ଓଡ଼ିଶାରେ ଦେଖାଦେଇଥିବା ଇନ୍ଧନ ସଙ୍କଟ ଏବେ ପରିବହନ ବ୍ୟବସ୍ଥାକୁ ଗୁରୁତର ଭାବେ ପ୍ରଭାବିତ କରିଛି । ଡିଜେଲ ଅଭାବ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘରୋଇ ବସ୍ ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ପ୍ରାୟ ୨ ହଜାର ବସ୍ ରାସ୍ତାକୁ ନାସିଥିବା ସୂଚନା ମିଳିଛି । ଘରୋଇ ବସ୍ ମାଲିକ ସଂଘର କହିବା ଅନୁସାରେ ରାଜ୍ୟରେ ପ୍ରାୟ ୧୪ ହଜାର ଘରୋଇ ବସ୍ ଚଳାଚଳ କରୁଥିବା ବେଳେ ଅନେକ ପେଟ୍ରୋଲ ପମ୍ପରେ ଡିଜେଲ ମିଳୁନଥିବାରୁ ବସ୍ ଚଳାଚଳ ବନ୍ଦ ହେବାକୁ ବସିଛି ।
ବିଶେଷକରି ଗ୍ରାମାଞ୍ଚଳ ଓ ଦୂରଦୂରାନ୍ତ ଅଞ୍ଚଳକୁ ଯାଉଥିବା ବସ୍ ସେବା ଅଧିକ ପ୍ରଭାବିତ ହୋଇଛି । ଦୈନିକ ଯାତ୍ରୀ, ଛାତ୍ରଛାତ୍ରୀ ଓ କାର୍ଯ୍ୟାଳୟ ଯାଉଥିବା ଲୋକମାନେ ଯାତାୟାତରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବସ୍ ମାଲିକମାନେ କହିଛନ୍ତି ଯେ ଏଭଳି ପରିସ୍ଥିତି ଚାଲିଥିଲେ ଆଗାମୀ ଦିନରେ ସମଗ୍ର ରାଜ୍ୟରେ ବସ୍ ସେବା ଠପ୍ ହୋଇଯିବାର ଆଶଙ୍କା ରହିଛି ।
ଘରୋଇ ବସ୍ ମାଲିକ ସଂଘ ତୁରନ୍ତ ଇନ୍ଧନ ଯୋଗାଣ ସୁନିଶ୍ଚିତ କରିବାକୁ ସରକାରଙ୍କୁ ଅନୁରୋଧ କରିଛି । ସଂଘ କହିଛି ଯେ ସମୟରେ ପଦକ୍ଷେପ ନ ନିଆଗଲେ ପରିସ୍ଥିତି ଆହୁରି ଗୁରୁତର ହେବ ।
ଏପରି ସମୟରେ ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ ଓ ଡିଜେଲ ବ୍ୟବହାର ଉପରେ କିଛି କଟକଣା ଲାଗୁ କରିବାକୁ ଚିନ୍ତା କରୁଥିବା ସୂଚନା ମିଳିଛି । ମୁଖ୍ୟ ସଚିବ ଅନୁ ଗର୍ଗ କହିଛନ୍ତି ଯେ ସରକାରୀ ଯାନ ବ୍ୟବହାର କମାଇବା ସହ ସାଧାରଣ ପରିବହନ ବ୍ୟବହାରକୁ ପ୍ରୋତ୍ସାହନ ଦିଆଯାଇପାରେ । ଏନେଇ ଶୀଘ୍ର କିଛି ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନିଆଯିବାର ସମ୍ଭାବନା ରହିଛି ।
ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ଏବଂ ଯୋଗଗୁର...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ନେପାଳ-ତିବ୍ବତ ସୀମାରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ସହାୟତା...
ୟଶଙ୍କ ଅଭିନୀତ‘Toxic: A Fairy Tale for Grown-U...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
କନ୍ନଡ ଅଭିନେତା ୟଶଙ୍କ ଅଭିନୀତ ଫିଲ୍ମ **‘Toxic: A...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...