ଆଜିଠାରୁ ଦେଶରେ ଏକାଧିକ ନୂଆ ନିୟମ କାର୍ଯ୍ୟକାରୀ ହୋଇଛି, ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଦୈନିକ ଜୀବନ, ଆର୍ଥିକ କାରବାର ଓ ବିଭିନ୍ନ ସରକାରୀ ସେବା ଉପରେ ପଡ଼ିବ। ପାସପୋର୍ଟ ଫି ବୃଦ୍ଧିଠାରୁ ଆରମ୍ଭ କରି ବ୍ୟାଙ୍କିଂ, କ୍ରେଡିଟ୍ କାର୍ଡ, ଆୟକର ଓ ଆଧାର ସେବା ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ପରିବର୍ତ୍ତନ ଆସିଛି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାସପୋର୍ଟ ସେବାର ଶୁଳ୍କ ବୃଦ୍ଧି କରାଯାଇଛି। ୩୬ ପୃଷ୍ଠା ବିଶିଷ୍ଟ ପାସପୋର୍ଟର ଫି ୧,୫୦୦ ଟଙ୍କାରୁ ବଢ଼ି ୨,୫୦୦ ଟଙ୍କା କରାଯାଇଛି। ସେହିପରି ୬୦ ପୃଷ୍ଠା ବିଶିଷ୍ଟ ପାସପୋର୍ଟ, ତତ୍କାଳ ସେବା ଏବଂ ଅନ୍ୟାନ୍ୟ ପାସପୋର୍ଟ ସମ୍ବନ୍ଧୀୟ ଶୁଳ୍କରେ ମଧ୍ୟ ପରିବର୍ତ୍ତନ ହୋଇଛି।
ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ଉଦ୍ଦେଶ୍ୟରେ ‘ଭିବି ଜି ରାମ ଜି’ ନାମକ ଏକ ନୂଆ ଯୋଜନା ଲାଗୁ କରାଯିବ। ଏହି ଯୋଜନା ମନରେଗାର ସ୍ଥାନ ନେବା ସହ ପ୍ରତିବର୍ଷ ୧୨୫ ଦିନର ରୋଜଗାର ଯୋଗାଇବାର ଲକ୍ଷ୍ୟ ରଖିଛି।
ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକର ମିସ୍-ସେଲିଂ (Mis-selling) ଉପରେ କଡ଼ା ନିୟମ ଲାଗୁ କରାଯାଇଛି। ଯଦି କୌଣସି ବ୍ୟାଙ୍କ ଗ୍ରାହକଙ୍କୁ ଭ୍ରମିତ କରି କୌଣସି ସେବା କିମ୍ବା ଉତ୍ପାଦ ବିକ୍ରି କରେ, ତେବେ ତାହାକୁ ଗ୍ରାହକଙ୍କ ଟଙ୍କା ଫେରସ୍ତ କରିବା ସହ କ୍ଷତିପୂରଣ ମଧ୍ୟ ଦେବାକୁ ପଡ଼ିବ।
ଆୟକର ରିଟର୍ଣ୍ଣ (ITR) ଦାଖଲର ଶେଷ ତାରିଖ ନିକଟବର୍ତ୍ତୀ ଥିବାରୁ ବିଳମ୍ବରେ ରିଟର୍ଣ୍ଣ ଦାଖଲ କଲେ ଅତିରିକ୍ତ ଫି ଦେବାକୁ ପଡ଼ିବ।
ଏଥିସହ ଆଧାରରେ ଇ-ମେଲ୍ ଅପଡେଟ୍ ସେବା ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ ମାଗଣା କରାଯାଇଛି, ଯାହା ଦ୍ୱାରା ଲକ୍ଷ ଲକ୍ଷ ଉପଭୋକ୍ତା ଲାଭ ପାଇବେ।
SBI ଓ HDFC Bankର କ୍ରେଡିଟ୍ କାର୍ଡଧାରୀଙ୍କ ପାଇଁ ରିୱାର୍ଡ ପଏଣ୍ଟ୍ ଓ ଏୟାରପୋର୍ଟ ଲାଉଞ୍ଜ ସୁବିଧା ସମ୍ବନ୍ଧୀୟ ନୂଆ ନିୟମ ଲାଗୁ ହୋଇଛି।
ସେହିପରି ପ୍ରତି ମାସ ଭଳି ଏଥର ମଧ୍ୟ LPG ସିଲିଣ୍ଡର ଦରରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏହା ଘରୋଇ ଏବଂ ବାଣିଜ୍ୟିକ ଉଭୟ ଉପଭୋକ୍ତାଙ୍କ ଉପରେ ପ୍ରଭାବ ପକାଇପାରେ।
ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କୁ ଏହି ସମସ୍ତ ନୂଆ ନିୟମ ସମ୍ପର୍କରେ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି, ଯାହାଦ୍ୱାରା ଦୈନିକ କାର୍ଯ୍ୟ ଓ ଆର୍ଥିକ କାରବାରରେ କୌଣସି ଅସୁବିଧା ନ ହେଉ।
ନୂଆଦିଲ୍ଲୀ: ଇବୋଲା ଭାଇରସ୍ ସଂକ୍ରମଣର ଆଶଙ୍କାକୁ ନଜରରେ ରଖ...
ବଲିଉଡ୍‌ର ସବୁଠୁ ଲୋକପ୍ରିୟ କମେଡି ଫ୍ରାଞ୍ଚାଇଜ୍ &ls...
ପୋଲିଓ ନିରାକରଣ ଅଭିଯାନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ଅବହେଳ...
ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର...
ଓଡ଼ିଆ ଚଳଚ୍ଚିତ୍ର, ଯାତ୍ରା ଓ ମଞ୍ଚ ଜଗତର ବିଶିଷ୍ଟ ନିର୍ଦ୍...
ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିକୁ ନେଇ ଓଡ...
ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅ...
ସମଗ୍ର ୟୁରୋପ ବର୍ତ୍ତମାନ ଇତିହାସର ଅନ୍ୟତମ ଭୟଙ୍କର ଗ୍ରୀଷ୍...
ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସ...
କେନ୍ଦ୍ର ଗୃହମନ୍ତ୍ରୀଅମିତ ଶାହଆସନ୍ତାଜୁଲାଇ ୩ ତାରିଖରେ ଓଡ...
ଉତ୍ତର ପ୍ରଦେଶରେ ଆଗାମୀ ନିର୍ବାଚନକୁ ନଜରରେ ରଖି କଂଗ୍ରେସ...
ବଲିଉଡ୍ ଓ ଟେଲିଭିଜନ ଜଗତରେ ପ୍ରେମ, ବିବାହ ଓ ସମ୍ପର୍କକୁ ନ...