ସମ୍ବଲପୁରର ଚାଉରପୁର ସେତୁରୁ ଶନିବାର ବିଳମ୍ବିତ ରାତିରେ ଜଣେ ନାବାଳିକା ମହାନଦୀକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ଘଟଣା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ନଦୀରେ ବ୍ୟାପକ ସନ୍ଧାନ ଅଭିଯାନ ଆରମ୍ଭ କରାଯାଇଛି।
ସୂଚନା ଅନୁସାରେ, ଘଟଣାର ଖବର ପାଇବା ପରେ ଟାଉନ ଥାନା ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ଦୀର୍ଘ ସମୟ ଧରି ସନ୍ଧାନ ଚାଲିଥିଲେ ମଧ୍ୟ ନାବାଳିକାଙ୍କର କୌଣସି ପତ୍ତା ମିଳିନାହିଁ।
ଘଟଣା ପଛର କାରଣ ଏବଂ କେଉଁ ପରିସ୍ଥିତିରେ ନାବାଳିକା ଏଭଳି ପଦକ୍ଷେପ ନେଲେ, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସେ ନଦୀକୁ ଡେଇଁବା ସମୟରେ ସେତୁ ଉପରେ ଆଉ ଜଣେ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅଭିଯୋଗକୁ ଆଧାର କରି ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ନଦୀରେ ସନ୍ଧାନ ଅଭିଯାନ ମଧ୍ୟ ଅବ୍ୟାହତ ରହିଛି। ପୋଲିସ ପକ୍ଷରୁ ଅଧିକ ତଥ୍ୟକୁ ଅପେକ୍ଷା କରାଯାଉଛି।
ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
**‘ମିର୍ଜାପୁର: ଦି ମୁଭି’**ରେ ଏକ ପ୍ରାୟ ୫୦...
ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳିଏସ୍. ବଦ୍ରିନାଥଭ...
ମାଲାୟାଲମ୍ ସୁପରଷ୍ଟାରମମୁଟ୍ଟିଙ୍କ ୭୫ତମ ଜନ୍ମଦିନରେ ତାଙ୍କ...
ଅଭିନେତ୍ରୀବିପାଶା ବାସୁନିଜ ଫିଲ୍ମ କ୍ୟାରିୟରର ଏକ ଗୁରୁତ୍ୱ...
‘ମିର୍ଜାପୁର: ଦି ମୁଭି’ବକ୍ସ ଅଫିସ୍ରେ ଜବରଦସ...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ନ୍ୟୁୟର୍କ: US Open 2026 ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି।...