ଓଡ଼ିଶାରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ପାଖରେ ରିଲିଫ୍ ପହଞ୍ଚୁଛି କି ନାହିଁ ଏବଂ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ କିପରି ଚାଲିଛି, ତାହାର ସିଧାସଳଖ ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଜଣ ମନ୍ତ୍ରୀଙ୍କୁ ୮ଟି ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି।
ନୂଆ ଦାୟିତ୍ୱ ବଣ୍ଟନ ଅନୁସାରେ—
ନିଜ ନିଜ ଦାୟିତ୍ୱରେ ଥିବା ଜିଲ୍ଲାଗୁଡ଼ିକରେ ମନ୍ତ୍ରୀମାନେ ନିୟମିତ ଭାବେ ରିଲିଫ୍, ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ। ତଳସ୍ତରରେ ଲୋକଙ୍କ ପାଖରେ ସରକାରୀ ସହାୟତା ଠିକ୍ ଭାବେ ପହଞ୍ଚୁଛି କି ନାହିଁ, ତାହା ମଧ୍ୟ ତଦାରଖ କରିବେ।
ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ଧୀରେ ଧୀରେ କମୁଥିଲେ ମଧ୍ୟ ଅନେକ ଗାଁ ଏବେ ବି ବନ୍ୟାଜଳ ଘେରରେ ରହିଛି। ଅନେକ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ବିଚ୍ଛିନ୍ନ ହୋଇଛି। ବନ୍ୟା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ମିଳିଛି।
ବନ୍ୟା ପ୍ରଭାବିତ ଅନେକ ଅଞ୍ଚଳରେବିଶୁଦ୍ଧ ପାନୀୟ ଜଳର ଅଭାବନେଇ ଲୋକମାନେ ଅଭିଯୋଗ କରିଛନ୍ତି। ବନ୍ୟାଜଳ ଯୋଗୁଁ ଅନେକ ସ୍ଥାନରେ ପାନୀୟ ଜଳର ଉତ୍ସ ପ୍ରଭାବିତ ହୋଇଥିବାରୁ ସୁରକ୍ଷିତ ପାଣି ଯୋଗାଣ ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି।
ବନ୍ୟା ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ପାନୀୟ ଜଳ ଯୋଗାଇବା ପାଇଁ ଓଡ଼ିଶା ସରକାର ଖୋର୍ଦ୍ଧାରେମୋବାଇଲ୍ ୱାଟର ଟ୍ରିଟମେଣ୍ଟ ୟୁନିଟ୍ମୁତୟନ କରିଛନ୍ତି। ଏହା ମାଧ୍ୟମରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ପଦକ୍ଷେପ ନିଆଯାଇଛି।
ଏହାସହ ଅନ୍ୟ ରାଜ୍ୟ ମନ୍ତ୍ରୀମାନଙ୍କୁ ମଧ୍ୟ ନିଜ ନିଜ ଦାୟିତ୍ୱରେ ଥିବା ଜିଲ୍ଲାକୁ ଯାଇ ବନ୍ୟା ସ୍ଥିତି ଓ ଚାଲିଥିବା ରିଲିଫ୍ କାର୍ଯ୍ୟର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମନି ଲଣ୍ଡରିଂ ମାମଲାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସ...
କନ୍ନଡ ଅଭିନେତା ଶିବ ରାଜକୁମାର ହିନ୍ଦୀକୁ ‘ଜାତୀୟ ଭ...
ତାମିଲନାଡୁ ରାଜନୀତିରେ ସିନେମା ଓ ରାଜନୀତିର ସମ୍ପର୍କ ନୂଆ...
ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...
ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...
ମୁମ୍ବାଇ: ମହାରାଷ୍ଟ୍ରରେ ନବରାତ୍ରି ପୂର୍ବରୁ ଗର୍ବା ଓ ଡାଣ...
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...