Nippon Life India Asset Management ଗୁରୁବାର କହିଛି ଯେ Yes Bankର Additional Tier-1 (AT-1) ବଣ୍ଡ ନିବେଶକୁ ନେଇ ଚାଲିଥିବା ବିବାଦର ସମାଧାନ ପାଇଁ ଭାରତୀୟ ବଜାର ନିୟାମକଙ୍କଠାରୁ ସୈଦ୍ଧାନ୍ତିକ ଅନୁମୋଦନ ପାଇଛି। ଏଥିପାଇଁ କମ୍ପାନୀ ₹୯୬୭.୬ ମିଲିୟନ୍, ଅର୍ଥାତ୍ ₹୯୬.୭୬ କୋଟି ସେଟଲମେଣ୍ଟ ଚାର୍ଜ ଦେଇସାରିଛି ଏବଂ ଏବେ ଔପଚାରିକ ସେଟଲମେଣ୍ଟ ଅର୍ଡରକୁ ଅପେକ୍ଷା କରୁଛି।
ଏହି ମାମଲାର ମୂଳ ଘଟଣା ୨୦୧୬ରୁ ୨୦୧୯ ମଧ୍ୟରେ ଘଟିଥିଲା। ସେତେବେଳେ Reliance Mutual Fund, ଯାହା ପରେ Nippon Life India Mutual Fund ହୋଇଥିଲା, Yes Bankର AT-1 ବଣ୍ଡରେ ପ୍ରାୟ ₹୨,୧୫୦ କୋଟି ନିବେଶ କରିଥିଲା। ନିୟାମକଙ୍କ ଅଭିଯୋଗ ଅନୁସାରେ, ଏହି ନିବେଶ ସହିତ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ସହ ସଂପୃକ୍ତ କମ୍ପାନୀଗୁଡ଼ିକୁ Yes Bank ପକ୍ଷରୁ ଋଣ ଦିଆଯାଇଥିଲା।
୨୦୨୦ରେ Yes Bank ସଙ୍କଟରେ ପଡ଼ିବା ପରେ ଏହି AT-1 ବଣ୍ଡଗୁଡ଼ିକର ମୂଲ୍ୟ ଶୂନ୍ୟ ହୋଇଯାଇଥିଲା। ତେବେ ଚଳିତ ମାସରେ ସୁପ୍ରିମକୋର୍ଟ Yes Bankର ₹୮,୪୦୦ କୋଟିର AT-1 ବଣ୍ଡ ରାଇଟ୍-ଅଫ୍ ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି। ଏହା ପରେ ବଣ୍ଡଧାରୀମାନଙ୍କ ପାଇଁ ଅର୍ଥ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି। Nippon Life AMC କହିଛି, କୋର୍ଟ ରାୟ ପରେ କୌଣସି ଅର୍ଥ ଫେରିଲେ ସେହି ଟଙ୍କା ସମ୍ପୃକ୍ତ ମ୍ୟୁଚୁଆଲ୍ ଫଣ୍ଡ ଯୋଜନାର ନିବେଶକଙ୍କ ପାଖକୁ ଯିବ।
ସେପ୍ଟେମ୍ବର ତ୍ରୈମାସିକରେ ଏହି ଏକକାଳୀନ ସେଟଲମେଣ୍ଟ ଖର୍ଚ୍ଚର ପ୍ରଭାବରେ Nippon Life AMCର ନେଟ୍ ପ୍ରଫିଟ୍ ପ୍ରାୟ ୬% ହ୍ରାସ ପାଇ ₹୩୨୪ କୋଟି ହୋଇଛି। ତଥାପି କମ୍ପାନୀର ଅପରେଟିଂ ପ୍ରଫିଟ୍ ୨୫% ବଢ଼ି ₹୫୨୩ କୋଟି ହୋଇଥିବା ବେଳେ ତ୍ରୈମାସିକ ହାରାହାରି AUM ୨୦% ବଢ଼ି ₹୭.୮୭ ଲକ୍ଷ କୋଟିରେ ପହଞ୍ଚିଛି।
ଶୁକ୍ର ବକ୍ରୀକୁ ନେଇ କ’ଣ କୁହୁଛି ଜ୍ୟୋତିଷ? ଜ୍ୟ...
ଦଶହରା ବୁଲିବାକୁ ଯାଇଥିଲେ, ଘରେ ପଶିଲେ ଲୁଟେରା ରିପୋର୍...
ସୋରରେ ୨.୫ କୋଟି ଟଙ୍କାର କାରବାର ସୂଚନା ଅନୁଯାୟୀ, ସୋର...
ମେଷ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ ନିଜ କ୍ୟାରିୟର ଓ ବ୍...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...
ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହରେ ଗ୍ରହନ...
ଗ୍ରାହକ ବେଶରେ ପୋଲିସ, ତା’ପରେ ହଠାତ୍ ଚଢ଼ାଉ ପୋ...
ବାଂଲାଦେଶରୁ କୋଲକାତା ଦେଇ ହାଇଦ୍ରାବାଦ ଯାଉଥିଲା ସୁନା...