Iranian Supreme Leader Mojtaba Khamenei comments on the US-Iran agreement and future negotiations.

ହତାଶ ଟ୍ରମ୍ପ ଚୁକ୍ତି ପାଇଁ ସମସ୍ତ ରଣନୀତି ଆପଣେଇ ଥିଲେ: ମୋଜତବା ଖାମେନେଇ

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧବିରତି ଓ ଆଲୋଚନା ପାଇଁ ସ୍ୱାକ୍ଷରିତ ଚୁକ୍ତିକୁ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତବା ଖାମେନେଇ ସ୍ୱାଗତ କରିଛନ୍ତି। ତେବେ ସେ କହିଛନ୍ତି ଯେ ଚୁକ୍ତି ଉପରେ ତାଙ୍କର କିଛି ଆପତ୍ତି ରହିଛି ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୁକ୍ତି କରିବା ପାଇଁ ସମସ୍ତ ପ୍ରକାର ରଣନୀତି ଗ୍ରହଣ କରିଥିଲେ। ଖାମେନେଇ ସ୍ପଷ୍ଟ କରିଛନ୍ତି ଯେ ଇରାନ ନିଜ ସ୍ୱାର୍ଥ ଓ ଅଧିକାର ସହ କୌଣସି ସମଝୌତା କରିବ ନାହିଁ।

ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇରାନ ଓ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ନୂଆ ଚୁକ୍ତିକୁ ନେଇ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତବା ଖାମେନେଇ ପ୍ରତିକ୍ରିୟା ଦେଇଛନ୍ତି। ଗୁରୁବାର ଏକ ଲିଖିତ ବିବୃତିରେ ସେ ଚୁକ୍ତିକୁ ସ୍ୱାଗତ କରିଥିବାବେଳେ ଏହା ଉପରେ କିଛି ଆପତ୍ତି ମଧ୍ୟ ଥିବା କଥା ସ୍ୱୀକାର କରିଛନ୍ତି।

ଡୋନାଲ୍ଡ ଟ୍ରମ୍ପ ଓ ଇରାନର ରାଷ୍ଟ୍ରପତି ମସୁଦ ପେଜେସ୍କିୟାନଙ୍କ ମଧ୍ୟରେ ସ୍ୱାକ୍ଷରିତ ଏହି ବୁଝାମଣା ଚୁକ୍ତି (MoU) ଅନୁଯାୟୀ ଆଗାମୀ ୬୦ ଦିନ ମଧ୍ୟରେ ଉଭୟ ଦେଶ ପରମାଣୁ କାର୍ଯ୍ୟକ୍ରମ, ସୁରକ୍ଷା ଓ ଦ୍ୱିପାକ୍ଷିକ ସମ୍ପର୍କ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।

 ଖାମେନେଇକହିଛନ୍ତି ଯେ, ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ଓ ରାଷ୍ଟ୍ରପତି ମସୁଦ ପେଜେସ୍କିୟାନଙ୍କ ନେତୃତ୍ୱରେ ଇରାନୀ ଅଧିକାରୀମାନେ ଦେଶର ଅଧିକାର ଓ ଜାତୀୟ ସ୍ୱାର୍ଥ ସୁରକ୍ଷିତ ରହିବ ବୋଲି ନିଶ୍ଚିତ କରିବା ପରେ ସେ ଏହି ଚୁକ୍ତିକୁ ଅନୁମୋଦନ କରିଛନ୍ତି।

ସେ ଇରାନୀ ଅଧିକାରୀମାନଙ୍କ ପ୍ରୟାସର ପ୍ରଶଂସା କରି କହିଛନ୍ତି ଯେ ଚୁକ୍ତି ସମ୍ପାଦନ ପାଇଁ ସେମାନେ ବହୁତ ପରିଶ୍ରମ କରିଛନ୍ତି। ତେବେ ଆମେରିକା ପ୍ରତି ତୀବ୍ର ସମାଲୋଚନା କରି ଖେମିନି କହିଛନ୍ତି ଯେ, “ହତାଶ ଟ୍ରମ୍ପ ଚୁକ୍ତି କରିବା ପାଇଁ ସମସ୍ତ ପ୍ରକାର ରଣନୀତି ଅପନାଇଥିଲେ।”

ତାଙ୍କ କହିବା ଅନୁସାରେ, ଇରାନୀ ନେତୃତ୍ୱ ତାଙ୍କୁ ଆଶ୍ୱାସନା ଦେଇଛି ଯେ ଆମେରିକାର କୌଣସି ଅତିରିକ୍ତ କିମ୍ବା ଅଯୁକ୍ତିସଙ୍ଗତ ଦାବିକୁ ଗ୍ରହଣ କରାଯିବ ନାହିଁ। ଯଦି ଆମେରିକା ଚାପ ସୃଷ୍ଟି କରିବାକୁ ଚେଷ୍ଟା କରେ, ତେବେ ଇରାନ କୌଣସି ପରିସ୍ଥିତିରେ ଆତ୍ମସମର୍ପଣ କରିବ ନାହିଁ।

