ନିମ୍ନଚାପ ପ୍ରଭାବରେ ଓଡ଼ିଶାରେ ଭୀଷଣ ବର୍ଷା ଜାରି ରହିଥିବା ବେଳେ ସାଳନ୍ଦୀ, ଜଳକା ଓ ବୈତରଣୀ ନଦୀ ଉପରେ ସତର୍କ ନଜର ରଖିବାକୁ ଜଳସମ୍ପଦ ବିଭାଗ ପରାମର୍ଶ ଦେଇଛି। ବଡ଼ ବନ୍ୟା ଆଶଙ୍କା ନଥିଲେ ମଧ୍ୟ ଉତ୍ତର ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଜାରି ରହିପାରେ।
ଜଳସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ (EIC)ଙ୍କ ଅନୁସାରେ, ସାଳନ୍ଦୀ ନଦୀର ଉପରମୁଣ୍ଡରେ ଭାରୀ ବର୍ଷା ହୋଇଥିବାରୁ ଏହି ନଦୀ ପ୍ରତି ବିଶେଷ ନଜର ରଖାଯାଉଛି। ଅନେକ ସ୍ଥାନରେ ଖରାପ ଡ୍ରେନେଜ୍ ବ୍ୟବସ୍ଥା ଯୋଗୁଁ ଜଳବନ୍ଦୀ ସମସ୍ୟା ମଧ୍ୟ ବଢ଼ିଛି।
ତିହିଡ଼ି, ଚାନ୍ଦବାଲି, ବାଲେଶ୍ୱର ସଦର, ବସ୍ତା ଓ ଦଶରଥପୁର ଭଳି ଅଞ୍ଚଳରେ ନିମ୍ନଚାପଜନିତ ବର୍ଷା ଯୋଗୁଁ ଆହୁରି ଜଳବନ୍ଦୀ ହୋଇପାରେ। ୧୭ଟି ସ୍ଥାନରେ ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି।
ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବଢ଼ୁଥିବାରୁ ଏହା ସତର୍କ ସ୍ତର ଛୁଇଁପାରେ। ତେବେ ବଡ଼ ବନ୍ୟା ଆଶଙ୍କା ନାହିଁ। ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ବୈତରଣୀ ନଦୀରେ ମଧ୍ୟ ତୁରନ୍ତ ବଡ଼ ବନ୍ୟା ଆଶଙ୍କା ନାହିଁ। ତେବେ ବର୍ଷା ଯୋଗୁଁ ବୈତରଣୀର ଜଳସ୍ତର ବଢ଼ିପାରେ।
ମହାନଦୀରେ ମଧ୍ୟ ବଡ଼ ବନ୍ୟା ସ୍ଥିତି ହେବାର ଆଶଙ୍କା ନାହିଁ। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ପ୍ରାୟ ୬୧୪ ଫୁଟ୍କୁ ଖସିଛି। ସକାଳେ ୪ଟି ଗେଟ୍ ବନ୍ଦ ଥିବାବେଳେ ୨ଟି ଗେଟ୍ ଖୋଲା ରହିଥିଲା।
EIC ଦିଲ୍ଲୀପ କୁମାର ରାଉତଙ୍କ ସୂଚନା ଅନୁସାରେ, ବାଲେଶ୍ୱରର ଭୋଗରାଇରେ ସର୍ବାଧିକ ୨୩୬ ମିମି ବର୍ଷା ରେକର୍ଡ ହୋଇଛି। ମୟୂରଭଞ୍ଜର ଶ୍ୟାମାଖୁଣ୍ଟାରେ ୨୩୦ ମିମି, ବାଲିଆପାଳରେ ୧୩୭ ମିମି ଓ ବାଙ୍ଗିରିପୋଷିରେ ୧୭୦ ମିମି ବର୍ଷା ହୋଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ନିମ୍ନଚାପର ପ୍ରଭାବ ଅଧିକ ରହିବା ପରେ ଏହା ଧୀରେ ଧୀରେ କମିବ ବୋଲି କୁହାଯାଇଛି।
ଆନନ୍ଦପୁର ବ୍ୟାରେଜ୍ରେ ବ୍ରାହ୍ମଣୀ ନଦୀର ଜଳ ପ୍ରବାହ ୨,୦୦୦ରୁ ୩,୦୦୦ କ୍ୟୁସେକ୍ ମଧ୍ୟରେ ରହିବା ଆଶା କରାଯାଉଛି। ବୈତରଣୀରେ ବର୍ତ୍ତମାନ ପ୍ରାୟ ୭୪୦ କ୍ୟୁସେକ୍ ପ୍ରବାହ ଥିବାବେଳେ ବର୍ଷା ଯୋଗୁଁ ଏହା ୨,୫୦୦ କ୍ୟୁସେକ୍ ପର୍ଯ୍ୟନ୍ତ ବଢ଼ିପାରେ। ତଥାପି ଏଥିରୁ ବଡ଼ ବନ୍ୟା ହେବାର ଆଶଙ୍କା ନାହିଁ।
ଏପଟେ କେନ୍ଦୁଝର ଓ ସୁନ୍ଦରଗଡ଼ ପାଇଁ ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଉତ୍ତର ଓଡ଼ିଶାରେ ବିଶେଷ ଭାବେ ପ୍ରବଳ ବର୍ଷା ହୋଇଥିବାରୁ ନଦୀ ଓ ଜଳବନ୍ଦୀ ସ୍ଥିତି ଉପରେ କର୍ତ୍ତୃପକ୍ଷ ନଜର ରଖିଛନ୍ତି।
ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ସ୍ଥାପିତ ପୁରୀ ଗୋବର୍ଦ୍ଧନ...
କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍...
ପଞ୍ଜାବର ପଟିଆଲାର ଘୁମ୍ମନ ନଗରରେ ଏକ ଭୟଙ୍କର କୁକୁର ଆକ୍ରମ...
ଓଡ଼ିଶାକୁ ଖୁବଶୀଘ୍ର ନୂଆ ଲୋକାୟୁକ୍ତ ମିଳିବାକୁ ଯାଉଛି। ଲୋ...
ଓଡ଼ିଶାର ଦକ୍ଷତା ବିକାଶ କ୍ଷେତ୍ର ପାଇଁ ଆସିଛି ଏକ ବଡ଼ ଖବର...
ନୂଆଦିଲ୍ଲୀ:ଶିଶୁମାନଙ୍କୁ ସୋସିଆଲ ମିଡିଆର ଅନିୟନ୍ତ୍ରିତ ପ୍...
ବାଂଲାଦେଶ ବର୍ତ୍ତମାନ ଗମ୍ଭୀର ବିଦ୍ୟୁତ୍ ଓ ଶକ୍ତି ସଙ୍କଟ ଦ...
ମୟୂରଭଞ୍ଜ ଜିଲ୍ଲାରେ ଲଗାତାର ପ୍ରବଳ ବର୍ଷା ଯୋଗୁଁକପ୍ତିପଦା...
ପୁଣେରେ ଜଣେ ବୃଦ୍ଧଙ୍କଠାରୁ୧୦.୭୪ କୋଟି ଟଙ୍କାର ଡିଜିଟାଲ ଆ...
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ର ତିଖିରି...