ବନ୍ୟା ପ୍ରଭାବିତ ଜିଲ୍ଲାକୁ ୨୪୧.୩୭ କୋଟି ଟଙ୍କାର କ୍ଷତିପୂରଣ, ଦଶହରା ପୂର୍ବରୁ ମିଳିବ ସହାୟତା

ଓଡ଼ିଶାର ବନ୍ୟା ଓ ପ୍ରବଳ ବର୍ଷା ପ୍ରଭାବିତ ଲୋକଙ୍କ ପାଇଁ ସରକାର ୨୪୧.୩୭ କୋଟି ଟଙ୍କାର କ୍ଷତିପୂରଣ ଯୋଗାଇ ଦେଇଛନ୍ତି।
ବନ୍ୟା ପ୍ରଭାବିତଙ୍କ ପାଇଁ ବଡ଼ ଘୋଷଣା! ଓଡ଼ିଶାରେ ୨୪୧.୩୭ କୋଟି ଟଙ୍କାର କ୍ଷତିପୂରଣ ରାଶି ଯୋଗାଇ ଦିଆଯାଇଛି।
ବନ୍ୟା ପ୍ରଭାବିତଙ୍କ ପାଇଁ ବଡ଼ ଘୋଷଣା! ଓଡ଼ିଶାରେ ୨୪୧.୩୭ କୋଟି ଟଙ୍କାର କ୍ଷତିପୂରଣ ରାଶି ଯୋଗାଇ ଦିଆଯାଇଛି।

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଭୁବନେଶ୍ୱରର ରାଜୀବ ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଗଜପତି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବନ୍ୟା ପରିସ୍ଥିତି ଓ କ୍ଷତିପୂରଣ ବଣ୍ଟନ ନେଇ ଆଲୋଚନା କରାଯାଇଛି।

ସରକାରଙ୍କ ପକ୍ଷରୁ ବନ୍ୟା ଓ ବର୍ଷାରେ ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ ମୋଟ୨୪୧.୩୭ କୋଟି ଟଙ୍କାକ୍ଷତିପୂରଣ ପାଇଁ ଯୋଗାଇ ଦିଆଯାଇଛି। ପ୍ରଭାବିତ ଲୋକମାନେ ଯେପରି ଶୀଘ୍ର ସହାୟତା ପାଇପାରିବେ, ସେଥିପାଇଁ ଜିଲ୍ଲା ପ୍ରଶାସନକୁ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାୱାରୀ ଭାବେ ନବରଙ୍ଗପୁରକୁ ୫ କୋଟି, ଗଞ୍ଜାମ ଓ ଗଜପତିକୁ ୨ କୋଟି ଲେଖାଏଁ ଏବଂ ଝାରସୁଗୁଡ଼ାକୁ ୧ କୋଟି ଟଙ୍କା ଯୋଗାଇ ଦିଆଯାଇଛି। କେନ୍ଦ୍ରାପଡ଼ାକୁ ୧୬.୦୪ କୋଟି, ଯାଜପୁରକୁ ୫୨.୦୪ କୋଟି, ଭଦ୍ରକକୁ ୬୪.୫୪ କୋଟି ଏବଂ ବାଲେଶ୍ୱରକୁ ୨୬.୯୨ କୋଟି ଟଙ୍କା ଯୋଗାଇ ଦିଆଯାଇଛି।

ଏହା ମଧ୍ୟରୁ କେତେକ ଜିଲ୍ଲାରେ କ୍ଷତିପୂରଣ ରାଶିର ବ୍ୟବହାର ଆରମ୍ଭ ହୋଇସାରିଛି। କେନ୍ଦ୍ରାପଡ଼ାରେ ମିଳିଥିବା ୧୬.୦୪ କୋଟି ଟଙ୍କାରୁ ପ୍ରାୟ ୧୧.୨୧ କୋଟି ଟଙ୍କା ବଣ୍ଟନ/ବ୍ୟବହାର ହୋଇଛି। ଯାଜପୁରରେ ୫୨.୦୪ କୋଟି ଟଙ୍କାରୁ ପ୍ରାୟ ୩୩.୮୦ କୋଟି ଏବଂ ଭଦ୍ରକରେ ୬୪.୫୪ କୋଟି ଟଙ୍କାରୁ ୪୩.୨୮ କୋଟି ଟଙ୍କା ବ୍ୟବହାର ହୋଇଛି। ବାଲେଶ୍ୱରରେ ମିଳିଥିବା ୨୬.୯୨ କୋଟି ଟଙ୍କାରୁ ପ୍ରାୟ ୫.୯୪ କୋଟି ଟଙ୍କା ବ୍ୟବହାର ହୋଇଥିବା ରିପୋର୍ଟ ହୋଇଛି।

ବାରମ୍ବାର ବର୍ଷା ହେଉଥିବାରୁ କେତେକ ଅଞ୍ଚଳରେ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ କରିବାରେ ସମସ୍ୟା ହୋଇଥିବା ମନ୍ତ୍ରୀ କହିଛନ୍ତି। ତଥାପି ପ୍ରଭାବିତ ଲୋକଙ୍କୁ ନିର୍ଦ୍ଧାରିତ ସମୟରେ ସହାୟତା ମିଳିବା ପାଇଁ ଜିଲ୍ଲା ପ୍ରଶାସନକୁ ତ୍ୱରିତ ପଦକ୍ଷେପ ନେବାକୁ କୁହାଯାଇଛି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ,ଆସନ୍ତା ଦଶହରା ପୂର୍ବରୁ ପର୍ଯ୍ୟାୟକ୍ରମେ କ୍ଷତିପୂରଣ ବଣ୍ଟନ ପ୍ରକ୍ରିୟା ଶେଷ କରାଯିବ।ଏହା ସହିତ ଭବିଷ୍ୟତରେ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ କମାଇବା ପାଇଁ ବିପର୍ଯ୍ୟୟ-ପ୍ରତିରୋଧୀ ଭିତ୍ତିଭୂମି ଉପରେ ମଧ୍ୟ ଆଲୋଚନା କରାଯିବ।