ଖେମିନି ଆହୁରି କହିଛନ୍ତି ଯେ ଭବିଷ୍ୟତରେ ହେବାକୁ ଥିବା ଆଲୋଚନାର ଅର୍ଥ ଏହା ନୁହେଁ ଯେ ଇରାନ ନିଜର ବିରୋଧୀ ପକ୍ଷର ସ୍ଥିତିକୁ ସ୍ୱୀକାର କରୁଛି। ବରଂ ଦେଶର ସ୍ୱାର୍ଥ ରକ୍ଷା କରି ଆଲୋଚନା ଆଗକୁ ବଢ଼ାଯିବ।

ଏହି ସମୟରେ ଆମେରିକା ଇରାନର ବନ୍ଦରଗୁଡ଼ିକ ଉପରେ ଲାଗିଥିବା ସମୁଦ୍ର ଅବରୋଧକୁ ଉଠାଇ ଦେଇଛି। ଫଳରେ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସାଧାରଣ ହୋଇଯାଇଛି। ମାରିଟାଇମ୍ ଟ୍ରାକିଂ ତଥ୍ୟ ଅନୁସାରେ ଗୁରୁବାର ତିନୋଟି ସାଉଦି ତୈଳ ଟ୍ୟାଙ୍କର ଏବଂ ଏକ ଫ୍ରାନ୍ସୀୟ LNG ବାହକ ଜାହାଜ ହର୍ମୁଜ ପ୍ରଣାଳୀ ଦେଇ ସୁରକ୍ଷିତ ଭାବେ ଗତି କରିଥିଲା।

ବିଶ୍ଳେଷକମାନଙ୍କ ମତରେ, ଏହି ଚୁକ୍ତି ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମାଇବା ଦିଗରେ ଏକ ବଡ଼ ପଦକ୍ଷେପ ହୋଇପାରେ, ଯଦିଓ ଆଗାମୀ ୬୦ ଦିନର ଆଲୋଚନା ଏହାର ସଫଳତା ନିର୍ଣ୍ଣୟ କରିବ।

Latest News
ପୁଅର ମୃତ୍ୟୁର ୪ ଦିନ ପରେ ମାଆଙ୍କ ବିୟୋଗ: ଯଶପାଲ ରାଣା ପରିବାରରେ ଶୋକର ଛାୟା

ପୁଅର ମୃତ୍ୟୁର ୪ ଦିନ ପରେ ମାଆଙ୍କ...

ଭାରତୀୟ କ୍ରୀଡ଼ା ଜଗତ ପାଇଁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍...

ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ବଢ଼ୁଛି ରହସ୍ୟ; ଡିଜିଟାଲ ପ୍ରମାଣ ଉପରେ ନିର୍ଭର ପୋଲିସ ତଦନ୍ତ

ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ବଢ଼ୁଛି ରହସ୍ୟ;...

ଏମ୍‌ବିବିଏସ୍ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ରହସ୍...

NEET ପୁନଃପରୀକ୍ଷା ସୁରକ୍ଷା ମାମଲା: ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକୁ ବଜାୟ ରଖିଲେ ଦିଲ୍ଲୀ ହାଇକୋର୍ଟ

NEET ପୁନଃପରୀକ୍ଷା ସୁରକ୍ଷା ମାମଲା: ଟେଲିଗ୍ରାମ ଉପରେ...

NEET ପୁନଃପରୀକ୍ଷାକୁ କେନ୍ଦ୍ର କରି ଟେଲିଗ୍ରାମ ଉପରେ ଲାଗୁ...

ଜାତିସଂଘରେ ପାକିସ୍ତାନକୁ ଭାରତର ତୀବ୍ର ଭର୍ତ୍ସନା, ‘ଫ୍ରାଙ୍କଷ୍ଟିନ୍ ଷ୍ଟେଟ୍’ ବୋଲି କହିଲେ ଅନୁପମା ସିଂହ

ଜାତିସଂଘରେ ପାକିସ୍ତାନକୁ ଭାରତର ତୀବ୍ର ଭର୍ତ୍ସନା, ‘ଫ୍ରାଙ୍କଷ୍ଟିନ୍...

ଜାତିସଂଘ ମଞ୍ଚରେ ପାକିସ୍ତାନ ପୁଣିଥରେ ଜମ୍ମୁ-କାଶ୍ମୀର ପ୍ର...

