ମେଡିକାଲ ଶିକ୍ଷା କ୍ଷେତ୍ରରେ ନିୟାମକ ପ୍ରକ୍ରିୟାକୁ ସରଳ କରିବା ପାଇଁ ନ୍ୟାସନାଲ ମେଡିକାଲ କମିଶନ (NMC)Maintenance of Standards of Medical Education Regulations, 2023କୁ ପ୍ରତ୍ୟାହାର କରିଛି। NMC ଅନୁସାରେ, ଏହି ନିୟମ ଅନ୍ୟ ନିୟାମକ ବ୍ୟବସ୍ଥା ସହ ସମାନାନ୍ତର ଓ ଓଭରଲାପିଂ ପ୍ରକ୍ରିୟା ସୃଷ୍ଟି କରୁଥିଲା।
ଏହି ପ୍ରତ୍ୟାହାର ପରେ ମେଡିକାଲ କଲେଜଗୁଡ଼ିକ ପାଇଁAnnual Disclosure Report (ADR)ଦାଖଲ କରିବା ବାଧ୍ୟତାମୂଳକ ରହିବ। ଏଥିରେ ଶିକ୍ଷକ-ଶିକ୍ଷିକା, ଭିତ୍ତିଭୂମି, କ୍ଲିନିକାଲ ସୁବିଧା, ରୋଗୀ ସଂଖ୍ୟା ଓ ଅନ୍ୟାନ୍ୟ ଆବଶ୍ୟକ ତଥ୍ୟ ଦେବାକୁ ପଡ଼ିବ।
ସେହିପରି,Medical Assessment and Rating Board (MARB)ମେଡିକାଲ କଲେଜଗୁଡ଼ିକର ମୂଲ୍ୟାଙ୍କନ ଓ ନିରୀକ୍ଷଣ କରିବାର ଅଧିକାର ରଖିବ। ଆବଶ୍ୟକ ହେଲେ ପୂର୍ବ ସୂଚନା ବିନା ମଧ୍ୟ ନିରୀକ୍ଷଣ କରାଯାଇପାରିବ ଏବଂ ନିୟମ ଉଲ୍ଲଂଘନ କରୁଥିବା ସଂସ୍ଥା ବିରୋଧରେ ନିୟାମକ କାର୍ଯ୍ୟ ହୋଇପାରିବ।
NMC ସ୍ପଷ୍ଟ କରିଛି ଯେ ନିୟମ ପ୍ରତ୍ୟାହାର କରାଯିବାର ଅର୍ଥ ମେଡିକାଲ ଶିକ୍ଷାର ମାନଦଣ୍ଡ କମାଇବା ନୁହେଁ।ଅତିରିକ୍ତ ବାର୍ଷିକ renewal ପ୍ରକ୍ରିୟାକୁ ହଟାଯାଇଛି, କିନ୍ତୁ ଶିକ୍ଷାର ମାନଦଣ୍ଡ, annual disclosure, assessment ଓ inspection ବ୍ୟବସ୍ଥା ଜାରି ରହିବ।
ପୂର୍ବରୁ ନିଆଯାଇଥିବା କାର୍ଯ୍ୟ, ଅନୁମୋଦନ, renewal, ଆଦେଶ, ଦାୟିତ୍ୱ ଏବଂ ଚାଲୁଥିବା ମାମଲାଗୁଡ଼ିକ ଉପରେ ମଧ୍ୟ ଏହି ପ୍ରତ୍ୟାହାରର ପ୍ରଭାବ ପଡ଼ିବ ନାହିଁ।
CJPକୁ କେବେ ସମର୍ଥନ କରିନାହୁଁ’ ଅନ୍ନାମଲାଇ କହି...
ନୂଆଦିଲ୍ଲୀ:ସାଉଦି ଆରବରେ ଦୁଇ ବାଂଲାଦେଶୀ ନାଗରିକନଜରୁଲ ଇସ...
ଶୁକ୍ର ବକ୍ରୀକୁ ନେଇ କ’ଣ କୁହୁଛି ଜ୍ୟୋତିଷ? ଜ୍ୟ...
Manekshaw Centreରେ ରାଜନାଥ ସିଂହ ନୂଆଦିଲ୍ଲୀର Manek...
ଗଣତନ୍ତ୍ରକୁ ବଦନାମ କରିବାର ଚେଷ୍ଟା’ ରାଞ୍ଚିରେ...
ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ଭାରତ-ଆମେରିକା-ପାକି...
ନୂଆଦିଲ୍ଲୀ:ଭାରତରେ ଚାଲିଥିବା ସାମ୍ପ୍ରତିକ ପ୍ରତିବାଦକୁ ନେ...
Meta Glass ପାଇଁ ମୋର ସନ୍ଦେହ ହେଲା’ ଶିବକୁମାର...