ଚୂଡ଼ାନ୍ତ ନିୟମାବଳୀ ଅନୁଯାୟୀ, ପ୍ରତ୍ୟେକ ଯୋଗ୍ୟ ଗ୍ରାମୀଣ ପରିବାରକୁ ବର୍ଷକୁ ୧୨୦ ଦିନର ଶ୍ରମଭିତ୍ତିକ ନିଯୁକ୍ତି ନିଶ୍ଚିତ କରାଯିବ। ଯଦି ଆବେଦନ ପାଇବାର ୧୫ ଦିନ ମଧ୍ୟରେ ପ୍ରଶାସନ କାମ ଯୋଗାଇବାରେ ବିଫଳ ହୁଏ, ତେବେ ଲାଭାର୍ଥୀଙ୍କୁ ବେକାରି ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି।
ସେହିପରି, ମଜୁରି ପ୍ରଦାନରେ ବିଳମ୍ବ ହେଲେ ଲାଭାର୍ଥୀଙ୍କୁ ସିଧାସଳଖ ଆର୍ଥିକ କ୍ଷତିପୂରଣ ଦେବା ପାଇଁ ମଧ୍ୟ ସ୍ପଷ୍ଟ ଆଇନଗତ ବ୍ୟବସ୍ଥା କରାଯାଇଛି। ଏହା ଗ୍ରାମୀଣ ଶ୍ରମିକଙ୍କ ଅଧିକାର ସୁରକ୍ଷା ଓ ପ୍ରଶାସନିକ ଜବାବଦେହିତାକୁ ଅଧିକ ସୁଦୃଢ଼ କରିବ।
ଜୁଲାଇ ୧ରୁ ଆରମ୍ଭ ହେବାକୁ ଥିବା ଏହି ଯୋଜନାରେ ତୁରନ୍ତ ରୋଜଗାର ସୃଷ୍ଟି ସହ ଦୀର୍ଘମିଆଦି ଗ୍ରାମୀଣ ସମ୍ପଦ ନିର୍ମାଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଜଳ ସଂରକ୍ଷଣ ପ୍ରକଳ୍ପ, ଗ୍ରାମୀଣ ଭିତ୍ତିଭୂମି ବିକାଶ, ଟିକାଉ ଜୀବିକା ସମ୍ପଦ ସୃଷ୍ଟି ଓ ସାଧାରଣ ଜନସେବାମୂଳକ କାର୍ଯ୍ୟରେ ଗ୍ରାମୀଣ ଶ୍ରମଶକ୍ତିକୁ ନିୟୋଜିତ କରାଯିବ।
ଏହା ସହିତ ସ୍ଥାନୀୟ କୃଷି ଉତ୍ପାଦନ ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନକୁ ସହନ କରିପାରୁଥିବା ଗ୍ରାମ ଗଠନ ପାଇଁ ମଧ୍ୟ ବିଭିନ୍ନ ସ୍ଥାନୀୟ କାର୍ଯ୍ୟକ୍ରମ ନେଇ ବିଜ୍ଞପ୍ତିରେ ବିସ୍ତୃତ ବ୍ୟବସ୍ଥା କରାଯାଇଛି। ଏହି ଯୋଜନା ଗ୍ରାମୀଣ ଅର୍ଥନୀତିକୁ ଦୃଢ଼ କରିବା ସହ ଲୋକଙ୍କ ଜୀବନଜୀବିକାରେ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।
ଭାରତର ନୂଆ GDP ତଥ୍ୟକୁ ନେଇ ଚାଲିଥିବା ବିତର୍କ ଧୀରେ ଧୀରେ...
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବା...
Byju’sର ପ୍ୟାରେଣ୍ଟ କମ୍ପାନୀ **Think and Learn...
ଆମେରିକା-ଚୀନ୍ ବାଣିଜ୍ୟ ସମ୍ପର୍କ ମଧ୍ୟରେ ଆଉ ଏକ ବଡ଼ କୂଟନ...