ଓଡ଼ିଶାରେ ବର୍ଷାରୁ ଏବେ ତୁରନ୍ତ ଆଶ୍ୱସ୍ତି ମିଳିବାର ସମ୍ଭାବନା କମ୍। ଉତ୍ତର ଥାଇଲାଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ, ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ସେପ୍ଟେମ୍ବର ୧୮ ସନ୍ଧ୍ୟା ସୁଦ୍ଧା ଏହି ପ୍ରଣାଳୀ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ପ୍ରବେଶ କରିପାରେ। ଏହାର ପ୍ରଭାବରେ ସେପ୍ଟେମ୍ବର ୧୯ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି।
ପରବର୍ତ୍ତୀ ସମୟରେ ଲଘୁଚାପ କ୍ଷେତ୍ରଟି କ୍ରମଶଃ ଘନୀଭୂତ ହୋଇପାରେ। ଏହା ପରବର୍ତ୍ତୀ ୩-୪ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି। ଫଳରେ ଓଡ଼ିଶାରେ ଆହୁରି ପ୍ରାୟ ସପ୍ତାହେ ବର୍ଷା ଜାରି ରହିପାରେ।
ଅନ୍ୟପଟେ, ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ସେପ୍ଟେମ୍ବର ୨୦ ଯାଏଁ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ନେଇ ସତର୍କତା ଜାରି କରାଯାଇଛି।
କାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉତ୍ତର ଓ ଉପକୂଳ ଓଡ଼ିଶା ସମେତ ରାଜ୍ୟର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି:
ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଗଞ୍ଜାମ ଓ ଗଜପତି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ସେପ୍ଟେମ୍ବର ୨୦ ଯାଏଁ ରାଜ୍ୟରେ ବର୍ଷାର ପ୍ରଭାବ ରହିପାରେ। ଏହି ସମୟ ପାଇଁ ସାରା ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ ଅଧୀନରେ ରଖାଯାଇଛି।
ସ୍ମାର୍ଟଫୋନ୍‌ରେ ଘଣ୍ଟା ଘଣ୍ଟା ଧରି ଭିଡିଓ, ରିଲ୍ସ ଓ...
ନୂଆଦିଲ୍ଲୀ: ଦେଶର ସୁରକ୍ଷା ପାଇଁ ସାହସ, ବୀରତ୍ୱ ଓ ତ୍ୟାଗ...
ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକ୍ତ ବାଣିଜ...
ନୂଆଦିଲ୍ଲୀ: EPFOକୁ ନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି...
ନୂଆଦିଲ୍ଲୀ: Appleର iOS 18 software updateକୁ ନେଇ ଭାର...
Meta Oneନାମରେ ନୂଆ ସବ୍ସକ୍ରିପସନ୍ ସେବା ଲଞ୍ଚ କରିଛି Met...
ହିରୋ ମୋଟର୍ସର ₹1,000 କୋଟିର Initial Public Offering...