ଉତ୍ତର ଓଡ଼ିଶାରେ ଲଗାତାର ବର୍ଷା ପ୍ରଭାବରେ ବନ୍ୟା ପରିସ୍ଥିତି ଉଦ୍ବେଗଜନକ ହୋଇଉଠିଛି। ଅନେକ ଜିଲ୍ଲାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ, ସାଧାରଣ ଜନଜୀବନ ବ୍ୟାହତ ହୋଇଛି।
ବୈତରଣୀ ନଦୀ ଆଖୁଆପଦାଠାରେ ୨୦.୩୨ ମିଟର ଉଚ୍ଚତାରେ ପ୍ରବାହିତ ହେଉଛି, ଯାହା ବିପଦ ସଙ୍କେତ ୧୮.୩୩ ମିଟରଠାରୁ ଅଧିକ। ସେହିପରି ସାଳନ୍ଦୀ ନଦୀର ଜଳସ୍ତର ସକାଳ ୬ଟା ସୁଦ୍ଧା ୧୮.୭୦ ଫୁଟ୍ ରେକର୍ଡ କରାଯାଇଥିଲା।
ବାଲେଶ୍ୱର ଜିଲ୍ଲାର ବସ୍ତା ଅଞ୍ଚଳର ମଥାନୀଠାରେ ଜଳକା ନଦୀର ଜଳସ୍ତର ୬.୫୧ ମିଟରକୁ ପହଞ୍ଚି ବିପଦ ସଙ୍କେତ ୬.୫୦ ମିଟରକୁ ଅତିକ୍ରମ କରିଛି। ଏହାଫଳରେ ନଦୀ କୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ଆଶଙ୍କା ବଢ଼ିଛି।
ଅନୁଗୋଳ ଜିଲ୍ଲାର ପାଲଲହଡ଼ାରେ ସମାକୋଇ ନଦୀର ବନ୍ୟା ସ୍ଥିତି ସବୁଠାରୁ ଅଧିକ ପ୍ରଭାବ ପକାଇଛି। କଣିହା ବ୍ଲକର ବୁରୁକୁଣା ରାସ୍ତା ଉପରେ ପ୍ରାୟ ୬ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହା ସହିତ ପ୍ରାୟ ୨୫୦ ପରିବାର ବିସ୍ଥାପିତ ହୋଇଥିବା ସୂଚନା ମିଳିଛି।
ଅନେକ ଗାଁରେ ଜଳ ପ୍ରବେଶ କରିଥିବାରୁ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ପକ୍ଷରୁ ନଦୀଗୁଡ଼ିକର ଜଳସ୍ତର ଉପରେ କଡ଼ା ନଜର ରଖାଯାଇଥିବାବେଳେ, ପରିସ୍ଥିତିକୁ ନିରନ୍ତର ମନିଟରିଂ କରାଯାଉଛି।
ଦେଶବ୍ୟାପୀ ଚର୍ଚ୍ଚାରେ ଥିବାଗୁରୁଗ୍ରାମ ମହିଳା ବାଇକର ହିଟ୍...
ଭାରତ-ଆଫଗାନିସ୍ତାନ ‘ଫ୍ରେଣ୍ଡସିପ୍ କପ୍’ ସିର...
ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାର କିରନାପୁରରେ ପୁଲିସ କାର୍ଯ...
ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ରେ ଅଭିଷେକ ଶର୍ମାଙ୍କ ଧ...
LPG ଗ୍ୟାସ ଉପଭୋକ୍ତାଙ୍କ ମଧ୍ୟରେ ଇ-କେୱାଇସି ପ୍ରକ୍ରିୟାକୁ...
ନିଜକୁ IAS ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗ...
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗାଁରେ...
ଶ୍ରୀଲଙ୍କା ବିପକ୍ଷ T20I ସିରିଜ୍‌ରେ ଇଂଲଣ୍ଡର ଦବଦବା...
ପଶ୍ଚିମବଙ୍ଗର ଭୋଟର ତାଲିକାର Special Intensive Revisio...
ଦିଲ୍ଲୀ ୟୁନିଭର୍ସିଟିରDUSU ନିର୍ବାଚନ ୨୦୨୬ରେ ଏଥର କେବଳ କ...
ଭାରତରେ ବାମପନ୍ଥୀ ଦଳଗୁଡ଼ିକର ରାଜନୈତିକ ପ୍ରଭାବ ଗତ କିଛି...
ଏସୀୟ କ୍ରୀଡ଼ା ୨୦୨୬ର ମହିଳା କ୍ରିକେଟ୍‌ରେ ଭାରତ ଦମଦ...