ଭୁବନେଶ୍ୱର: ସମ୍ପ୍ରତିକ ବର୍ଷା ଓ ବନ୍ୟା ସମୟରେ ସରକାରୀ କାର୍ଯ୍ୟରେ ଅବହେଳାକୁ ନେଇ ଓଡ଼ିଶା ସରକାର କଡ଼ା ଆଭିମୁଖ୍ୟ ନେଇଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦାୟିତ୍ୱରେ ଅବହେଳାକୁ କୌଣସି ପରିସ୍ଥିତିରେ ସହ୍ୟ କରାଯିବ ନାହିଁ।
ମନ୍ତ୍ରୀଙ୍କ କହିବା ଅନୁସାରେ, ଭଦ୍ରକ ଜିଲ୍ଲାର ଚାନ୍ଦବାଲି BDOଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଠାରୁ ଅବହେଳା ସମ୍ପର୍କିତ ଏକାଧିକ ରିପୋର୍ଟ ମିଳିବା ପରେ ତାଙ୍କୁ ସସ୍ପେଣ୍ଡ କରାଯାଇଛି। ସେହିପରି ସମସ୍ତ ଛୁଟି ବାତିଲ୍ ହୋଇଥିବା ସତ୍ତ୍ୱେ ଡ୍ୟୁଟିରେ ଯୋଗ ନଦେଇଥିବା ଜଣେ Revenue Inspectorଙ୍କୁ ମଧ୍ୟ ସସ୍ପେଣ୍ଡ କରାଯାଇଥିବା ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ କହିଛନ୍ତି, ସାଧାରଣ ସମୟରେ ଭୁଲ ହୋଇପାରେ, କିନ୍ତୁ ଲୋକମାନେ ବିପଦରେ ଥିବା ସମୟରେ ଦାୟିତ୍ୱରେ ଅବହେଳାକୁ ଗୁରୁତ୍ୱ ସହ ନିଆଯିବ।
ବର୍ଷା ଓ ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ ଶୀଘ୍ର ଶେଷ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ କୁହାଯାଇଛି। ଯୋଗ୍ୟ ପ୍ରଭାବିତ ଲୋକଙ୍କୁ ଅକ୍ଟୋବର 10 ସୁଦ୍ଧା କ୍ଷତିପୂରଣ ପହଞ୍ଚାଇବାକୁ ସରକାର ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀ କହିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ପ୍ରଭାବିତ ଲୋକଙ୍କୁ ₹261 କୋଟି କ୍ଷତିପୂରଣ ଦିଆଯାଇସାରିଥିବାବେଳେ ଦକ୍ଷିଣ ଓଡ଼ିଶା ପାଇଁ ₹20 କୋଟି ଆବଣ୍ଟନ ହୋଇଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି। ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ ଅବଶିଷ୍ଟ କ୍ଷତିପୂରଣ ଦିଆଯିବ।
ବନ୍ୟାରେ କ୍ଷତିଗ୍ରସ୍ତ ଘର, ଧାନ, ପନିପରିବା ଏବଂ ମକା ଫସଲ ସହିତ ବାସନକୁସନ ଓ ପୋଷାକ ଭଳି ଆବଶ୍ୟକ ଘରୋଇ ସାମଗ୍ରୀର କ୍ଷତିକୁ ମଧ୍ୟ କ୍ଷତିପୂରଣ ଆକଳନରେ ସାମିଲ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଝାରସୁଗୁଡ଼ାରେ ହୀରାକୁଦର backwater ଯୋଗୁଁ ଡଙ୍ଗା ଓ ମାଛ ଧରା ଜାଲ ହରାଇଥିବା ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ପ୍ରାରମ୍ଭିକ ଆକଳନ ଆଧାରରେ କ୍ଷତିପୂରଣ ଦିଆଯିବ। ବନ୍ୟାଜଳ କମିବା ପରେ ଚୂଡ଼ାନ୍ତ ଆକଳନ ପାଇଁ ନିର୍ଦ୍ଦେଶ ହୋଇଛି।
ରାଜସ୍ୱ ମନ୍ତ୍ରୀ ବନ୍ୟା ସମୟରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସାମିଲ ASHA କର୍ମୀ, Anganwadi କର୍ମୀ, NDRF, ODRAF ଏବଂ ଅନ୍ୟ ସରକାରୀ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।
ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ହେରଫେର ମାମଲାରେ ସୁପ୍ରିମ...
ୱାଶିଂଟନ୍: NASA ଓ SpaceXର Crew-13 mission ସଫଳତାର ସହ...
ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ହେଉଥିବା ନୂଆ କ୍ୟାନ୍ସର ମ...
ସେପ୍ଟେମ୍ବରର ଏହି ସପ୍ତାହ ଜ୍ୟୋତିଷ ଦୃଷ୍ଟିରୁ...
ନୂଆଦିଲ୍ଲୀ: ଆମେରିକାର Green Card ପାଇବାକୁ ଅନେକ ଭାରତୀୟ...
ନିଜକୁ IAS ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗ...
ଜୟପୁର: ରାଜସ୍ଥାନର ଜୟପୁରସ୍ଥିତ Sawai Man Singh (SMS)...
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗାଁରେ...
WhatsAppରେ ଆସିଲା ସନ୍ଦେହଜନକ ମେସେଜ୍ ଲକ୍ଷ୍ନୌରୁ ସାମ...
ନୂଆ ସପ୍ତାହ ଆରମ୍ଭ ହେବା ସହ ଗ୍ରହ ଓ ନକ୍ଷତ୍ରଙ୍କ ଗତିରେ ମ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...