ନୂଆଖାଇରେ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ନେତା

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ସୁନ୍ଦରଗଡ଼ରୁ ସମ୍ବଲପୁର, ବଲାଙ୍ଗୀରରୁ ବରଗଡ଼ ଏବଂ କଳାହାଣ୍ଡିରୁ ଦେବଗଡ଼ ପର୍ଯ୍ୟନ୍ତ ଉତ୍ସବମୁଖର ହୋଇଉଠିଛି। ଘରେ ଘରେ ନବାନ୍ନ ପ୍ରସ୍ତୁତି ସହ ପିଠାପଣାର ମହକ ଏବଂ ପାରମ୍ପରିକ ବାଦ୍ୟର ଶବ୍ଦରେ ପରିବେଶ ମୁଖରିତ ହୋଇଛି। ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟର ବହୁ ନେତା ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Nuakhai 2026 celebration and Alati of Goddess Samaleswari in Odisha
Nuakhai 2026 celebration and Alati of Goddess Samaleswari in Odisha

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଆଜି ଧୁମଧାମରେ ପାଳନ ହେଉଛି। ଏହି ପର୍ବକୁ ନେଇ ସୁନ୍ଦରଗଡ଼ରୁ ସମ୍ବଲପୁର, ବଲାଙ୍ଗୀରରୁ ବରଗଡ଼ ଏବଂ କଳାହାଣ୍ଡିରୁ ଦେବଗଡ଼ ପର୍ଯ୍ୟନ୍ତ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି।

ଗାଁ ଓ ସହରରେ ଘଣ୍ଟ, ଘଣ୍ଟା ଓ ବିଭିନ୍ନ ପାରମ୍ପରିକ ବାଦ୍ୟର ଶବ୍ଦ ଶୁଣିବାକୁ ମିଳୁଛି। ଘରେ ଘରେ ପିଠାପଣା ଓ ବିଭିନ୍ନ ପାରମ୍ପରିକ ବ୍ୟଞ୍ଜନ ପ୍ରସ୍ତୁତି ଚାଲିଥିବାରୁ ପରିବେଶରେ ଉତ୍ସବର ମହକ ଭରିଯାଇଛି।

ନବାନ୍ନକୁ ନେଇ ପରିବାରରେ ଉତ୍ସାହ

ନୂଆଖାଇର ମୁଖ୍ୟ ପରମ୍ପରା ଅନୁସାରେ ସକାଳେ ପରିବାରର ଆରାଧ୍ୟ ଦେବଦେବୀଙ୍କ ନିକଟରେ ନୂଆ ଅମଳର ଅନ୍ନ ବା ନବାନ୍ନ ଅର୍ପଣ କରାଯାଏ। ନୀତିକାନ୍ତି ଶେଷ ହେବା ପରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ନୂଆ ଅମଳର ଅନ୍ନ ଗ୍ରହଣ କରନ୍ତି।

ଏହାପରେ ପରିବାରର ସାନ ସଦସ୍ୟମାନେ ବଡ଼ମାନଙ୍କ ପାଦ ଛୁଇଁ ଆଶୀର୍ବାଦ ନିଅନ୍ତି। ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଭେଟଘାଟ ଏବଂ ଶୁଭେଚ୍ଛା ବିନିମୟ ସହ ଦିନ ତମାମ ନୂଆଖାଇ ଉତ୍ସବ ଜାରି ରହିଥାଏ।

ନୂଆଖାଇରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନୂଆଖାଇ କେବଳ ଏକ ପର୍ବ ନୁହେଁ, ଏହା ମାଟି, ସଂସ୍କୃତି, ଜୀବନଶୈଳୀ ଓ ସାମାଜିକ ଏକତାର ପ୍ରତୀକ ବୋଲି ସେ କହିଛନ୍ତି।

