ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଘଠନ (OAVS)ର ଛାତ୍ରଛାତ୍ରୀମାନେ ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୫-୨୬ରେ ଉତ୍କୃଷ୍ଟ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ବିଜ୍ଞାନ ଓ ବାଣିଜ୍ୟ ଶାଖାରେ ଛାତ୍ରଛାତ୍ରୀମାନଙ୍କ ଫଳାଫଳ ଖୁବ ସନ୍ତୋଷଜନକ ଥିବା ଜଣାପଡ଼ିଛି।
ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋସିଆଲ ମିଡିଆରେ ଏହି ସଫଳତା ସମ୍ବନ୍ଧୀୟ ସୂଚନା ଭାଗ କରାଯାଇଛି। ବିଭାଗ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ବିଜ୍ଞାନ ଶାଖାରେ ୭୩.୫ ପ୍ରତିଶତ ପାସ୍ ହାର ରହିଛି। ଏହି ଶାଖାରେ ମୋଟ ୧୧୨ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ସଫଳତା ହାସଲ କରିଛନ୍ତି।
କନ୍ଧମାଳ ଜିଲ୍ଲାର ଓଏଭି ଧୋବାଟୋଟାର ଛାତ୍ରୀ ପ୍ରିୟଦର୍ଶିନୀ ବେହେରା ୯୭.୬ ପ୍ରତିଶତ ନମ୍ବର ରଖି ବିଜ୍ଞାନ ଶାଖାରେ ଟପ୍ପର ହୋଇଛନ୍ତି। ତାଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟ ସହ ସମଗ୍ର ଜିଲ୍ଲାରେ ଖୁସିର ମାହୋଲ ଦେଖାଦେଇଛି।
ଅନ୍ୟପଟେ ବାଣିଜ୍ୟ ଶାଖାରେ ମଧ୍ୟ ଏବର୍ଷ ଉଲ୍ଲେଖନୀୟ ସୁଧାର ଦେଖିବାକୁ ମିଳିଛି। ଏହି ଶାଖାରେ ୮୮.୯ ପ୍ରତିଶତ ପାସ୍ ହାର ରେକର୍ଡ ହୋଇଛି, ଯାହା ଗତ ବର୍ଷ ତୁଳନାରେ ଅଧିକ। ଏହି ଶାଖାରେ ୧୪ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି।
ମୟୂରଭଞ୍ଜ ଜିଲ୍ଲାର ଓଏଭି ସାନମୌଦାର ଛାତ୍ରୀ ଦିଶା ସାହା ୯୬.୮ ପ୍ରତିଶତ ନମ୍ବର ରଖି ବାଣିଜ୍ୟ ଶାଖାରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି।
ଏହି ଅବସରରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସମସ୍ତ ସଫଳ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ସଫଳତା ଆଗାମୀ ଦିନରେ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବ।
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
କନ୍ନଡ ଅଭିନେତା ୟଶଙ୍କ ଅଭିନୀତ ଫିଲ୍ମ **‘Toxic: A...
ୟଶଙ୍କ ଅଭିନୀତ‘Toxic: A Fairy Tale for Grown-U...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ଏବଂ ଯୋଗଗୁର...
ନେପାଳ-ତିବ୍ବତ ସୀମାରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ସହାୟତା...
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...