Crime Branch solves Mayurbhanj murder mystery using DNA test and slippers evidence.

ଚପଲରୁ ମିଳିଲା ସୁରାକ, DNA ଟେଷ୍ଟରେ ଖୋଲିଲା ଅଢ଼େଇ ବର୍ଷ ପୁରୁଣା ହତ୍ୟା ରହସ୍ୟ; ୩ ଗିରଫ

ମୟୂରଭଞ୍ଜ ଜିଲ୍ଲାର ଅଢ଼େଇ ବର୍ଷ ପୁରୁଣା ଏକ ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ। ଘଟଣାସ୍ଥଳରୁ ମିଳିଥିବା ଚପଲ ଓ DNA ପରୀକ୍ଷା ଆଧାରରେ ମୃତକଙ୍କ ପରିଚୟ ମିଳିଥିବାବେଳେ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି।

ମୟୂରଭଞ୍ଜ ଜିଲ୍ଲାର ଅଢ଼େଇ ବର୍ଷ ପୁରୁଣା ଏକ ହତ୍ୟା ମାମଲାର ରହସ୍ୟ ଉପରୁ ପରଦା ହଟାଇଛି ଓଡ଼ିଶା କ୍ରାଇମବ୍ରାଞ୍ଚ। ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ଏକ ଯୋଡ଼ା ଚପଲ ଓ DNA ପରୀକ୍ଷା ଏହି ମାମଲାର ତଦନ୍ତରେ ନିର୍ଣ୍ଣାୟକ ପ୍ରମାଣ ସାବ୍ୟସ୍ତ ହୋଇଛି।

୨୦୨୩ ନଭେମ୍ବର ୮ ତାରିଖରେ ଉଦଳା ଥାନା ଅନ୍ତର୍ଗତ ବାହୁବନ୍ଧ ସୁରେଇସାହି କାଜୁ ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ କୂଅରୁ ଏକ ପଚାଶଢ଼ା ମୃତଦେହ ଉଦ୍ଧାର ହୋଇଥିଲା। ସେତେବେଳେ ପୁଲିସ ମୃତକଙ୍କ ପରିଚୟ ଜାଣିପାରିନଥିଲା। ପରେ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।

ଚଳିତ ବର୍ଷ ଜୁନ୍ ୧୭ରେ ସୁଖୁଆସାହି ଗ୍ରାମର ବିଶ୍ୱନାଥ ସିଂହ ନିଜ ନିଖୋଜ ବାପାଙ୍କୁ ଖୋଜିବା ସମୟରେ ଥାନାରେ ପହଞ୍ଚି ଘଟଣାସ୍ଥଳରୁ ଜବତ ହୋଇଥିବା ଚପଲକୁ ତାଙ୍କ ବାପା ଯୁବରାଜ ସିଂହଙ୍କର ବୋଲି ଚିହ୍ନଟ କରିଥିଲେ। ଏହାପରେ କ୍ରାଇମବ୍ରାଞ୍ଚ DNA ପରୀକ୍ଷା କରାଇଥିଲା, ଯାହାରୁ ମୃତଦେହଟି ୭୫ ବର୍ଷୀୟ ଯୁବରାଜ ସିଂହଙ୍କର ବୋଲି ସ୍ପଷ୍ଟ ହୋଇଥିଲା।

କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ସୂଚନା ଅନୁଯାୟୀ, ତଦନ୍ତ ସମୟରେ ମୃତକଙ୍କ ପାଦରେ ଦୁଇଟି ଭିନ୍ନ ସାଇଜର ଚପଲ (ସାଇଜ-୪ ଓ ସାଇଜ-୫) ଥିବା ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଥିଲା। ଏହାକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଯାଇଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ, ଯୁବରାଜ ସିଂହ ଏକ ଭୋଜିରୁ ଫେରୁଥିବା ବେଳେ ନିଖୋଜ ହୋଇଥିଲେ। ପରିବାର ପକ୍ଷରୁ ନିଖୋଜ ଅଭିଯୋଗ ଦାଖଲ କରାଯାଇନଥିଲା, କାରଣ ସେ ପୂର୍ବରୁ ମଧ୍ୟ ଅନେକଥର ଘର ଛାଡ଼ି ଯାଇ ପୁଣି ଫେରିଆସୁଥିଲେ।

