ଭୁବନେଶ୍ୱରର ନନ୍ଦନକାନନ ଜୁଲୋଜିକାଲ ପାର୍କରେ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ସିଂହୀ ମାୟା ଜନ୍ମ ଦେଇଥିବା ଦ୍ୱିତୀୟ ଶାବକର ମଧ୍ୟ ମୃତ୍ୟୁ ହୋଇଛି। ଜନ୍ମ ହେବାର ମାତ୍ର ୩ ଦିନ ପରେ ଗୁରୁବାର ଶାବକଟିର ମୃତ୍ୟୁ ହୋଇଥିବା ନନ୍ଦନକାନନ ପକ୍ଷରୁ ଜଣାପଡ଼ିଛି।
ସୂଚନା ଅନୁସାରେ, ମାୟା ପ୍ରଥମ ଥର ପାଇଁ ମା’ ହୋଇଥିଲା। ସେପ୍ଟେମ୍ବର ୭ ତାରିଖରେ ସେ ଦୁଇଟି ସିଂହ ଶାବକକୁ ଜନ୍ମ ଦେଇଥିଲା। ତେବେ ଜନ୍ମ ଦିନରେ ହିଁ ଗୋଟିଏ ଶାବକର ମୃତ୍ୟୁ ହୋଇଥିଲା। ଦ୍ୱିତୀୟ ଶାବକଟି ତିନି ଦିନ ବଞ୍ଚିବା ପରେ ଗୁରୁବାର ମୃତ୍ୟୁବରଣ କରିଛି।
ତିନି ଦିନର ଶାବକଟି ମା’ର କ୍ଷୀର ଠିକ୍ ଭାବେ ପିଇପାରୁନଥିଲା। କ୍ଷୀର ମୁହଁ ଦେଇ ପେଟକୁ ଯିବା ବଦଳରେ ନାକ ବାଟେ ବାହାରି ଆସୁଥିବା ଦେଖାଯାଇଥିଲା।
ପୋଷ୍ଟମର୍ଟମ୍ ରିପୋର୍ଟ ଅନୁସାରେ, ଶାବକଟିର ଜନ୍ମଗତ କ୍ଲେଫ୍ଟ ପାଲେଟ୍ (ତାଳୁରେ ଜନ୍ମଜାତ ତ୍ରୁଟି) ଥିବାରୁ ସେ ପର୍ଯ୍ୟାପ୍ତ ପରିମାଣରେ କ୍ଷୀର ଗ୍ରହଣ କରିପାରୁନଥିଲା। ଏହି କାରଣରୁ ଶାବକଟିର ମୃତ୍ୟୁ ହୋଇଥିବାକୁ ପୋଷ୍ଟମର୍ଟମ୍ରେ ପ୍ରମୁଖ କାରଣ ଭାବେ ଦର୍ଶାଯାଇଛି।
ମାୟା ପ୍ରଥମ ଥର ପାଇଁ ଶାବକ ଜନ୍ମ ଦେଇଥିବାରୁ ନବଜାତ ଶାବକଙ୍କ ଯତ୍ନ ନେବା ପାଇଁ ଆବଶ୍ୟକ ମାତୃତ୍ୱଜନିତ ଅଭ୍ୟାସ ଏପର୍ଯ୍ୟନ୍ତ ବିକଶିତ ହୋଇନଥିବା ମଧ୍ୟ କୁହାଯାଇଛି।
ଦ୍ୱିତୀୟ ଶାବକର ମୃତ୍ୟୁ ପରେ ମାୟାର ଦୁଇ ନବଜାତ ଶାବକଙ୍କ ମଧ୍ୟରୁ ଏବେ କେହି ବଞ୍ଚିନାହାନ୍ତି। ଏହି ଘଟଣା ନନ୍ଦନକାନନ ପାଇଁ ଏକ ଦୁଃଖଦ ଘଟଣା ପାଲଟିଛି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆୟର୍ଲାଣ୍ଡ ଗସ...
ଆନ୍ଧ୍ରପ୍ରଦେଶ ରାଜନୀତିରେ ପୁଣିଥରେ YS ଜଗନ ମୋହନ ରେଡ୍ଡୀଙ...
ନୂଆଦିଲ୍ଲୀ:ବିଶ୍ୱର ଇନ୍ଧନ ଓ ସାମୁଦ୍ରିକ ବାଣିଜ୍ୟ ବ୍ୟବସ୍ଥ...
ଭୁବନେଶ୍ୱର: ଡାଇବେଟିସ୍‌ ରୋଗୀଙ୍କ ଚିକିତ୍ସାରେ Metf...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
Fixed Deposit କିମ୍ବା ସଞ୍ଚୟ ଯୋଜନାରେ ଟଙ୍କା ରଖିବାବେଳେ...