ଚୀନ୍ର ଦକ୍ଷିଣ-ପଶ୍ଚିମ ଅଞ୍ଚଳ ତିବ୍ବତରେ ଗୁରୁବାର ରାତିରେ ଭୟଙ୍କର ଭୂମିକମ୍ପ ହୋଇଛି। ଚୀନ୍ର ଭୂମିକମ୍ପ ନେଟୱର୍କ ସେଣ୍ଟର (CENC) ଅନୁସାରେ, ସ୍ଥାନୀୟ ସମୟ ରାତି ପ୍ରାୟ ୧୦ଟା ୩୩ ମିନିଟ୍ରେ ଏହି ୭.୦ ତୀବ୍ରତାର ଭୂମିକମ୍ପ ଘଟିଥିଲା।
ଭୂମିକମ୍ପର କେନ୍ଦ୍ରସ୍ଥଳ ଉତ୍ତର ତିବ୍ବତର ନାଗକ୍ୟୁ ସହର ଅଧୀନ ଏକ ଦୁର୍ଗମ ଅଞ୍ଚଳରେ ଥିଲା। ଭୂପୃଷ୍ଠର ପ୍ରାୟ ୧୦ କିଲୋମିଟର ତଳେ ଭୂମିକମ୍ପର ଉତ୍ପତ୍ତିସ୍ଥଳ ଥିବା ଜଣାପଡ଼ିଛି। ଏହି ସ୍ଥାନ ତିବ୍ବତର ରାଜଧାନୀ ଲାସାଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ରହିଛି।
ରିପୋର୍ଟ ଅନୁସାରେ, ଭୂମିକମ୍ପରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ବୋଲି ଜଣାପଡ଼ିଛି। ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବା ସହ ଅତି କମରେ ୩୩୯ଟି ଘର ଭୁଶୁଡ଼ିଥିବା ରିପୋର୍ଟ ଆସିଛି।
ଭୂମିକମ୍ପ ପରେ ଅଞ୍ଚଳରେ ୩ରୁ ୪ ତୀବ୍ରତା ମଧ୍ୟରେ ଏକାଧିକ ପରବର୍ତ୍ତୀ କମ୍ପନ (aftershocks) ରେକର୍ଡ ହୋଇଛି। ଉଦ୍ଧାରକାରୀ ଦଳ ଓ ଜରୁରୀକାଳୀନ ସେବା ଟିମ୍ଗୁଡ଼ିକ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରଖିଛନ୍ତି।
ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ୍ ପାରା ଗେମ୍ସ ୨୦...
ଟି-୨୦ ସିରିଜ୍ରେ ଦମଦାର ପ୍ରଦର୍ଶନ ପରେ ଭାରତୀୟ ମହିଳା କ୍ର...
ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ T20I ସିର...
ଶୁକ୍ର ବକ୍ରୀକୁ ନେଇ କ’ଣ କୁହୁଛି ଜ୍ୟୋତିଷ? ଜ୍ୟ...
ନାଗୋୟା: ଏସିଆନ୍ ପାରା ଗେମ୍ସ ୨୦୨୬ରେ ଓଡ଼ିଶା ପାଇଁ ଆସିଛି...