People rush outdoors after 5.2 magnitude earthquake in Manipur

ମଣିପୁରରେ ୫.୨ ତୀବ୍ରତାର ଭୂମିକମ୍ପ: କାମଜୋଙ୍ଗକୁ କେନ୍ଦ୍ର କରି ଆତଙ୍କ

ମଣିପୁରର କାମଜୋଙ୍ଗ ଜିଲ୍ଲାକୁ କେନ୍ଦ୍ର କରି ୫.୨ ତୀବ୍ରତାର ଭୂମିକମ୍ପ ହେବାରୁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ପଳାଇଲେ।

ମଣିପୁରର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ସକାଳେ ଏକ ମଧ୍ୟମ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି, ଯାହା ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ମଣିପୁରର କାମଜୋଙ୍ଗ ଜିଲ୍ଲାରେ ଥିବା ସୂଚନା ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ କରାଯାଇଛି।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଏହି ଭୂମିକମ୍ପ ସକାଳ ୫ଟା ୫୯ ମିନିଟ୍ରେ ଘଟିଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ୨୪.୭୦୩ ଉତ୍ତର ଅକ୍ଷାଂଶ ଏବଂ ୯୪.୪୧୫ ପୂର୍ବ ଦ୍ରାଘିମାରେ ଥିବା ବେଳେ, ଏହା ପୃଥିବୀର ୬୨ କିଲୋମିଟର ଗଭୀରତାରେ ଘଟିଥିଲା।

ଏହି ଭୂକମ୍ପର ଝଟକା କାମଜୋଙ୍ଗ ସହିତ ଏହାର ଆସପାସ ଅଞ୍ଚଳରେ ଭଲଭାବେ ଅନୁଭୂତ ହୋଇଥିଲା। ହଠାତ୍ ଭୂକମ୍ପ ଅନୁଭବ ହେବାରୁ ଲୋକମାନେ ଭୟରେ ଘରୁ ବାହାରି ଖୋଲା ଜାଗାକୁ ଯାଇଥିଲେ। ଏହାର ପ୍ରଭାବ ନାଗାଲାଣ୍ଡ ଏବଂ ଆସାମର କିଛି ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିବା ସୂଚନା ମିଳିଛି।

ତଥାପି, ଏପର୍ଯ୍ୟନ୍ତ କୌଣସି ବଡ଼ ପ୍ରାଣହାନି କିମ୍ବା ସମ୍ପତ୍ତିକ୍ଷୟର ସୂଚନା ମିଳିନାହିଁ। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଉଛି।

Breaking News
+