ଓଡ଼ିଶା ବିଧାନସଭାରେ ଶୁକ୍ରବାର ନୂଆ ସ୍କୁଲ୍ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ତଥ୍ୟ ରଖାଯାଇଛି। ଶ୍ରେଣୀ ୧ରୁ ୮ ପାଇଁ ଚଳିତ ଶିକ୍ଷାବର୍ଷରେ ପ୍ରକାଶିତ SCERT ପୁସ୍ତକଗୁଡ଼ିକରେ୧୭୪୧ଟି ତ୍ରୁଟି ଓ ସୁଧାର ପ୍ରସ୍ତାବଚିହ୍ନଟ ହୋଇଥିବା ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୃହରେ ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ଚିହ୍ନଟ ହୋଇଥିବା ତ୍ରୁଟି ଓ ସୁଧାର ମଧ୍ୟରୁ୫ଟି ତଥ୍ୟାତ୍ମକ କିମ୍ବା ଧାରଣାଗତ ତ୍ରୁଟି,୧୦୭୫ଟି ବ୍ୟାକରଣ, ଟାଇପୋଗ୍ରାଫିକାଲ୍ କିମ୍ବା ବନାନ ତ୍ରୁଟିଏବଂ୬୬୧ଟି ସୁଧାର ପାଇଁ ପ୍ରସ୍ତାବରହିଛି।
ପାଠ୍ୟପୁସ୍ତକରେ ଓଡ଼ିଶା ବିଧାନସଭାର ଫଟୋ, ନିୟମଗିରି ପାହାଡ଼ର ଅବସ୍ଥିତି ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର ପରିଚୟ ସମ୍ପର୍କିତ ତ୍ରୁଟି ମଧ୍ୟ ଚିହ୍ନଟ ହୋଇଥିବା ମନ୍ତ୍ରୀ କହିଛନ୍ତି। ଏଗୁଡ଼ିକର ସଠିକ୍ ତଥ୍ୟ ସହ ଏକcorrigendumସ୍କୁଲଗୁଡ଼ିକୁ ପଠାଯାଇଛି।
ଏହି ତ୍ରୁଟିକୁ ନେଇ ସରକାର ପୂର୍ବରୁ ତଦନ୍ତ କମିଟି ଗଠନ କରିଥିଲେ। ତଦନ୍ତରେ ପାଠ୍ୟପୁସ୍ତକ ପ୍ରସ୍ତୁତିରେ କେତେକ resource personଙ୍କୁ ଲେଖକ, reviewer, proofreader ଏବଂ final subject expert ଭଳି ଏକାଧିକ ଦାୟିତ୍ୱ ଦିଆଯାଇଥିବା ଏବଂ ଅତ୍ୟଳ୍ପ ସମୟ ମଧ୍ୟରେ ୫୫ଟି ପୁସ୍ତକ ପ୍ରସ୍ତୁତ କରାଯାଇଥିବା ଉଲ୍ଲେଖ ରହିଛି।
ଏହା ପରେ ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀଙ୍କୁ Crime Branch ଗିରଫ କରିଥିଲା। Crime Branch ଅନୁସାରେ, ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶନ ଓ ବଣ୍ଟନ ଯୋଗୁଁ ରାଜ୍ୟ ରାଜକୋଷର ପ୍ରାୟ₹୧୭୫ କୋଟି କ୍ଷତିହୋଇଥିବା ତଦନ୍ତରେ ଦର୍ଶାଯାଇଛି।
ସେପଟେ, ତ୍ରୁଟି ରୋକିବା ପାଇଁ ସରକାର ସଂଶୋଧିତ ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ କରିଛନ୍ତି। ଭବିଷ୍ୟତରେ ପୁସ୍ତକ ପ୍ରସ୍ତୁତିରେ ଅଧିକ ଯାଞ୍ଚ ଓ proofing ବ୍ୟବସ୍ଥା କରାଯିବା ସହ ତଥ୍ୟ, ଭାଷା, ଚିତ୍ର ଓ ବିଷୟବସ୍ତୁର ସଠିକତା ଉପରେ ଗୁରୁତ୍ୱ ଦିଆଯାଉଛି।
ମହାକାଶ ଗବେଷଣାରେ ଏକ ନୂଆ ଉପଲବ୍ଧି ସାମ୍ନାକୁ ଆସିଛି। ହାର...
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବେ କେବଳ ପ୍ରଶ୍ନର ଉତ୍ତର ଦ...
ପୂର୍ବ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା Hurricane...
ଆର୍ଥିକ କମ୍ପାନୀଗୁଡ଼ିକ ପାଇଁ କେବଳ ବ୍ୟାଲାନ୍ସ ସିଟ୍ରେ ଥି...
ଚୀନ୍ ରାଷ୍ଟ୍ରପତିସି ଜିନପିଙ୍ଗପତ୍ନୀ ପେଙ୍ଗ ଲିୟୁଆନଙ୍କ ସହ...
NRIଙ୍କଠାରୁ ଜମି, ଘର କିମ୍ବା ଅନ୍ୟ ଅଚଳ ସମ୍ପତ୍ତି କିଣୁଥି...
ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ...
ଭାରତୀୟ ସଞ୍ଚୟକାରୀଙ୍କ ପାଇଁ Fixed Deposit ବା FD ଦୀର୍ଘ...