Morocco defeated Canada 3-0 to reach the FIFA World Cup 2026 quarter-finals.

ଆୟୋଜକ କାନାଡା ବିଦା, ୩-୦ରେ ଜିତି କ୍ୱାର୍ଟରଫାଇନାଲ୍‌ରେ ପ୍ରଥମେ ପହଞ୍ଚିଲା ମରକ୍କୋ

ଫିଫା ବିଶ୍ୱକପ୍ ୨୦୨୬ର ପ୍ରଥମ ପ୍ରି-କ୍ୱାର୍ଟରଫାଇନାଲ୍‌ରେ ମରକ୍କୋ ଦମଦାର ପ୍ରଦର୍ଶନ କରି ଆୟୋଜକ କାନାଡାକୁ ୩-୦ ଗୋଲ୍‌ରେ ପରାସ୍ତ କରିଛି। ଆଜେଡିନ୍‌ ଓନାହିଙ୍କ ଦୁଇଟି ଗୋଲ୍‌ ମରକ୍କୋକୁ କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚାଇବାରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି।

ଫିଫା ବିଶ୍ୱକପ୍ ୨୦୨୬ର ପ୍ରଥମ ପ୍ରି-କ୍ୱାର୍ଟରଫାଇନାଲ୍ରେ ଉତ୍ତର ଆଫ୍ରିକାର ମରକ୍କୋ ଐତିହାସିକ ବିଜୟ ହାସଲ କରିଛି। ଶନିବାର ଖେଳାଯାଇଥିବା ମ୍ୟାଚ୍ରେ ମରକ୍କୋ ଆୟୋଜକ କାନାଡାକୁ ୩-୦ ଗୋଲ୍ରେ ପରାସ୍ତ କରି ଚଳିତ ବିଶ୍ୱକପ୍ର ପ୍ରଥମ କ୍ୱାର୍ଟରଫାଇନାଲିଷ୍ଟ ହୋଇଛି।

ମ୍ୟାଚ୍ର ପ୍ରଥମାର୍ଦ୍ଧ ଗୋଲ୍ଶୂନ୍ୟ ରହିଥିଲେ ମଧ୍ୟ ଦ୍ୱିତୀୟାର୍ଦ୍ଧରେ ମରକ୍କୋ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ଦୁଇ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ସହ ଖେଳାଳିଙ୍କ ମଧ୍ୟରେ ଗଣ୍ଡଗୋଳ ଓ ହାତାହାତି ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା। ରେଫରି ଉଭୟ ଦଳର ୪ ଜଣ ଲେଖାଏଁ ଖେଳାଳିଙ୍କୁ ହଳଦିଆ କାର୍ଡ ଦେଖାଇଥିଲେ।

ମରକ୍କୋ ପକ୍ଷରୁ ଆଜେଡିନ୍ ଓନାହି ୫୦ତମ ଏବଂ ୮୨ତମ ମିନିଟ୍ରେ ଦୁଇଟି ଗୋଲ୍ କରି ଦଳକୁ ସ୍ପଷ୍ଟ ଅଗ୍ରଣୀ କରାଇଥିଲେ। ଷ୍ଟପେଜ୍ ଟାଇମ୍ର ୯୦+୮ ମିନିଟ୍ରେ ସୌଫିଆନ୍ ରହିମ୍ ତୃତୀୟ ଗୋଲ୍ କରି କାନାଡାର ପ୍ରତ୍ୟାବର୍ତ୍ତନର ସମସ୍ତ ଆଶାକୁ ଶେଷ କରିଦେଇଥିଲେ।

ଏହି ବିଜୟ ସହ ମରକ୍କୋ ନିଜ ଇତିହାସରେ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ କ୍ୱାର୍ଟରଫାଇନାଲ୍ରେ ପ୍ରବେଶ କରିଛି। ଅନ୍ୟପଟେ ସହ-ଆୟୋଜକ କାନାଡା ପ୍ରଥମ ଦଳ ଭାବେ ଚଳିତ ବିଶ୍ୱକପ୍ରୁ ବିଦାୟ ନେଇଛି।

Latest News
ୟୁକ୍ରେନ ଯୁଦ୍ଧ ଶେଷ ପାଇଁ ସକ୍ରିୟ ଟ୍ରମ୍ପ; ପୁଟିନ ଓ ଜେଲେନସ୍କିଙ୍କ ସହ ଅଲଗା ଅଲଗା ଫୋନ୍ ଆଲୋଚନା

ୟୁକ୍ରେନ ଯୁଦ୍ଧ ଶେଷ ପାଇଁ ସକ୍ରିୟ ଟ୍ରମ୍ପ;...

ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ଆନ୍ତର୍ଜାତିକ ସ୍ତରରେ କୂଟନୈତି...

ପଖାଳ ପର୍ବ-୨୦୨୬ରେ ୮୫ ଲକ୍ଷ ଟଙ୍କା ଖର୍ଚ୍ଚ! ଭାଇରାଲ ବିଲ୍‌କୁ ନେଇ ଜୋରଦାର ଚର୍ଚ୍ଚା

ପଖାଳ ପର୍ବ-୨୦୨୬ରେ ୮୫ ଲକ୍ଷ ଟଙ୍କା ଖର୍ଚ୍ଚ!...

ଓଡ଼ିଶାର ପାରମ୍ପରିକ ଖାଦ୍ୟ ପଖାଳକୁ ବିଶ୍ୱସ୍ତରରେ ପରିଚିତ...

ଆମେରିକାର ୨୫୦ତମ ସ୍ୱାଧୀନତା ଦିବସରେ ମୋଦୀଙ୍କ ଶୁଭେଚ୍ଛା; ଭାରତ-ଆମେରିକା ମିତ୍ରତାକୁ କହିଲେ ବିଶ୍ୱର ଶକ୍ତି

ଆମେରିକାର ୨୫୦ତମ ସ୍ୱାଧୀନତା ଦିବସରେ ମୋଦୀଙ୍କ ଶୁଭେଚ୍ଛା;...

ଆମେରିକାର ୨୫୦ତମ ସ୍ୱାଧୀନତା ଦିବସ ଅବସରରେ ଭାରତର ପ୍ରଧାନମ...

ସାପ୍ତାହିକ ରାଶିଫଳ (୨୯ ଜୁନ୍ - ୬ ଜୁଲାଇ ୨୦୨୬): କେଉଁ ରାଶି ପାଇଁ ସଫଳତା, କେଉଁଠି ରହିଛି ସତର୍କତା?

ସାପ୍ତାହିକ ରାଶିଫଳ (୨୯ ଜୁନ୍ - ୬...

ମେଷ : ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମ...

ଅବହେଳାର ଶିକାର ଅନୁଗୁଳର ଖୁଲୁଡ଼ି ଝରଣା: ପର୍ଯ୍ୟଟନସ୍ଥଳୀ ପାଲଟିଛି ଅଳିଆ ଆବର୍ଜନାର ଗଦା

ଅବହେଳାର ଶିକାର ଅନୁଗୁଳର ଖୁଲୁଡ଼ି ଝରଣା: ପର୍ଯ୍ୟଟନସ୍ଥଳୀ...

ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଅନ୍ତର୍ଗତ ଖୁଲୁଡ଼ି ଝରଣ...

ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ପାଇଁ ଇରାନର ନୂଆ ନିୟମ; ବନ୍ଧୁ ଦେଶଙ୍କୁ ମିଳିବ ସ୍ୱତନ୍ତ୍ର ରିହାତି

ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ପାଇଁ ଇରାନର...

ହର୍ମୁଜ୍ ପ୍ରଣାଳୀ ଦେଇ ଚଳାଚଳ କରୁଥିବା ବାଣିଜ୍ୟିକ ଜାହାଜଗ...

ଇ-୨୦ ପେଟ୍ରୋଲ୍ ନେବାକୁ ମନା କଲା ଭୁଟାନ; ଭାରତକୁ ସାଧାରଣ ପେଟ୍ରୋଲ୍ ଯୋଗାଣ ଜାରି ରଖିବାକୁ ଅନୁରୋଧ

ଇ-୨୦ ପେଟ୍ରୋଲ୍ ନେବାକୁ ମନା କଲା ଭୁଟାନ;...

ଭାରତରେ ଇ-୨୦ ପେଟ୍ରୋଲ୍ ବ୍ୟବହାରକୁ ନେଇ ଚର୍ଚ୍ଚା ଚାଲିଥିବ...

Breaking News
+