ଲକ୍ଷ୍ନୌ: ସୁନା କିଣା କମାଇବାକୁ ଏକ ବର୍ଷ ତଳେ ଦେଶବାସୀଙ୍କୁ କରିଥିବା ଅନୁରୋଧକୁ ପୁଣି ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କ ଆହ୍ୱାନକୁ ଗ୍ରହଣ କରି ଲୋକେ ସୁନା କିଣା କମାଇଥିବାରୁ ଅନେକଙ୍କ ଟଙ୍କା ସଞ୍ଚୟ ହୋଇଥିବା ସେ କହିଛନ୍ତି। ଶନିବାର ଲକ୍ଷ୍ନୌରେ ଆୟୋଜିତ ପଞ୍ଚମ ଜାତୀୟ କୌଶଳ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ମୋଦୀ ଏହି କଥା କହିଛନ୍ତି।
ମୋଦୀଙ୍କ କହିବା ଅନୁସାରେ, ଅନାବଶ୍ୟକ ଭାବେ ସୁନା କିଣିବା ପରିବର୍ତ୍ତେ ଆବଶ୍ୟକତା ନଥିଲେ ଏକ ବର୍ଷ ପର୍ଯ୍ୟନ୍ତ ସୁନା କିଣିବାରୁ ଦୂରେଇ ରହିବାକୁ ସେ ଦେଶବାସୀଙ୍କୁ ଅପିଲ୍ କରିଥିଲେ। ଏହି ଅନୁରୋଧକୁ ଅନେକ ଲୋକ ମାନିଥିବା ଏବଂ ଟଙ୍କା ସଞ୍ଚୟ କରିପାରିଥିବା କଥା ତାଙ୍କୁ ଜଣାଉଥିବା ସେ କହିଛନ୍ତି।
ଏହି ଜନସହଯୋଗକୁ ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଆହ୍ୱାନ ସହ ତୁଳନା କରିଛନ୍ତି। ୧୯୬୫ ମସିହାରେ ଦେଶରେ ଖାଦ୍ୟଶସ୍ୟ ସଙ୍କଟ ଦେଖାଦେଇଥିବା ସମୟରେ ଶାସ୍ତ୍ରୀ ସପ୍ତାହକୁ ଗୋଟିଏ ଦିନ ଗୋଟିଏ ଓଳି ଉପବାସ ରହିବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ସେତେବେଳେ ଦେଶବାସୀ ତାଙ୍କ ଆହ୍ୱାନକୁ ଗ୍ରହଣ କରିଥିଲେ। ଆଜି ମଧ୍ୟ ଲୋକଙ୍କ ମଧ୍ୟରେ ସେହି ସହଯୋଗ ଓ ଦେଶ ପାଇଁ ତ୍ୟାଗର ମନୋଭାବ ରହିଛି ବୋଲି ମୋଦୀ କହିଛନ୍ତି।
ସୁନା କିଣା କମାଇବା ପାଇଁ ମୋଦୀଙ୍କ ଅନୁରୋଧ ପଛରେ ବିଦେଶୀ ମୁଦ୍ରା ସଞ୍ଚୟ ଏବଂ ଅନାବଶ୍ୟକ ଖର୍ଚ୍ଚ ହ୍ରାସ କରିବାର ଉଦ୍ଦେଶ୍ୟ ରହିଥିଲା। ସୁନା ଆମଦାନୀ ପାଇଁ ଦେଶର ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଥିବାରୁ ଏହାର ଅନାବଶ୍ୟକ କ୍ରୟ ହ୍ରାସ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ସମାରୋହରେ ଯୁବପିଢ଼ିଙ୍କୁ ମଧ୍ୟ ଏକ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ। କେବଳ ଡିଗ୍ରୀ ହାସଲ କରିବା ପଛରେ ନଦୌଡ଼ି ନିଜର ଦକ୍ଷତା, କୌଶଳ ଓ ବ୍ୟବହାରିକ ଜ୍ଞାନ ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଛନ୍ତି। ଆଗାମୀ ଦିନରେ ଡିଗ୍ରୀ ଓ ପ୍ରମାଣପତ୍ର ସହିତ ପ୍ରକୃତ କାମ କରିବାର ଦକ୍ଷତା ଥିବା ଯୁବକଯୁବତୀଙ୍କ ଚାହିଦା ଅଧିକ ରହିବ ବୋଲି ସେ ମତ ଦେଇଛନ୍ତି।
ଏହି ଅବସରରେ ଆଇଟିଆଇ ଏବଂ ବିଭିନ୍ନ ଦକ୍ଷତା ବିକାଶ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ମୋଦୀ ଉତ୍ସାହିତ କରିଥିଲେ। ଶିକ୍ଷା ସହିତ ବ୍ୟବହାରିକ ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ହାସଲ କରିବା ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
AIର ଭୟ, ପଢ଼ିବା ଅଭ୍ୟାସରେ ହ୍ରାସ ଓ ମୋବାଇଲ୍ ଡ୍ରାମା! Ox...
ଲଣ୍ଡନ୍‌: ଯୁଦ୍ଧର ଭୟାବହତା ମଧ୍ୟରେ ମାନବିକତା ଓ ପରି...
ରାଜସ୍ଥାନର ପଞ୍ଚାୟତ ନିର୍ବାଚନ ଫଳାଫଳ ରାଜ୍ୟର ରାଜନୈତିକ ମ...
ମନୋରଞ୍ଜନ ଜଗତରେ ନିଜର ଅଭିନୟ ଦକ୍ଷତା ଓ ଭିନ୍ନ ଧରଣର ଚରିତ...
ନୂଆଦିଲ୍ଲୀ: ଦୀର୍ଘ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ୧୯୭...
ବକ୍ସ ଅଫିସ୍‌ରେ ରେକର୍ଡ ପରେ ରେକର୍ଡ କରୁଛି ରଣବୀର କ...
ବେଙ୍ଗାଲୁରୁ: କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁ...
ମୁମ୍ବାଇ: ମନୋରଞ୍ଜନ ଜଗତରେ ଏବେ ‘କଫି ୱିଥ୍ କରଣ ୯&...