ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇ ମୁସଲିମ୍ ଦେଶଗୁଡ଼ିକ, ବିଶେଷକରି ଗଲ୍ଫ ଦେଶଗୁଡ଼ିକୁ ଏକଜୁଟ ହୋଇ ନିଜର ‘ପ୍ରକୃତ ଶତ୍ରୁ’କୁ ଚିହ୍ନଟ କରି ତାହାର ମୁକାବିଲା କରିବାକୁ ଆହ୍ୱାନ କରିଛନ୍ତି। ଇସ୍ଲାମିକ୍ ୟୁନିଟି ୱିକ୍ ଅବସରରେ ରବିବାର ସେ ଏହି ଲିଖିତ ବାର୍ତ୍ତା ଜାରି କରିଥିବା ରଏଟର୍ସ ରିପୋର୍ଟ କରିଛି।
ଖାମେନେଇ ତାଙ୍କ ଟେଲିଗ୍ରାମ୍ ଆକାଉଣ୍ଟରେ ଜାରି କରିଥିବା ବାର୍ତ୍ତାରେ ମୁସଲିମ୍ ଦେଶଗୁଡ଼ିକ ମଧ୍ୟରେ ଏକତା, ବିଭିନ୍ନ କ୍ଷେତ୍ରରେ ସହଯୋଗ ଏବଂ ପରସ୍ପରର ସୁରକ୍ଷା ପାଇଁ ସହଯୋଗର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଯେଉଁମାନେ ଜାଣିଶୁଣି କିମ୍ବା ଅଜାଣତରେ ମୁସଲିମ୍ମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରନ୍ତି, ସେମାନେ ଇସ୍ଲାମ୍ର ଶତ୍ରୁମାନଙ୍କୁ ସହାୟତା କରନ୍ତି।
ସେ ପାଲେଷ୍ଟାଇନ୍ ପ୍ରସଙ୍ଗ ଉଠାଇ ମଧ୍ୟ ମୁସଲିମ୍ ଦେଶଗୁଡ଼ିକର ଏକତା ଉପରେ ପ୍ରଶ୍ନ କରିଛନ୍ତି। ମୁସଲିମ୍ମାନେ ଏକଜୁଟ ରହିଥିଲେ ପାଲେଷ୍ଟାଇନ୍ର ଲୋକମାନେ ଏତେ ଅସହାୟ ଅବସ୍ଥାରେ ରହିଥାନ୍ତେ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ବିଶେଷକରି ଗଲ୍ଫ ଦେଶଗୁଡ଼ିକର ଶାସକମାନଙ୍କୁ ସମ୍ବୋଧିତ କରି ଖାମେନେଇ କହିଛନ୍ତି ଯେ, ଗଲ୍ଫର ଲୋକ ଓ ସରକାରଗୁଡ଼ିକ ଯଦି ଇସ୍ଲାମ୍ର ପତାକା ତଳେ ଏକଜୁଟ ହୋଇଥାନ୍ତେ, ତେବେ ‘ପରିଚୟହୀନ ଦୁର୍ବୃତ୍ତମାନେ’ ସେମାନଙ୍କ ଜମି ଓ ସମ୍ପତ୍ତି ଉପରେ ଲୋଭ କରିବାକୁ ସାହସ କରିଥାନ୍ତେ କି ନାହିଁ।
ତାଙ୍କ ଲିଖିତ ବାର୍ତ୍ତାରେ ଗଲ୍ଫ ଓ ପଶ୍ଚିମ ଏସିଆର ମୁସଲିମ୍ ଦେଶଗୁଡ଼ିକର ଶାସକମାନଙ୍କୁ ନିଜର ପ୍ରକୃତ ଶତ୍ରୁକୁ ଚିହ୍ନଟ କରିବା, ତାହାର ଯୋଜନା ବୁଝିବା ଏବଂ ତାହାର ମୁକାବିଲା କରିବାକୁ ସେ ଆହ୍ୱାନ କରିଛନ୍ତି।
ଏହି ବାର୍ତ୍ତା ଏପରି ସମୟରେ ଆସିଛି, ଯେତେବେଳେ ଇରାନ ଓ ଏହାର ଗଲ୍ଫ ପଡ଼ୋଶୀ ଦେଶଗୁଡ଼ିକ ମଧ୍ୟରେ ତିକ୍ତତା ଜାରି ରହିଛି। ଇରାନ୍ ପକ୍ଷରୁ ଗଲ୍ଫ ଦେଶଗୁଡ଼ିକରେ ଥିବା ଆମେରିକୀୟ ସାମରିକ ଘାଟି ଏବଂ ଅନ୍ୟାନ୍ୟ ଢାଞ୍ଚା ଉପରେ ଆକ୍ରମଣ ହୋଇଥିବାରୁ ଅଞ୍ଚଳୀୟ ଉତ୍ତେଜନା ଆହୁରି ବଢ଼ିଛି।
ଉଲ୍ଲେଖଯୋଗ୍ୟ, ପ୍ରାୟ ୬ ମାସ ତଳେ ହୋଇଥିବା ଆମେରିକା-ଇସ୍ରାଏଲ୍ ଆକାଶ ଆକ୍ରମଣରେ ଆହତ ହେବା ପରଠାରୁ ମୋଜତବା ଖାମେନେଇ ସର୍ବସାଧାରଣରେ ଦେଖାଯାଇନାହାନ୍ତି। ସେହି ଆକ୍ରମଣରେ ତାଙ୍କ ପିତା ତଥା ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଥିଲା।
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଛାତିଥରା ହତ୍ୟାକାଣ୍ଡ ସା...
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଭିଜିଲାନ୍ସର...
ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ବଢ଼ୁଥିବା ଗୁଳିକାଣ୍ଡ ଘଟଣ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ରୋଗୀ ସାଜି ଘରେ ପଶିଲେ, ଚିକିତ୍ସା କରାଇବା ବାହାନାରେ କବାଟ...