ବିଜେପି ଜାତୀୟ ଅଧ୍ୟକ୍ଷ ନିତିନ ନବୀନ ଓଡ଼ିଶା ଗସ୍ତ ଅବସରରେ ଭୁବନେଶ୍ୱର ସଂଗଠନାତ୍ମକ ଜିଲ୍ଲା ପକ୍ଷରୁ ଆୟୋଜିତ ‘ପଣ୍ଡିତ ଦୀନଦୟାଳ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ-୨୦୨୬’ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଜଟଣୀସ୍ଥିତ ଏସିଆନ୍ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଫିଜିକାଲ୍ ହେଲ୍ଥ ୟୁନିଭର୍ସିଟି ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା, କର୍ମୀ ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ନିତିନ ନବୀନ ଦଳୀୟ କର୍ମୀମାନଙ୍କୁ ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ସରକାରୀ ଯୋଜନାଗୁଡ଼ିକୁ ସାଧାରଣ ଲୋକଙ୍କ ପାଖରେ ସଠିକ୍ ଭାବେ ପହଞ୍ଚାଇବା ନେଇ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ସରକାରୀ ସେବା ଓ କଲ୍ୟାଣମୂଳକ ଯୋଜନାର ସଫଳ କାର୍ଯ୍ୟାନ୍ବୟନ ଦଳର ପ୍ରମୁଖ ଲକ୍ଷ୍ୟ ହେବା ଉଚିତ୍।
ସୂତ୍ର ଅନୁଯାୟୀ, ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସଂଗଠନକୁ ମଜବୁତ କରିବା ଓ କର୍ମୀମାନଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇବା ପାଇଁ ଆୟୋଜିତ ହୋଇଥିଲା।
ନିତିନ ନବୀନ ତାଙ୍କ ଓଡ଼ିଶା ଗସ୍ତ ସମୟରେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ପରେ ସେ ଭୁବନେଶ୍ୱରକୁ ଫେରି ଦଳର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚାର ଅଧ୍ୟକ୍ଷ ଓ ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କ ସହ ବୈଠକ କରିବେ।
ଏହି ବୈଠକରେ ଦଳୀୟ ସଂଗଠନ, ସରକାର ଓ ଦଳ ମଧ୍ୟରେ ସମନ୍ୱୟ ସହ ଆଗାମୀ ରାଜନୈତିକ କୌଶଳ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।
ଚାଇନା ମାଷ୍ଟର୍ସ ୨୦୨୬ରେ ଭାରତୀୟ ଅଭିଯାନ ନିରାଶାଜନକ ଭାବେ...
ଭାରତୀୟ ଫୁଟବଲ ଦଳ ପାଇଁ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର FIF...
ଦିଲ୍ଲୀରେ ବଢୁଥିବା ସାଇବର ଅପରାଧ ଓ ଟେକ୍ନୋଲୋଜି ଆଧାରିତ ଧ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ-ଅହମଦାବାଦବନ୍ଦେ ଭାରତ ଏକ୍ସ...