ଗଞ୍ଜାମ: ଘୋଡ଼ାହାଡ଼ ନଦୀର ପ୍ରବଳ ସ୍ରୋତ ମଧ୍ୟରେ ପ୍ରାୟ ୧୦ ଘଣ୍ଟା ଧରି ଜୀବନ ସହ ସଂଘର୍ଷ କରିଥିବା ଜଣେ ମତ୍ସ୍ୟଜୀବୀ ଶେଷରେ ଉଦ୍ଧାର ହୋଇଛନ୍ତି। ଘଟଣାଟି ଆସିକା ଅଞ୍ଚଳର ଘଣ୍ଡରା ଗାଁରେ ଘଟିଛି।
ସୂଚନା ଅନୁସାରେ, ୬୫ ବର୍ଷୀୟ ପ୍ରକାଶ ଚନ୍ଦ୍ର ସାହୁ ଶୁକ୍ରବାର ଘୋଡ଼ାହାଡ଼ ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ। ନଦୀରେ ପ୍ରବଳ ସ୍ରୋତ ଥିବା ବେଳେ ସେ ହଠାତ୍ ପାଣିରେ ଭାସିଯାଇଥିଲେ। ତେବେ ଜୀବନ ବଞ୍ଚାଇବା ପାଇଁ ସେ ଏକ ଗଛର ଡାଳକୁ ଧରିବାରେ ସକ୍ଷମ ହୋଇଥିଲେ।
ରାତି ସାରା ସେ ଗଛ ଡାଳକୁ ଧରି ନଦୀ ମଧ୍ୟରେ ରହିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜଖବର ନମିଳିବାରୁ ପରିବାର ଓ ଗ୍ରାମବାସୀ ଚିନ୍ତିତ ହୋଇପଡ଼ିଥିଲେ। ହିଞ୍ଜିଳି ଅଗ୍ନିଶମ ବାହିନୀ ପକ୍ଷରୁ ମଧ୍ୟ ନଦୀରେ ଖୋଜାଖୋଜି କରାଯାଇଥିଲା, କିନ୍ତୁ ତାଙ୍କର ସନ୍ଧାନ ମିଳିନଥିଲା।
ଶନିବାର ସକାଳେ ନଦୀ ଆଡ଼କୁ ଯାଇଥିବା କିଛି ସ୍ଥାନୀୟ ଲୋକ ତାଙ୍କୁ ଗଛ ଡାଳକୁ ଧରିଥିବା ଅବସ୍ଥାରେ ଦେଖିଥିଲେ। ପରେ ସେମାନେ ତାଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ହସ୍ପିଟାଲକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁରସ୍ଥିତ MKCG ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ରିପୋର୍ଟରେ କୁହାଯାଇଛି।
ପ୍ରାୟ ୧୦ ଘଣ୍ଟା ଧରି ଗଛ ଡାଳକୁ ଆଶ୍ରା କରି ନଦୀର ପ୍ରବଳ ସ୍ରୋତ ମଧ୍ୟରେ ରହିବା ପରେ ତାଙ୍କ ଉଦ୍ଧାର ହେବା ଘଟଣା ପରିବାର ଓ ଗ୍ରାମବାସୀଙ୍କୁ ଆଶ୍ୱସ୍ତ କରିଛି।
ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀଙ୍କ ୫-ଦିନିଆ ବ୍ୟାଙ୍କିଂ ସ...
WhatsAppରେ ଆସିଲା ସନ୍ଦେହଜନକ ମେସେଜ୍ ଲକ୍ଷ୍ନୌରୁ ସାମ...
ଚେନ୍ନାଇ: ତାମିଲନାଡୁରେ RTIକୁ ନେଇ ସରକାରଙ୍କ ଏକ ନିଷ୍ପତ୍...
ଗୁଜରାଟର ସାବରମତୀରେ ରବିବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ...
ପଶ୍ଚିମବଙ୍ଗର ଭୋଟର ତାଲିକାରେ ଚାଲିଥିବା **Special Inten...