ଭୁବନେଶ୍ୱର: ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ନବନିର୍ମାଣ କୃଷକ ସଙ୍ଗଠନ (NKS) ଓ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଛି। ବନ୍ଦ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।
ଭୁବନେଶ୍ୱରର ବରମୁଣ୍ଡାରୁ ଆନ୍ଦୋଳନକାରୀମାନେ ବନ୍ଦ ପାଳନ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପିକେଟିଂ କରିଛନ୍ତି। ସମର୍ଥକମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ ଏବଂ ଜରୁରୀ ସେବାରେ ବାଧା ନଦେବାକୁ ସଙ୍ଗଠନ ପକ୍ଷରୁ ଅନୁରୋଧ କରାଯାଇଛି। ଦୋକାନ, ବଜାର ବନ୍ଦ ରଖିବା ସହ ଯାନବାହନ ଚଳାଚଳ ବନ୍ଦ ରଖିବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି।
ବନ୍ଦ ପରିସରରୁ ଟ୍ରେନ୍ ସେବାକୁ ବାଦ ଦିଆଯାଇଛି। ତେବେ ସଡ଼କ ପରିବହନ ବନ୍ଦ ରଖିବାକୁ ସଙ୍ଗଠନଗୁଡ଼ିକ ଆହ୍ୱାନ ଦେଇଥିବାରୁ ବସ୍ ସେବା ପ୍ରଭାବିତ ହୋଇପାରେ। ଆନ୍ଦୋଳନକାରୀମାନଙ୍କ ଚାଲୁଥିବା ଅନଶନ ମଧ୍ୟ ଜାରି ରହିବ।
ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ଆଇନଶୃଙ୍ଖଳା ବ୍ୟବସ୍ଥା କରାଯାଇଛି। ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସତର୍କ ରହିବା ସହ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ନେବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି। ସରକାରୀ କାର୍ଯ୍ୟାଳୟ ସ୍ୱାଭାବିକ ଭାବେ ଚାଲିବା ଏବଂ ଜରୁରୀ ସେବା ଯେପରି ପ୍ରଭାବିତ ନହୁଏ, ତାହା ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...
ରବୀନ୍ଦ୍ର ଜାଡେଜାଙ୍କ ୨୦୨୭ ODI ବିଶ୍ୱକପ୍‌ ଖେଳିବାର...
ଭାରତ-ୱେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଦିନିକିଆ ଆଜି ଗୌହାଟୀ...
ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ନକ...
WhatsAppରେ ଆସିଲା ସନ୍ଦେହଜନକ ମେସେଜ୍ ଲକ୍ଷ୍ନୌରୁ ସାମ...
ଏସିଆନ୍ ଗେମ୍ସ ୨୦୨୬ରେ ଭାରତର ଅଭିଯାନକୁ ମିଳିଛି ଗୋଲ୍ଡେନ୍...
ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ହେରଫେର ମାମଲାରେ ସୁପ୍ରିମ...