ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ରହସ୍ୟମୟୀ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମଞ୍ଚେଶ୍ୱର ଥାନା ଅଧୀନ ଚକେଇସିହାଣିର ସାହୁ କଲୋନୀସ୍ଥିତ ଏକ ଭଡ଼ାଘରରୁ ମୋନିକା ଜେନାଙ୍କ ମୃତଦେହ ସୋମବାର ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି।
ପୁଲିସ ସୂଚନା ଅନୁସାରେ, ମୋନିକାଙ୍କ ମୃତଦେହ ଘର ଭିତରେ ରକ୍ତରେ ଭିଜିଥିବା ଅବସ୍ଥାରେ ପଡ଼ିଥିଲା। ପ୍ରାଥମିକ ତଦନ୍ତରୁ ତାଙ୍କ ବେକରେ ଏକ ତଉଲିଆ ଦ୍ୱାରା ଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏହାସହ ତାଙ୍କ ବାମ ହାତର କର୍ତ୍ତନୀରେ କଟା ଚିହ୍ନ ମଧ୍ୟ ମିଳିଛି। ତାଙ୍କୁ ବିଷ ପିଆଇ ଦିଆଯାଇଥିବା ସନ୍ଦେହ ମଧ୍ୟ ପୁଲିସ କରୁଛି।
ଘଟଣାସ୍ଥଳରେ ବୈଜ୍ଞାନିକ ଦଳ ଓ ମଞ୍ଚେଶ୍ୱର ପୁଲିସ ପହଞ୍ଚି ଫରେନସିକ୍ ପ୍ରମାଣ ସଂଗ୍ରହ କରିଛନ୍ତି। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି।
ମୋନିକାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ପ୍ରାୟ ନଅ ବର୍ଷ ପୂର୍ବେ ତାଙ୍କର ପ୍ରଦୀପ ଜେନାଙ୍କ ସହ ବିବାହ ହୋଇଥିଲା। ପ୍ରଦୀପ ଚେନ୍ନାଇରେ କାମ କରୁଥିବା ବେଳେ ଯୌତୁକକୁ କେନ୍ଦ୍ର କରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ବିବାଦ ହେଉଥିଲା ଏବଂ ପୂର୍ବରୁ ଏହି ମାମଲା ପୁଲିସ ପାଖକୁ ମଧ୍ୟ ଯାଇଥିଲା।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ଦୁଇ ମାସ ପୂର୍ବରୁ ପ୍ରଦୀପ ତାଙ୍କ ଛଅ ବର୍ଷର ପୁଅକୁ ସାଙ୍ଗରେ ନେଇ ଯାଇଥିଲେ। ମୋନିକା ମାତ୍ର ଏକ ମାସ ପୂର୍ବରୁ ସାହୁ କଲୋନୀର ଏହି ଭଡ଼ାଘରକୁ ଆସିଥିଲେ। ତାଙ୍କ ମା' ଅଭିଯୋଗ କରିଛନ୍ତି ଯେ, ଶନିବାର ଅପରାହ୍ନରେ ପ୍ରଦୀପ ମୋନିକାଙ୍କୁ ହତ୍ୟା କରି ଘରେ ତାଲା ପକାଇ ଫେରାର ହୋଇଯାଇଥିଲେ।
ଏପରିକି ଅଭିଯୁକ୍ତ ସ୍ୱାମୀ ବିଷ ସେବନ କରିଥିବା ଅଭିଯୋଗରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
ଜୋନ୍-୫ର ସହକାରୀ ପୁଲିସ କମିଶନର ବିଶ୍ୱରଞ୍ଜନ ସେନାପତି କହିଛନ୍ତି ଯେ, ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତରେ ହାଜର କରାଯିବ। ପୁଲିସ ତାଙ୍କ ବୟାନକୁ ଅପେକ୍ଷା କରିଥିବା ବେଳେ ଘଟଣାର ପ୍ରକୃତ ସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଛି।
ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର କିଛି ଦିନ ଧରି ସ୍ଥିର...
୨୦୨୧ ମସିହାରେ ପାରଳାଖେମୁଣ୍ଡିରେ କାର୍ଯ୍ୟରତ ଥିବା ସହକାରୀ...
ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ...
ଉତ୍ତରପ୍ରଦେଶରେ ପୁଣିଥରେ ମୌସୁମୀ ବର୍ଷା ତାଣ୍ଡବ ରଚିଛି। ର...
ଗଭୀର ଅବଦାବ ଜନିତ ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ପାଞ୍ଚଟି ଜ...
ଅଦାନୀ ଗ୍ରୁପ୍‌ର ଅଦାନୀ ଏନର୍ଜି ସଲ୍ୟୁସନ୍ସ ଲିମିଟେଡ...
ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ସଂଘର୍ଷର ପ୍ରଭ...
ଅଯୋଧ୍ୟାର ରାମ ମନ୍ଦିରରେ ଭକ୍ତମାନଙ୍କ ଚଢ଼ାଉ ଟଙ୍କାରେ କଥି...
ବାଲିଅନ୍ତା ଭିଡ଼ ହତ୍ୟା ମାମଲାର ତଦନ୍ତ ମଧ୍ୟରେ ଏକ ନୂଆ ତଥ...
ଉତ୍ତର ପ୍ରଦେଶର ହରଦୋଇ ସହରରୁ ଏକ ଚକିତ କରିଦେବା ଚୋରି ଘଟଣ...
ଗଭୀର ଅବଦାବ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ...
ଲଗାଣ ବର୍ଷା ପ୍ରଭାବରେମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ ଅ...