ନୂଆଖାଇରେ ସମସ୍ତ ଭେଦଭାବ, ତିକ୍ତତା ଓ ଅହଂକାରକୁ ଭୁଲି ବଡ଼ମାନଙ୍କୁ ସମ୍ମାନ ଜଣାଇବା ଏବଂ ସାନମାନଙ୍କୁ ସ୍ନେହ ଓ ଆଶୀର୍ବାଦ ଦେବାର ପରମ୍ପରା ପରିବାର, ସମାଜ ଓ ଭାଇଚାରାର ବନ୍ଧନକୁ ଆହୁରି ମଜବୁତ କରେ ବୋଲି ସେ ଉଲ୍ଲେଖ କରିଛନ୍ତି।

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଛାତ୍ରଛାତ୍ରୀ, ଯୁବବର୍ଗ, ଶ୍ରମିକ, କୃଷକ ଓ ସୈନିକମାନେ ନିଜ ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରିବାକୁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି।

ମା’ ସମଲେଇ ସମସ୍ତଙ୍କ ଜୀବନରେ ଆନନ୍ଦ, ଶାନ୍ତି, ସୁଖ, ପ୍ରଗତି ଓ ସଫଳତା ଭରିଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି।

କୃଷକଙ୍କ ପର୍ବ ବୋଲି କହିଲେ ସୁରେଶ ପୂଜାରୀ

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ନୂଆଖାଇ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ନୂଆଖାଇ ଏକ ଗଣପର୍ବ ଏବଂ ଏହା କୃଷକଙ୍କ ପର୍ବ ବୋଲି ସେ କହିଛନ୍ତି।

କୃଷକ ଉତ୍ପାଦନ କରିଥିବା ପ୍ରଥମ ଫସଲକୁ ମା’ ସମଲେଇଙ୍କୁ ଅର୍ପଣ କରି ଆଗାମୀ ଦିନରେ ସମାଜର ସମସ୍ତେ ଯେପରି ଖାଦ୍ୟ ପାଇବେ, କେହି ଭୋକିଲା ରହିବେ ନାହିଁ ଏବଂ ସମାଜରେ ସୁଖ, ଶାନ୍ତି ଓ ଭାଇଚାରା ବୃଦ୍ଧି ପାଇବ, ସେଥିପାଇଁ ପ୍ରାର୍ଥନା କରାଯାଏ ବୋଲି ସେ କହିଛନ୍ତି।

ବୈଜୟନ୍ତ ପଣ୍ଡାଙ୍କ ଶୁଭେଚ୍ଛା

କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ଜାତୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ନୂଆଖାଇ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ନୂଆଖାଇକୁ ଓଡ଼ିଶାର କୃଷିଭିତ୍ତିକ, ସାମାଜିକ ଓ ସାଂସ୍କୃତିକ ଗଣପର୍ବ ଭାବେ ବର୍ଣ୍ଣନା କରି ସେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ମା’ ସମଲେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

LIVE TV
LIVE
Latest News
ସାର୍ବଜନୀନ ବିବାଦ ପରେ Hockey Indiaର ଜରୁରୀ ବୈଠକ: ଆଭ୍ୟନ୍ତରୀଣ କନ୍ଦଳ ସମାଧାନ ସହ HIL ପୁନର୍ଗଠନ ଉପରେ ହେବ ଆଲୋଚନା

ସାର୍ବଜନୀନ ବିବାଦ ପରେ Hockey Indiaର ଜରୁରୀ...

ଭାରତୀୟ ହକିର ପ୍ରଶାସନିକ ବ୍ୟବସ୍ଥାକୁ ନେଇ ବିବାଦ ମଧ୍ୟରେ...

୧୧ ବର୍ଷ ପରେ ଭାରତ ଫେରିଲେ ପଳାତକ ହରନେକ ସିଂହ, ବିମାନବନ୍ଦରରୁ ଗିରଫ କଲା ସିବିଆଇ

୧୧ ବର୍ଷ ପରେ ଭାରତ ଫେରିଲେ ପଳାତକ...

ନୂଆଦିଲ୍ଲୀ:ଦୀର୍ଘ ୧୧ ବର୍ଷ ପରେ ଭାରତକୁ ଫେରାଇ ଅଣାଯାଇଛି...

