ଓଡ଼ିଶାର ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଆସିଛି ବଡ଼ ସହାୟତା। ବନ୍ୟାରେ ଘରଦ୍ୱାର, ଫସଲ ଓ ଗୃହପାଳିତ ପଶୁପକ୍ଷୀ ହରାଇଥିବା ଲୋକଙ୍କୁ ସରକାରଙ୍କ ପକ୍ଷରୁ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯିବ। ଏଥିପାଇଁକ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଆରମ୍ଭ ହୋଇଛି।
ରାଜସ୍ୱ ଓ କୃଷି ବିଭାଗର ଅଧିକାରୀମାନେ ଗ୍ରାଉଣ୍ଡରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଛନ୍ତି। ପ୍ରାଥମିକ ଆକଳନ ଅନୁଯାୟୀ ବନ୍ୟାରେ ପ୍ରାୟ୪୨ କୋଟି ୮୦ ଲକ୍ଷ ଟଙ୍କାର କ୍ଷୟକ୍ଷତିହୋଇଥିବା ଜଣାପଡ଼ିଛି।
ସରକାର ପକ୍ଷରୁ ଜିଲ୍ଲାପାଳମାନଙ୍କୁ୩୬ କୋଟି ୯୮ ଲକ୍ଷ ଟଙ୍କାପଠାଯାଇଥିବା ବେଳେ ଆହୁରି୧୧୦ କୋଟି ଟଙ୍କାପଠାଯିବାକୁ ଥିବା ସୂଚନା ମିଳିଛି। କ୍ଷୟକ୍ଷତି ଆକଳନ ସହିତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବା ପ୍ରକ୍ରିୟା ମଧ୍ୟ ଏକାସାଙ୍ଗରେ ଚାଲିବ।
ଫସଲ କ୍ଷତି ପାଇଁ ଜମିର ପ୍ରକାର ଅନୁଯାୟୀ କ୍ଷତିପୂରଣ ଦିଆଯିବ।
ଗୃହପାଳିତ ପଶୁଙ୍କ କ୍ଷୟକ୍ଷତି ବାବଦରେ ସରକାର୧୨ କୋଟି ୮୮ ଲକ୍ଷ ଟଙ୍କାପ୍ରଦାନ କରିବେ।
ବନ୍ୟା ସମୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଅଗ୍ନିଶମ କର୍ମଚାରୀଙ୍କ ପାଇଁ ମଧ୍ୟ୧ କୋଟି ୫ ଲକ୍ଷ ଟଙ୍କାବ୍ୟବସ୍ଥା କରାଯାଇଛି। ରିଲିଫ ସେଣ୍ଟର ପରିଚାଳନା ପାଇଁ୨୬ କୋଟି ଟଙ୍କାଦିଆଯାଇଛି।
ଚଳିତ ବନ୍ୟାରେ ରାଜ୍ୟର୨୨ଟି ଜିଲ୍ଲାପ୍ରଭାବିତ ହୋଇଛି। ଏହାସହ୮୫ଟି ବ୍ଲକ୍, ୧୫ଟି ସହରାଞ୍ଚଳ, ୬୫୬ଟି ପଞ୍ଚାୟତ ଓ ୧,୪୫୮ଟି ଗାଁକ୍ଷତିଗ୍ରସ୍ତ ହୋଇଛି।
ବନ୍ୟାରେ ମୋଟ୮ ଲକ୍ଷ ୬୩ ହଜାର ୯୦୯ ଜଣ ଲୋକ ପ୍ରଭାବିତହୋଇଥିବା ବେଳେ୨ ଲକ୍ଷ ୬୭ ହଜାର ୩୦୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରକରାଯାଇଥିଲା। ଏହି ସମୟରେ୫୨୯ଟି ରିଲିଫ କ୍ୟାମ୍ପପରିଚାଳିତ ହୋଇଥିଲା।
ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀସୁରେଶ ପୂଜାରୀସାମ୍ବାଦିକ ସମ୍ମିଳନୀରେ ଏହି କ୍ଷୟକ୍ଷତି ଓ ସରକାରୀ ସହାୟତା ସମ୍ପର୍କିତ ସୂଚନା ଦେଇଛନ୍ତି।
NEET-PG ୨୦୨୬ପରୀକ୍ଷା ପାଇଁ କେନ୍ଦ୍ର ସରକାର ପକ୍ଷରୁ ସୁରକ...
ଓଡ଼ିଶାରେ ପିଜି ମେଡିକାଲ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଅଭ...
ଓଡ଼ିଶା ସରକାରଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ କ...
ଜନ୍ତର ମନ୍ତରରେ ହୋଇଥିବା ଏକ ପ୍ରତିବାଦ ସମୟରେ ପ୍ରଧାନମନ୍ତ...
ଲକ୍ଷ୍ଣୌ:ଉତ୍ତର ପ୍ରଦେଶର ରାୟବରେଲୀ ଜିଲ୍ଲାରେ ଏକ ଚାଞ୍ଚଲ୍...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତାର ପ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...
ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥ...
ଚନ୍ଦ୍ରନାଥ ରଥ ହତ୍ୟାକାଣ୍ଡର ତଦନ୍ତ କରୁଥିବା କେନ୍ଦ୍ରୀୟ ଅ...
ଜନ୍ତର ମନ୍ତରରେ ହୋଇଥିବା ସମ୍ପ୍ରତିର ପ୍ରତିବାଦକୁ ନେଇ ପ୍ର...