LIVE TV
LIVE
Latest News
ତେଲେଇଲା କମର୍ସିଆଲ LPG ସିଲିଣ୍ଡର, ₹୬୨.୫୦ ବଢ଼ିଲା ଦାମ; ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ₹୨,୮୧୦

ତେଲେଇଲା କମର୍ସିଆଲ LPG ସିଲିଣ୍ଡର, ₹୬୨.୫୦ ବଢ଼ିଲା...

ପାର୍ବଣ ଋତୁ ଆରମ୍ଭ ପୂର୍ବରୁ ଦେଶରେ କମର୍ସିଆଲ LPG ସିଲିଣ୍...

ମୋଦି-ଟ୍ରମ୍ପ୍‌ଙ୍କ ଫୋନ୍‌ରେ ଆଲୋଚନା: ବାଣିଜ୍ୟ, ପ୍ରତିରକ୍ଷାଠାରୁ ବୈଶ୍ୱିକ ଶାନ୍ତି ଯାଏଁ ଚର୍ଚ୍ଚା

ମୋଦି-ଟ୍ରମ୍ପ୍‌ଙ୍କ ଫୋନ୍‌ରେ ଆଲୋଚନା: ବାଣିଜ୍ୟ, ପ୍ରତିରକ୍ଷାଠାରୁ ବୈଶ୍ୱିକ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡ...

ମହିଳାମାନେ ସାବଧାନ! ଏହି ଲକ୍ଷଣଗୁଡ଼ିକୁ ଅଣଦେଖା କରନ୍ତୁନି, ହୋଇପାରେ ହୃଦ୍‌ରୋଗର ସଙ୍କେତ

ମହିଳାମାନେ ସାବଧାନ! ଏହି ଲକ୍ଷଣଗୁଡ଼ିକୁ ଅଣଦେଖା କରନ୍ତୁନି,...

ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ହୃଦ୍‌ରୋଗ ଏକ ଗୁରୁତର ଚ...

ସୁରତ-ଉଦୟପୁର ବନ୍ଦେ ଭାରତର ବୁକିଂ ଆରମ୍ଭ: ସପ୍ତାହରେ ୬ ଦିନ ଚାଲିବ, ୭.୫ ଘଣ୍ଟାରେ ପହଞ୍ଚିବେ ଯାତ୍ରୀ

ସୁରତ-ଉଦୟପୁର ବନ୍ଦେ ଭାରତର ବୁକିଂ ଆରମ୍ଭ: ସପ୍ତାହରେ...

ସୁରତରୁ ଉଦୟପୁର ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଆସିଛି...

ସୀତାଫଳ ପତ୍ରରେ ଲୁଚିଛି ଔଷଧୀୟ ଗୁଣ! ଚର୍ମ ଓ ପେଟ ସମସ୍ୟାରେ ହୋଇପାରେ ଉପକାରୀ

ସୀତାଫଳ ପତ୍ରରେ ଲୁଚିଛି ଔଷଧୀୟ ଗୁଣ! ଚର୍ମ...

ସୀତାଫଳ ବା Custard Apple ସାଧାରଣତଃ ଏହାର ମିଠା ଓ ସ୍ୱାଦ...

ମହାମାରୀ ଭଳି ବଢ଼ୁଛି ହୃଦରୋଗ: ଅନିଦ୍ରା ଓ କର୍ମକ୍ଷେତ୍ରର ଚାପ ବଢ଼ାଉଛି ବିପଦ

ମହାମାରୀ ଭଳି ବଢ଼ୁଛି ହୃଦରୋଗ: ଅନିଦ୍ରା ଓ...

ଭାରତରେ ହୃଦରୋଗ ବାକାର୍ଡିଓଭାସ୍କୁଲାର୍ ଡିଜିଜ୍ନେଇ ଚିନ୍ତା...

ପରିବାର ଗଢ଼ିବା ସ୍ୱପ୍ନ ହେବ ସାକାର: ନିଜ ଅଞ୍ଚଳରେ ମିଳିବ ଆଧୁନିକ IVF ଚିକିତ୍ସା

ପରିବାର ଗଢ଼ିବା ସ୍ୱପ୍ନ ହେବ ସାକାର: ନିଜ...

ସନ୍ତାନ ସୁଖ ପାଇଁ IVF ଚିକିତ୍ସା ଅନେକ ଦମ୍ପତିଙ୍କ ପାଇଁ ଏ...

SBI ରେ ଖାତା ଅଛି କି? ଅକ୍ଟୋବର ୧ରୁ ବଦଳିଲା ATM ଓ Cash Withdrawal ନିୟମ

SBI ରେ ଖାତା ଅଛି କି? ଅକ୍ଟୋବର...

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ଗ୍ରାହକଙ୍କ ପାଇଁ ୧ ଅକ୍ଟୋ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+