Odisha NEET aspirant alleges OMR sheet mismatch during verification

NEET ପରୀକ୍ଷାକୁ ନେଇ ପୁଣି ବିବାଦ: ଓଡ଼ିଆ ଛାତ୍ରୀଙ୍କ ଅଭିଯୋଗ, ମିଳିଲା ଅନ୍ୟ ପରୀକ୍ଷାର୍ଥୀଙ୍କ OMR ସିଟ୍

NEET ପରୀକ୍ଷାର OMR ଉତ୍ତରପତ୍ରକୁ ନେଇ ଓଡ଼ିଶାର ଜଣେ ଛାତ୍ରୀ ଗୁରୁତର ଅଭିଯୋଗ କରିଛନ୍ତି। ନିଜ ରୋଲ୍ ନମ୍ବରରେ ଡାଉନଲୋଡ୍ କରିଥିବା OMR ସିଟ୍ ଅନ୍ୟ ଜଣେ ପରୀକ୍ଷାର୍ଥୀଙ୍କର ଥିବା ସେ ଦାବି କରିଛନ୍ତି। ଏନେଇ ସେ NEET କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ମିଳିନଥିବା ଅଭିଯୋଗ କରିଛନ୍ତି।

NEET ପରୀକ୍ଷା ପ୍ରକ୍ରିୟାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି। ଓଡ଼ିଶାର କଟକ ଜିଲ୍ଲା ସାଲେପୁର ଅଞ୍ଚଳର ଜଣେ NEET ପରୀକ୍ଷାର୍ଥୀ ଅଞ୍ଜଳି ପ୍ରଭା ରାଉତରାୟ ନିଜ OMR ଉତ୍ତରପତ୍ର ବଦଳରେ ଅନ୍ୟ ଜଣେ ପରୀକ୍ଷାର୍ଥୀଙ୍କ OMR ସିଟ୍ ମିଳିଥିବା ଅଭିଯୋଗ କରିଛନ୍ତି।

ଅଞ୍ଜଳି ଜୁନ୍ ୨୧ ତାରିଖରେ ରେଭେନ୍ସା କଲେଜରେ ଆୟୋଜିତ NEET ପୁନଃ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ପରୀକ୍ଷା ପରେ ନିଜ ଉତ୍ତର ମେଳାଇବା ପାଇଁ ରୋଲ୍ ନମ୍ବର ବ୍ୟବହାର କରି ଅନଲାଇନରୁ OMR ସିଟ୍ ଡାଉନଲୋଡ୍ କରିଥିଲେ।

ତେବେ ତାଙ୍କ ଦାବି ଅନୁସାରେ, ଡାଉନଲୋଡ୍ ହୋଇଥିବା OMR ସିଟ୍ରେ ତାଙ୍କ ରୋଲ୍ ନମ୍ବର ନଥିଲା। ସେଥିରେ ଅନ୍ୟ ଜଣେ ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର ଥିବା ସେ କହିଛନ୍ତି।

ଛାତ୍ରୀଙ୍କ କହିବା ଅନୁସାରେ, ଯଦି ତାଙ୍କ ମୂଳ OMR ସିଟ୍ ଆଧାରରେ ମୂଲ୍ୟାୟନ ନହୁଏ, ତେବେ ତାଙ୍କ ଭବିଷ୍ୟତ ପ୍ରଭାବିତ ହୋଇପାରେ। ଏହାକୁ ନେଇ ସେ ଚିନ୍ତିତ ଥିବା କହିଛନ୍ତି।

ଅଞ୍ଜଳି ଏନେଇ NEET କର୍ତ୍ତୃପକ୍ଷଙ୍କୁ ଇମେଲ୍ ମାଧ୍ୟମରେ ଜଣାଇବା ସହ ହେଲ୍ପଲାଇନ୍ରେ ମଧ୍ୟ ଯୋଗାଯୋଗ କରିଥିବା କହିଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ସମାଧାନ ମିଳିନଥିବା ତାଙ୍କ ଅଭିଯୋଗ।

