ଗିରରେ ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସେହିପରି ଜଗତସିଂହପୁର, ପୁରୀ ଓ କଳାହାଣ୍ଡିରେ ସେପ୍ଟେମ୍ବର ୨୩ ତାରିଖରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯିବ।

🔴 କୋରାପୁଟରେ ରେଡ୍ ଆଲର୍ଟ

ଭାରତୀୟ ପାଣିପାଗ ବିଭାଗ କୋରାପୁଟ ପାଇଁ ସେପ୍ଟେମ୍ବର ୨୩ରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ୨୩ ଓ ୨୪ ତାରିଖରେ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ ରହିଛି।

ପାଣିପାଗ ପୂର୍ବାନୁମାନକୁ ନଜରରେ ରଖି କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଅନେକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ବିନା ଅନୁମତିରେ ସରକାରୀ ଅଧିକାରୀ ଓ କର୍ମଚାରୀ ଜିଲ୍ଲା ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ନିର୍ଦ୍ଦେଶ ଉଲ୍ଲଂଘନ କଲେ କଠୋର ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ଚେତାବନୀ ଦେଇଛି।

ନିମ୍ନାଞ୍ଚଳ ଓ ବିପଦପ୍ରବଣ ଅଞ୍ଚଳର ହସ୍ପିଟାଲଗୁଡ଼ିକରେ ପର୍ଯ୍ୟାପ୍ତ ଜରୁରୀ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପଦପ୍ରବଣ ଅଞ୍ଚଳର ଗର୍ଭବତୀ ମହିଳାଙ୍କୁ ସୁରକ୍ଷା ଦୃଷ୍ଟିରୁ ନିକଟସ୍ଥ CHC କିମ୍ବା ମା’ ଗୃହକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ଭାବ୍ୟ ବନ୍ୟା ଓ ଭୂସ୍ଖଳନ ମୁକାବିଲା ପାଇଁ ମଧ୍ୟ ପ୍ରଶାସନ ପ୍ରସ୍ତୁତି ବଢ଼ାଇଛି। ୪ଟି ଡ୍ୟାମ୍‌ର ଜଳସ୍ତର ଉପରେ ନଜର ରଖାଯାଉଥିବାବେଳେ ନିମ୍ନାଞ୍ଚଳରେ ଚୁଡ଼ା, ଗୁଡ଼ ଓ ଔଷଧ ଭଳି ଜରୁରୀ ରିଲିଫ୍ ସାମଗ୍ରୀ ମହଜୁଦ ରଖାଯିବ।

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+