ତଦନ୍ତରେ ସାମ୍ନାକୁ ଆସିଛି ଯେ, ଗୁଣିଗାରେଡ଼ି ସନ୍ଦେହରେ ଯୁବରାଜଙ୍କୁ ଦଉଡ଼ିରେ ଶ୍ୱାସରୋଧ କରି ହତ୍ୟା କରାଯାଇଥିଲା। ପରେ ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ପରିତ୍ୟକ୍ତ କୂଅରେ ଫିଙ୍ଗି ଦିଆଯାଇଥିଲା।

ଏହି ମାମଲାରେ ବାଂଶାହି ଗ୍ରାମର ସନଗୌର ମୋହନ ସିଂହ, ନରହରି ସିଂହ ଓ ଜଣେ ନାବାଳକଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି କୋର୍ଟ ଚାଲାଣ କରିଛି।

Latest News
ଟାଟାର Jaguar Land Roverରେ ୪,୦୦୦ ଚାକିରି କଟିବ! ବ୍ରିଟେନ୍ ସରକାର କହିଲା- ବେଲଆଉଟ୍ ଦେବୁନି

ଟାଟାର Jaguar Land Roverରେ ୪,୦୦୦ ଚାକିରି...

ଟାଟା ମାଲିକାନାଧୀନJaguar Land Rover (JLR)ବ୍ରିଟେନ୍ରେ...

ଗୋଟିଏ ରେଜିଷ୍ଟ୍ରିରେ ସବୁ ବୀମା ପଲିସି! IRDAIର PIR ଆସିଲେ ଗ୍ରାହକଙ୍କୁ କ’ଣ ଫାଇଦା ମିଳିବ?

ଗୋଟିଏ ରେଜିଷ୍ଟ୍ରିରେ ସବୁ ବୀମା ପଲିସି! IRDAIର...

ବୀମା ପଲିସି କିଣିବା ପରେ ଅନେକ ଲୋକଙ୍କ ପାଇଁ ସବୁଠୁ ବଡ଼ ସ...

ମଧ୍ୟପ୍ରଦେଶରେ ବିଷାକ୍ତ ମଦ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି, ୧୪ ଅଭିଯୁକ୍ତ ଗିରଫ

ମଧ୍ୟପ୍ରଦେଶରେ ବିଷାକ୍ତ ମଦ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୨କୁ...

ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...

ଦିଲ୍ଲୀ PG ଟ୍ରାଜେଡି ଦିନ ପଡ଼ୋଶୀ କୋଠା ପାଇଁ ଡିମୋଲିସନ୍ ନୋଟିସ୍: ମ୍ୟୁନିସିପାଲ ନିରୀକ୍ଷଣ ନେଇ ବଢ଼ିଲା ପ୍ରଶ୍ନ

ଦିଲ୍ଲୀ PG ଟ୍ରାଜେଡି ଦିନ ପଡ଼ୋଶୀ କୋଠା...

ଦିଲ୍ଲୀର ସତ୍ୟ ନିକେତନରେ ‘Hostel Daze’ ନା...

ମାରୁତି ସୁଜୁକି କାର୍‌ ଦାମ୍‌ ବଢ଼ିଲା, ୨୦ ହଜାର ଟଙ୍କା ମହଙ୍ଗା; ଚଳିତ ବର୍ଷ ତୃତୀୟ ଥର ପାଇଁ ବଢ଼ିଲା ଦର

ମାରୁତି ସୁଜୁକି କାର୍‌ ଦାମ୍‌ ବଢ଼ିଲା, ୨୦...

ମାରୁତି ସୁଜୁକି କାର୍ କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍...

ବିସ୍ଫୋରଣ ପରେ ପୁଣେରେ ବିଦ୍ୟୁତ ବିପର୍ଯ୍ୟୟ, ୩.୧ ଲକ୍ଷ ଉପଭୋକ୍ତା ପ୍ରଭାବିତ

ବିସ୍ଫୋରଣ ପରେ ପୁଣେରେ ବିଦ୍ୟୁତ ବିପର୍ଯ୍ୟୟ, ୩.୧...

ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...

DLF Primus ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, CBI କରିବ ପ୍ରାଥମିକ ତଦନ୍ତ

DLF Primus ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼...

ଗୁରୁଗ୍ରାମରDLF Primus ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟ କଡ...

ଅଟଳ ଆବାସୀୟ ବିଦ୍ୟାଳୟ: ଉତ୍ତରପ୍ରଦେଶର ମାଗଣା ଆବାସିକ ଶିକ୍ଷା ଯୋଜନା ବିଷୟରେ ଜାଣନ୍ତୁ

ଅଟଳ ଆବାସୀୟ ବିଦ୍ୟାଳୟ: ଉତ୍ତରପ୍ରଦେଶର ମାଗଣା ଆବାସିକ...

ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+