ଆସନ୍ତା ବର୍ଷ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇପାରେ ଆଇପିଏଲ୍‌, ସମୟସୂଚୀ ପରିବର୍ତ୍ତନ ଯୋଜନାରେ ବିସିସିଆଇ

ଆସନ୍ତା ବର୍ଷ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇପାରେ...

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ସମୟସୂଚୀରେ ଆସନ୍ତା...

ଜାତିସଂଘ ମୁଖ୍ୟାଳୟରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ, ୮୦୦ରୁ ଅଧିକ ଯୋଗପ୍ରେମୀଙ୍କ ଅଂଶଗ୍ରହଣ

ଜାତିସଂଘ ମୁଖ୍ୟାଳୟରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ...

ନ୍ୟୁୟର୍କରେ ଅବସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଭାରତର ସ୍ଥାୟୀ...

ମ୍ୟାଚ୍ ପରେ ହୁକା ଟାଣି ଓ ଫୁଟବଲ୍ ଦେଖି ସମୟ କାଟୁଥିଲେ ଧୋନି; ଖୋଲାସା କଲେ ସାମ୍ ବିଲିଙ୍ଗ୍ସ

ମ୍ୟାଚ୍ ପରେ ହୁକା ଟାଣି ଓ ଫୁଟବଲ୍...

ଭାରତୀୟ କ୍ରିକେଟ୍ ଇତିହାସର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍...

ଅନୁଗୁଳ ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାସ: ପୋଲିସ ଏନକାଉଣ୍ଟରରେ ୨ ଗୁଳିବିଦ୍ଧ, ୪ ଅଭିଯୁକ୍ତ ଗିରଫ

ଅନୁଗୁଳ ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାସ: ପୋଲିସ...

ଅନୁଗୁଳ ଜିଲ୍ଲାର ତାଳଚେରସ୍ଥିତ ଶ୍ରୀ ବାଲାଜୀ ଗୋଲ୍ଡ ରିଫାଇ...

‘ପୁଷ୍ପା’ ଷ୍ଟାଇଲରେ ଗଞ୍ଜେଇ ଚାଲାଣ ଉଦ୍ୟମ ବିଫଳ, ମାଲକାନଗିରିରୁ ୧୦୦ କେଜି ଗଞ୍ଜେଇ ଜବତ; ୪ ଗିରଫ

‘ପୁଷ୍ପା’ ଷ୍ଟାଇଲରେ ଗଞ୍ଜେଇ ଚାଲାଣ ଉଦ୍ୟମ ବିଫଳ,...

ମାଲକାନଗିରି ପୋଲିସ ଏକ ବଡ଼ ଗଞ୍ଜେଇ ଚାଲାଣ ରାକେଟ୍ର ପର୍ଦ୍...

ୟିରେଙ୍କିଙ୍କ ଇଞ୍ଜୁରି ଟାଇମ୍ ଗୋଲ୍‌ରେ ପାନାମାକୁ ହରାଇଲା ଘାନା, ବିଜୟରେ ବିଶ୍ୱକପ୍ ଅଭିଯାନ ଆରମ୍ଭ

ୟିରେଙ୍କିଙ୍କ ଇଞ୍ଜୁରି ଟାଇମ୍ ଗୋଲ୍‌ରେ ପାନାମାକୁ ହରାଇଲା...

ଚଳିତ ଫୁଟବଲ ବିଶ୍ୱକପ୍ର ଗ୍ରୁପ୍-ଏଲ୍ର ଏକ ରୋମାଞ୍ଚକର ମୁକା...

ଭଦ୍ରକରେ ୱାର୍ଡ ସଦସ୍ୟଙ୍କୁ ହାଣି ହତ୍ୟା, ଜଣେ ଗୁରୁତର; ପୁରୁଣା ଶତ୍ରୁତାରୁ ଆକ୍ରମଣ ସନ୍ଦେହ

ଭଦ୍ରକରେ ୱାର୍ଡ ସଦସ୍ୟଙ୍କୁ ହାଣି ହତ୍ୟା, ଜଣେ...

ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ...

ଆସନ୍ତା ବର୍ଷ ଭାରତ-ଫ୍ରାନ୍ସ ମିଳିତ ଭାବେ ଉତ୍କ୍ଷେପଣ କରିବେ ‘TRISHNA’ ଉପଗ୍ରହ: ପ୍ରଧାନମନ୍ତ୍ରୀ ମୋଦୀ

ଆସନ୍ତା ବର୍ଷ ଭାରତ-ଫ୍ରାନ୍ସ ମିଳିତ ଭାବେ ଉତ୍କ୍ଷେପଣ...

ଫ୍ରାନ୍ସର ପ୍ୟାରିସରେ ପ୍ରବାସୀ ଭାରତୀୟ ସମୁଦାୟକୁ ସମ୍ବୋଧନ...

Breaking News
+