ଦ୍ୱିତୀୟ ଟି-୨୦ରେ ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ଏକାଦଶରେ ସୁଯୋଗ ପାଇବେ କି ବୈଭବ ସୂର୍ଯ୍ୟବଂଶୀ?

ଦ୍ୱିତୀୟ ଟି-୨୦ରେ ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍...

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‌...

ଗ୍ଲୋବାଲ୍ ୱାର୍ମିଂରେ ନୂଆ ରେକର୍ଡ: ଇତିହାସର ସବୁଠୁ ଗରମ ମାସ ତାଲିକାରେ ଅଗଷ୍ଟ, ତାପମାତ୍ରା ୧.୬୫°C ଅଧିକ

ଗ୍ଲୋବାଲ୍ ୱାର୍ମିଂରେ ନୂଆ ରେକର୍ଡ: ଇତିହାସର ସବୁଠୁ...

ପୃଥିବୀର ବଢ଼ୁଥିବା ତାପମାତ୍ରା ପୁଣିଥରେ ବୈଶ୍ୱିକ ଜଳବାୟୁ...

୧୫ ବର୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ରାଣ୍ଡ୍ ଭ୍ୟାଲୁ ଆକାଶଛୁଆଁ, ଦିନକୁ ମିଳୁଛି ୨ କୋଟି ଯାଏଁ! ସୁରକ୍ଷାକୁ ନେଇ ପ୍ରଶ୍ନ

୧୫ ବର୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ରାଣ୍ଡ୍ ଭ୍ୟାଲୁ...

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀ ଭାରତୀୟ କ୍ରିକେ...

ନକଲି PMO ID ଦେଖାଇ ମଲ୍‌ରେ ଏଣ୍ଟ୍ରି, ଧରାପଡ଼ିଲେ ୨୪ ବର୍ଷୀୟ ଯୁବକ; AI ବ୍ୟବହାର ନେଇ ତଦନ୍ତ

ନକଲି PMO ID ଦେଖାଇ ମଲ୍‌ରେ ଏଣ୍ଟ୍ରି,...

ମୁମ୍ବାଇର ଜିଓ ୱାର୍ଲ୍ଡ ପ୍ଲାଜାରେ ନକଲି ପ୍ରଧାନମନ୍ତ୍ରୀ କ...

ଜୟପୁରରେ ଛାତିଥରା ହତ୍ୟାକାଣ୍ଡ: ପତ୍ନୀ ଓ ୩ ଝିଅଙ୍କୁ ହତ୍ୟା ଅଭିଯୋଗ, ଫେରାର ସ୍ୱାମୀଙ୍କୁ ଖୋଜୁଛି ପୁଲିସ

ଜୟପୁରରେ ଛାତିଥରା ହତ୍ୟାକାଣ୍ଡ: ପତ୍ନୀ ଓ ୩...

ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଛାତିଥରା ହତ୍ୟାକାଣ୍ଡ ସା...

ଜେଲରେ ପର୍ଣ୍ଣ ଭିଡିଓ ଦେଖୁଥିଲେ ଏହି ପୂର୍ବତନ ସାଂସଦ! ମୋବାଇଲରୁ ୧୪୫ରୁ ଅଧିକ ଭିଡିଓ ଜବତ

ଜେଲରେ ପର୍ଣ୍ଣ ଭିଡିଓ ଦେଖୁଥିଲେ ଏହି ପୂର୍ବତନ...

ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ପୂର୍ବତନ ଜ...

ବୈଭବଙ୍କୁ ନେଇ ସ୍ତ୍ରୀଙ୍କ ସହ ହୋଇଥିଲା ଯୁକ୍ତିତର୍କ! ଟିମ୍ ଇଣ୍ଡିଆର ଚୟନକୁ ନେଇ ବର୍ଷିଲେ ଶ୍ରୀକାନ୍ତ

ବୈଭବଙ୍କୁ ନେଇ ସ୍ତ୍ରୀଙ୍କ ସହ ହୋଇଥିଲା ଯୁକ୍ତିତର୍କ!...

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ରେ ଯୁବ ତାରକା...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା
+