ଛାତ୍ରୀଙ୍କ ପରିବାର କହିଛନ୍ତି ଯେ, ଅଞ୍ଜଳି ଜଣେ ମେଧାବୀ ଛାତ୍ରୀ ଏବଂ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ବର୍ଷ ବର୍ଷ ଧରି ପ୍ରସ୍ତୁତି କରୁଥିଲେ। OMR ସିଟ୍ର ଏଭଳି ତ୍ରୁଟି ତାଙ୍କ କ୍ୟାରିୟରକୁ ପ୍ରଭାବିତ କରିପାରେ ବୋଲି ସେମାନେ ଚିନ୍ତା ପ୍ରକାଶ କରିଛନ୍ତି।

ତେବେ ଛାତ୍ରୀଙ୍କ ଅଭିଯୋଗକୁ ନେଇ NEET କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ପ୍ରତିକ୍ରିୟା ମିଳିନାହିଁ।

Latest News
ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର, ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ : କେମିତି କଟିବ ଆପଣଙ୍କ ସପ୍ତାହ?

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର,...

ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...

ସ୍କୁଲରେ ପିଲାଙ୍କ ସୁରକ୍ଷା ନେଇ ଭୟ: ବଢୁଛି ଇସ୍ରାଏଲୀ ବସ୍ତିବାସୀଙ୍କ ଆକ୍ରମଣ, ଚିନ୍ତାରେ ପାଲେଷ୍ଟାଇନୀ ଅଭିଭାବକ

ସ୍କୁଲରେ ପିଲାଙ୍କ ସୁରକ୍ଷା ନେଇ ଭୟ: ବଢୁଛି...

ପାଲେଷ୍ଟାଇନର ନୂଆ ଶିକ୍ଷାବର୍ଷ ଆରମ୍ଭ ହେବା ସହ ଅଧିକୃତ ୱେ...

ୱେଷ୍ଟ ବ୍ୟାଙ୍କ ସେଟଲମେଣ୍ଟରୁ ସାମଗ୍ରୀ କିଣା ଉପରେ ବ୍ରିଟେନ୍‌ର କଟକଣା! ବଡ଼ ନୀତି ପରିବର୍ତ୍ତନ ଘୋଷଣା କରିପାରେ UK

ୱେଷ୍ଟ ବ୍ୟାଙ୍କ ସେଟଲମେଣ୍ଟରୁ ସାମଗ୍ରୀ କିଣା ଉପରେ...

ଇସ୍ରାଏଲ ଅଧିକୃତ ୱେଷ୍ଟ ବ୍ୟାଙ୍କରେ ଥିବା ଯିହୁଦୀ ସେଟଲମେଣ...

ବ୍ରିଟେନ୍ ଫେରିଲେ ହ୍ୟାରି-ମେଘାନ, ରାଜା ଚାର୍ଲ୍ସଙ୍କ ଚିଠିରେ ରାଜକୀୟ ସ୍ଥିତି ନେଇ ବଡ଼ ଖୁଲାସା

ବ୍ରିଟେନ୍ ଫେରିଲେ ହ୍ୟାରି-ମେଘାନ, ରାଜା ଚାର୍ଲ୍ସଙ୍କ ଚିଠିରେ...

ବ୍ରିଟେନ୍‌ର ରାଜପରିବାରକୁ ନେଇ ଆସିଛି ବଡ଼ ଖବର। ଦୀର...

ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧ ବିଲିୟନ୍ ଡଲାରର ବ୍ୟବସାୟରେ ପରିଣତ କଲା କମ୍ପାନୀ

ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧...

ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ ଜିପ୍ ଟାଇରେ ସିଟ୍‌ରେ ବାନ୍ଧିଲେ, ବିମାନ ବାଲ୍ଟିମୋରରେ ଅବତରଣ

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ...

ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର ୨୦୨୬

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର...

ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...

ନେପାଳ ବନ୍ୟାରେ ଉଦ୍ଧାରକାରୀ କୁକୁରଙ୍କ ବଡ଼ ଭୂମିକା, ଧ୍ୱଂସାବଶେଷ ତଳୁ ୨୬ ମୃତଦେହ ଠାବ

ନେପାଳ ବନ୍ୟାରେ ଉଦ୍ଧାରକାରୀ କୁକୁରଙ୍କ ବଡ଼ ଭୂମିକା,...

ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର Bhotekoshi ବନ୍ୟା...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ
+