ଭୁବନେଶ୍ୱର: ଚିଟ୍ଫଣ୍ଡ କମ୍ପାନୀରେ ଟଙ୍କା ଜମା କରି ଠକେଇର ଶିକାର ହୋଇଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର। ରାଜ୍ୟରେ ଏପର୍ଯ୍ୟନ୍ତ ୨ ଲକ୍ଷ ୩୯ ହଜାର ୪୬୧ ଜଣ ଚିଟ୍ଫଣ୍ଡ ଜମାକାରୀଙ୍କୁ ପ୍ରାୟ ୯୩ କୋଟି ଟଙ୍କା ଫେରସ୍ତ କରାଯାଇଛି। ସୋମବାର ବିଧାନସଭାରେ ଏକ ଲିଖିତ ଉତ୍ତର ଜରିଆରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ବିଧାନସଭାର ତାରକା ପ୍ରଶ୍ନ ନମ୍ବର ୧୪୭ର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚିଟ୍ଫଣ୍ଡ କମ୍ପାନୀ ଦ୍ୱାରା ଠକେଇର ଶିକାର ହୋଇଥିବା ନିବେଶକଙ୍କ ଜମା ଟଙ୍କା ଫେରାଇବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଏହି ପ୍ରକ୍ରିୟା ଏବେ ବି ଜାରି ରହିଛି। ଅବଶିଷ୍ଟ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଟଙ୍କା ଫେରସ୍ତ ପାଇଁ ଉଦ୍ୟମ ଚାଲିଛି।
ଚିଟ୍ଫଣ୍ଡ ଟଙ୍କା ଫେରସ୍ତ ତାଲିକାରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନରେ ରହିଛି। ଏହି ଜିଲ୍ଲାର ୧ ଲକ୍ଷ ୧୪ ହଜାର ୪୦୧ ଜଣ ଜମାକାରୀଙ୍କୁ ମୋଟ ୪୧.୮୪ କୋଟି ଟଙ୍କା ଫେରସ୍ତ ଦିଆଯାଇଛି। ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ଏଠାରେ ସର୍ବାଧିକ ହିତାଧିକାରୀ ଉପକୃତ ହୋଇଛନ୍ତି।
ଗୋଲ୍ଡେନ୍ ଲ୍ୟାଣ୍ଡ, ହାଇଟେକ୍ ଏବଂ ରୋଜ୍ ଭ୍ୟାଲି ଭଳି ଚିଟ୍ଫଣ୍ଡ କମ୍ପାନୀରେ ଅଧିକ ରିଟର୍ଣ୍ଣ ମିଳିବାର ପ୍ରତିଶ୍ରୁତି ପାଇ ଅନେକ ଲୋକ ନିଜର କଷ୍ଟ ଉପାର୍ଜିତ ଟଙ୍କା ଜମା କରିଥିଲେ। ପରେ ସେମାନେ ଠକେଇର ଶିକାର ହୋଇଥିଲେ। ଏହି ଜମାକାରୀଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ କରାଯାଉଛି।
ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ଉତ୍ତର ଅନୁସାରେ, ପର୍ଯ୍ୟାୟକ୍ରମେ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଉଛି। ଏଥିସହ ଜିଲ୍ଲାୱାରୀ ହିତାଧିକାରୀଙ୍କ ସଂଖ୍ୟା ଓ ଫେରସ୍ତ ହୋଇଥିବା ଅର୍ଥର ବିବରଣୀ ମଧ୍ୟ ବିଧାନସଭାରେ ଦାଖଲ କରାଯାଇଛି।
ବାକି ରହିଥିବା ଯୋଗ୍ୟ ଜମାକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଜମା ଟଙ୍କା ଫେରାଇବାକୁ ସରକାର ପଦକ୍ଷେପ ଜାରି ରଖିଛନ୍ତି।
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଡ୍ର&rsqu...
ନୂଆଦିଲ୍ଲୀ: ଭାରତର ପ୍ରଥମ ହାଇସ୍ପିଡ୍ ବୁଲେଟ୍ ଟ୍ରେନ୍ ପ୍ର...
ନୂଆଦିଲ୍ଲୀ: ପ୍ୟାକେଜ୍‌ଡ୍ ପାନୀୟ ଜଳର ଗୁଣବତ୍ତା ଓ ସ...
ୱେଲିଂଟନ୍: ଭାରତୀୟ କ୍ରିକେଟ୍ ଦଳକୁ ଲାଗିଛି ବଡ଼ ଝଟକା। ନ୍...
ନାଗରକୋଏଲ:ତାମିଲନାଡୁର ନାଗରକୋଏଲ ରେଳ ଷ୍ଟେସନରେ ଏକ ଅତ୍ୟନ...
ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (PF) ଟଙ୍କା...
ନୟାଗଡ଼:ଗାଁ ମୁଣ୍ଡ ନାଳରୁ ମିଳିଲା ଯୁବକଙ୍କ ମୃତଦେହ। ଏହି...
ମଙ୍ଗଳସୂତ୍ର ବନ୍ଧକ ରଖି ୪୫ ହଜାର ଟଙ୍କା ଯୋଗାଡ଼! ପ୍ରେମିକ...