ଓଡ଼ିଶାର ଜଣେ ଆଞ୍ଚଳିକ ଗଣମାଧ୍ୟମ ସଂସ୍ଥାର ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ରବିବାର ବିଳମ୍ବିତ ରାତିରେ ପ୍ରାୟ ୬ ଘଣ୍ଟା ଧରି ଚଢ଼ାଉ କରିବା ପରେ କ୍ୟାପିଟାଲ ପୋଲିସ ସିଲ୍ କରିଛି। ACP-ଇନ୍-ଚାର୍ଜ ଓ ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଶରତ ଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଥିଲା।
ସୂଚନା ଅନୁସାରେ, ଚଢ଼ାଉ ସମୟରେ ସଂସ୍ଥାର ଦୁଇଜଣ କର୍ମଚାରୀଙ୍କୁ ପୋଲିସ ଅଟକ ରଖିଥିଲା। ତେବେ ସେମାନଙ୍କୁ କେଉଁ କାରଣରୁ ଅଟକ ରଖାଯାଇଛି, ସେନେଇ ପୋଲିସ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇନାହିଁ।
ଶିକ୍ଷା ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ OSD କ୍ୟାପିଟାଲ ଥାନାରେ ଏକ FIR ଦାଖଲ କରିବା ପରେ କ୍ୟାପିଟାଲ ଏବଂ ଖଣ୍ଡଗିରି ପୋଲିସର ମିଳିତ ଟିମ୍ ଏହି ଚଢ଼ାଉ କରିଥିବା ଜଣାପଡ଼ିଛି।
FIRରେ ଅଭିଯୋଗ କରାଯାଇଛି ଯେ, କିଛିଦିନ ତଳେ ଆୟୋଜିତ ଏକ ଆଲୋଚନା କାର୍ଯ୍ୟକ୍ରମରେ ଉକ୍ତ ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ଶିକ୍ଷାମନ୍ତ୍ରୀଙ୍କ ସମ୍ପର୍କରେ କଥିତ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଅଭିଯୋଗ ଅନୁଯାୟୀ, ସେ ସ୍କୁଲ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ଲୁଚାଇବା ପାଇଁ ମନ୍ତ୍ରୀ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିବା କଥା ଦାବି କରିଥିଲେ।
ମନ୍ତ୍ରୀଙ୍କ OSD ଅଭିଯୋଗ କରିଛନ୍ତି ଯେ, ଏହି ମନ୍ତବ୍ୟ ମାଧ୍ୟମରେ ମନ୍ତ୍ରୀଙ୍କ ସ୍ୱଚ୍ଛ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବାର ଚେଷ୍ଟା କରାଯାଇଛି। ଏହାକୁ ନେଇ ଗତ ମଙ୍ଗଳବାର FIR ଦାଖଲ କରାଯାଇଥିଲା।
ଖବର ଲେଖା ହେବା ସୁଦ୍ଧା ପୋଲିସ କିମ୍ବା ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏହି ଘଟଣା ନେଇ କୌଣସି ସରକାରୀ ବିବୃତ୍ତି ପ୍ରକାଶ ପାଇନାହିଁ। ମାମଲାର ତଦନ୍ତ ଜାରି ରହିଛି।
ପୂର୍ବତନ ଅଗ୍ନିବୀରମାନଙ୍କ ଉଚ୍ଚଶିକ୍ଷା ଓ ଭଲ ରୋଜଗାର ସୁଯୋ...
ରୁଷିଆ ଓ ଉତ୍ତର କୋରିଆ ମଧ୍ୟରେପ୍ରଥମ ସଡ଼କ ସେତୁଖୋଲାଯାଇଛି...
ଇସ୍ରାଏଲ ଅଧିକୃତ ୱେଷ୍ଟ ବ୍ୟାଙ୍କରେ ଥିବା ଯିହୁଦୀ ସେଟଲମେଣ...
ଦିଲ୍ଲୀର ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ସମୟସୀମା ମଧ୍...
ପାଲେଷ୍ଟାଇନର ନୂଆ ଶିକ୍ଷାବର୍ଷ ଆରମ୍ଭ ହେବା ସହ ଅଧିକୃତ ୱେ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ଭାରତ ଏବେ୬-ଜି ଟେକ୍ନୋଲୋଜିର ବିଶ୍ୱସ୍ତରୀୟ ଦୌଡ଼ରେଆହୁରି ଏ...
ବ୍ରିଟେନ୍‌ର ରାଜପରିବାରକୁ ନେଇ ଆସିଛି ବଡ଼ ଖବର। ଦୀର...