Severe heatwave and humid weather continue across Odisha till May 30

ମେ’ ୩୦ ପର୍ଯ୍ୟନ୍ତ ତାତିରୁ ନାହିଁ ମୁକ୍ତି: ଗ୍ରୀଷ୍ମପ୍ରବାହ ସହ ଉପକୂଳରେ ଗୁଳୁଗୁଳି, କିଛି ଜିଲ୍ଲାକୁ ୱାର୍ଣ୍ଣିଂ

ରାଜ୍ୟରେ ମେ’ ୩୦ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପଶ୍ଚିମ ଓଡ଼ିଶାରେ ତୀବ୍ର ଖରା ଏବଂ ଉପକୂଳ ଅଞ୍ଚଳରେ ଗୁଳୁଗୁଳି ସ୍ଥିତି ଜାରି ରହିବା ସହ କିଛି ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ସାରା ଓଡ଼ିଶାରେ ଏବେ ଅସହ୍ୟ ଗ୍ରୀଷ୍ମପ୍ରବାହ ଲୋକଙ୍କୁ କଲବଲ କରୁଛି। କେତେକ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରିରୁ ୪୫ ଡିଗ୍ରି ସେଲସିୟସ୍‌ ପର୍ଯ୍ୟନ୍ତ ପହଞ୍ଚୁଥିବାବେଳେ ଦିନରେ ତୀବ୍ର ଖରା ଓ ରାତିରେ ଗୁଳୁଗୁଳି ପରିସ୍ଥିତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।

ଏହାରି ଭିତରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ଆକଳନ ଅନୁଯାୟୀ, ମେ’ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଓ ଅସ୍ୱାଭାବିକ ତାତି ଜାରି ରହିବ। ବିଶେଷକରି ଆଗାମୀ ଦୁଇଦିନ ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାରେ ଅତ୍ୟଧିକ ଗରମ ଅନୁଭବ ହେବ ବୋଲି ପୂର୍ବାନୁମାନ କରାଯାଇଛି।

ପଶ୍ଚିମ ଓଡ଼ିଶାରେ ତୀବ୍ର ଖରା ସହ ତାତି ଜାରି ରହିଥିବାବେଳେ ଉପକୂଳ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ପରିସ୍ଥିତି ଲୋକଙ୍କୁ ଅସୁବିଧାରେ ପକାଇଛି। ଝାରସୁଗୁଡ଼ା ଜିଲ୍ଲା ପାଇଁ ମଧ୍ୟ ପାଣିପାଗ ବିଭାଗ ବିଶେଷ ଚେତାବନୀ ଜାରି କରିଛି।

ଉଷ୍ମ ଓ ଆଦ୍ର ପାଗ ପାଇଁ ଉପକୂଳ ଓଡ଼ିଶାର ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲେ — ବରଗଡ଼, ସୋନପୁର, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର।

ଏହା ସହ ଆଗାମୀ ଦୁଇଦିନ ଅପରାହ୍ନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାକୁ କାଳବୈଶାଖୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସବୁ ଅଞ୍ଚଳରେ ବଜ୍ରପାତ, ଝଡ଼ୋ ପବନ ଓ କୁଆପଥର ବର୍ଷାର ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଭାଗ ଲୋକମାନଙ୍କୁ ଦିନର ତୀବ୍ର ଖରା ସମୟରେ ଘରୁ ବାହାରିବାରୁ ବିରତ ରହିବା, ପର୍ଯ୍ୟାପ୍ତ ପାଣି ପିଇବା ଓ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି।

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+